ETV Bharat / international

ଚୀନରେ 99ଟି ନୂଆ କୋଭିଡ-19 ମାମଲା

author img

By

Published : Apr 12, 2020, 3:33 PM IST

ଚୀନରେ ଗତ ପୁଣି 99ଟି ନୂଆ କୋଭିଡ-19 ମାମଲା ସାମନାକୁ ଆସିଛି । 24 ଘଣ୍ଟାରେ ଏହି ସଂଖ୍ୟା ଦୁଇଗୁଣି ବଢିଛି । ଯାହାଦ୍ୱାରା ଦେଶରେ ସକ୍ରିୟ ରୋଗ ସଂଖ୍ୟା 1,138 କୁ ପହଞ୍ଚିଛି । ଅଧିକ ପଢନ୍ତୁ...

ଚୀନାରେ 99ଟି ନୂଆ କୋଭିଡ-19 ମାମଲା
ଚୀନାରେ 99ଟି ନୂଆ କୋଭିଡ-19 ମାମଲା

ବେଜିଂ: ଚୀନରେ ରବିବାର 99 ଟି ନୂଆ କୋରୋନା ଭାଇରସ୍ ମାମଲା ସାମନାକୁ ଆସିଛି । ଦିନକ ପୂର୍ବରୁ ରେଜିଷ୍ଟର କରାଯାଇଥିବା ମାମଲାର ଦୁଇଗୁଣ ନୂଆ ମାମଲା ଆସିଥିବା ଜଣାପଡିଛି ।

ତେବେ ଶନିବାର 24 ଘଣ୍ଟା ମଧ୍ୟରେ କୌଣସି ମୃତ୍ୟୁ ହୋଇନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି । କମିଶନ କହିଛନ୍ତି ଯେ 99 ଟି ମାମଲା ମଧ୍ୟରୁ 97 ଜଣ ବିଦେଶରୁ ଆସିଥିବା ଯାତ୍ରୀ । ରବିବାର ଦିନ ଘୋଷିତ 99 ର ଅନ୍ୟ ଦୁଇଟି ମାମଲା ଉତ୍ତର-ପୂର୍ବ ହିଲୋଙ୍ଗଜିଆଙ୍ଗର ସ୍ଥାନୀୟ ଲୋକ ।

ମାର୍ଚ୍ଚ 28 ରେ ବେଜିଂରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଏକ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା। ତଥାପି ଏହି ପ୍ରତିବନ୍ଧକ ଆମଦାନୀ ହୋଇଥିବା ମାମଲା ସଂଖ୍ୟା ଧାରଣ କରିବାରେ ସକ୍ଷମ ହୋଇପାରି ନାହିଁ ଯାହା ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 1,280 ପହଞ୍ଚିଛି ।

ଗତ ଡିସେମ୍ବରରେ ଦେଶରେ ଏହି ମହାମାରୀ ଆରମ୍ଭ ହେବା ପରଠାରୁ ଅନେକ ଚାଇନିଜ୍ ବିଦେଶରୁ ଘରକୁ ଫେରିଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ବିଦେଶରୁ ଆସିଥିବା ମାମଲା ସଂଖ୍ୟାରେ ବୃଦ୍ଧି ଘଟିଛି । ଏହି ସମୟରେ ଶନିବାର ସକାଳୁ 24 ଘଣ୍ଟା ମଧ୍ୟରେ 99 ଟି ନୂତନ ସଂକ୍ରମଣ ସହିତ ଆରୋଗ୍ୟ ଓ ଡିସଚାର୍ଜ ରୋଗୀଙ୍କ ସଂଖ୍ୟା 50 ରେ ପହଞ୍ଚିଛି, ଯାହାଦ୍ୱାରା ଦେଶରେ ସକ୍ରିୟ ରୋଗ ସଂଖ୍ୟା 1,138 କୁ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.