ETV Bharat / international

ହଂକଂ ସାମ୍ବାଦିକଙ୍କ ପାଇଁ ବିପଦ ସାଜିପାରେ ଚୀନ ସୁରକ୍ଷା ବିଲ୍ - Hong Kong journalists

ଚୀନ ସୁରକ୍ଷା ବିଲକୁ ନେଇ ଏବେ ହଂକଂରେ ଦେଖାଦେଇଛି ବିକ୍ଷୋଭ । ଏହା ବିରୋଧରେ ହଂକଂବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ.

ହଂକଂ ସାମ୍ବାଦିକଙ୍କ ପାଇଁ ବିପଦ ସାଜିପାରେ ଚୀନ ସୁରକ୍ଷା ବିଲ୍

author img

By

Published : Jun 19, 2020, 10:30 PM IST

ହଂକଂ: ଚୀନ ସୁରକ୍ଷା ବିଲକୁ ନେଇ ଏବେ ହଂକଂରେ ଦେଖାଦେଇଛି ବିକ୍ଷୋଭ । ଏହା ବିରୋଧରେ ହଂକଂବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏହି ବିଲ୍ ନେଇ ଏବେ ନୂଆ ଖୁଲାସା କରିଛି ଏକ ଗ୍ଲୋବାଲ ମିଡିଆ ୱାଚଡଗ୍ ଗ୍ରୁପ ।

ଚୀନର ଏହି ଆଇନ ହଂକଂ ସାମ୍ବାଦିକଙ୍କ ଉପରେ କଟକଣା ଲଗାଇବାର ଅନେକ ସମ୍ଭାବନା ରହିଛି । ଏହି ବିଲ୍ ଦ୍ବାରା ଡ୍ରାଗନ ଦେଶ ନିଜ ଇଚ୍ଛାନୁସାରେ ସାମ୍ବାଦିକଙ୍କୁ ନିୟନ୍ତ୍ରଣରେ ରଖିପାରିବ ଯେପରି ଏହା ଚୀନରେ ଲାଗୁ କରିଛି । ଥରେ ଏହା କାର୍ଯ୍ୟକାରୀ ହୋଇଗଲେ ସାମ୍ବାଦିକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ନିଶ୍ଚୟ । ଚୀନରେ ଏବେ ବି 114 ମିଡିଆ ପ୍ରତିନିଧିଙ୍କୁ ବନ୍ଦୀ କରାଯାଇଛି । ସେମାନଙ୍କ ନାମରେ ଜାତୀୟ ସୁରକ୍ଷା ସମ୍ପର୍କିତ ଅପରାଧ ମାମଲା ରୁଜୁ ହୋଇଛି ବୋଲି ଗ୍ରୁପର ପୂର୍ବ ଏସିଆ ନିର୍ଦ୍ଦେଶକ ସେଡ୍ରିକ୍ ଅଲଭିଆନି କହିଛନ୍ତି । ଚୀନର ନୂଆ ଆଇନରେ ଏପରି ନିୟମ ଅଛି ଯାହାଦ୍ବାରା ହଂକଂ ସାମ୍ବାଦିକଙ୍କୁ କୌଣସି ବି ଦେଶଦ୍ରୋହୀ ଅବା ଅପରାଧ ମାମଲାରେ ଚୀନ ଗିରଫ କରିପାରିବ ବୋଲି ସେ କହିଛନ୍ତି ।

ତେବେ ହଂକଂ ସରକାର ଏନେଇ ଦେଶବାସୀଙ୍କୁ ସଫେଇ ଦେଇଛନ୍ତି । ଚୀନର ନୂଆ ଆଇନ କୌଣସି ପ୍ରକାର ସ୍ବାଧୀନତାକୁ ବା ସେମାନଙ୍କ ବାକ୍ ସ୍ବାଧୀନତାକୁ ବାଧା ଦେବନି ବୋଲି ସରକାର କହିଛନ୍ତି । ଗଣମାଧ୍ୟମର ସ୍ବାଧୀନତା ଉପରେ ମଧ୍ୟ ଚାପ ପଡିବନି ବୋଲି କୁହାଯାଇଛି । ହେଲେ ୱାଚଡଗ୍ ଗ୍ରୁପ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏବେ ମଧ୍ୟ ଚୀନର ଜେଲରେ ଅନେକ ହଂକଂ ସାମ୍ବାଦିକ ବନ୍ଦୀ ଅଛନ୍ତି । ଏମାନଙ୍କୁ ଗିରଫ କରିବାର ମିଥ୍ୟା କାରଣ ଦେଇଛନ୍ତି ଚୀନ ସରକାର । ଯାହା ଫଳରେ ଆଗାମୀ ଦିନରେ ମଧ୍ୟ ଏହି ଆଇନ ବଳରେ ଆହୁରି ସାମ୍ବାଦିକଙ୍କୁ ବନ୍ଦୀ ବନାଇପାରେ ଚୀନ । ଯେଉଁମାନେ ଦେଶ ବିରୋଧରେ କିଛି ଲେଖା ପ୍ରକାଶ କରିବେ ସେମାନଙ୍କ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିବାର ସମ୍ଭାବନା ଅଛି ବୋଲି ଗ୍ରୁପ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ହଂକଂ ସାମ୍ବାଦିକ ଆସୋସିଏସନ ପକ୍ଷରୁ ଏହି ନିୟମ ଉପରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ପ୍ରାୟ 98 ପ୍ରତିଶତ ମିଡିଆ ପ୍ରତିନିଧି ଏହା ବିରୋଧରେ ଭୋଟ୍ ଦେଇଥିଲେ । ଚୀନର ସୁରକ୍ଷା ବିଲ୍ ହଂକଂ ସାମ୍ବାଦିକଙ୍କ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବା ସହ ସେମାନଙ୍କ ସ୍ବାଧୀନତାରେ ବାଧା ସୃଷ୍ଟି କରିବ ବୋଲି ଆସୋସିଏସନ ପୂର୍ବରୁ ପ୍ରକାଶ କରିଥିଲା । ଯାହାକୁ ସ୍ପଷ୍ଟ କରିଛି ୱାଚଡଗ୍ ଗ୍ରୁପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.