ETV Bharat / international

ପୁଣି ଚିନ୍ତା ବଢାଉଛି ଚୀନ, ଗୋଟିଏ ଦିନରେ 57 ଆକ୍ରାନ୍ତ ଚିହ୍ନଟ - ଗୋଟିଏ ଦିନରେ ଚୀନରେ 57 ଆକ୍ରାନ୍ତ ଚିହ୍ନଟ

କୋରୋନା ଉତ୍ପତ୍ତି ସହର ବେଜିଂରେ ପୁଣି ବଢିବାରେ ଲାଗିଛି କୋରୋନା । ଗତ 24 ଘଣ୍ଟାରେ 57 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନର ଚିନ୍ତା ଦ୍ବିଗୁଣି ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

china reports 57 new covid 19 cases
china reports 57 new covid 19 cases
author img

By

Published : Jun 15, 2020, 8:51 AM IST

ବେଜିଂ: ପୁଣି ଚିନ୍ତା ବଢାଉଛି ଚୀନ । ବେଜିଂରେ କୋରୋନା ମାମଲା ଥମିଗଲା ବୋଲି ଶାନ୍ତିରେ ଚୀନ ନିଶ୍ବାସ ନେଇଥିଲା । ହେଲେ କୋରୋନା ଉତ୍ପତ୍ତି ସହର ବେଜିଂରେ ପୁଣି ବଢିବାରେ ଲାଗିଛି କୋରୋନା । ଗତ 24 ଘଣ୍ଟାରେ 57 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନର ଚିନ୍ତା ଦ୍ବିଗୁଣ ହୋଇଛି ।

ଦକ୍ଷିଣ ବେଜିଂର ଏକ ଆମିଷ ଏବଂ ପରିବା ବଜାରରୁ ଏହି ଘାତକ ଭାଇରସ ବ୍ୟାପିଥିବା କୁହାଯାଉଛି । ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ କହିବା କଥା ହେଲା 57 ଆକ୍ରାନ୍ତଙ୍କ ମଧ୍ୟରୁ 36 ଆକ୍ରାନ୍ତ ବେଜିଂରେ ହୋମ କ୍ବାରେଣ୍ଟାଇନରେ ଥିବା ବେଳେ ଏଭଳି ଚିହ୍ନଟ ହୋଇଛନ୍ତି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବେଜିଂ ଲକଡାଉନ୍ ହେବ ବୋଲି କୁହାଯାଉଛି । ତେବେ ଲକଡାଉନ୍ ପୂର୍ବରୁ ବେଜିଂ ସରକାର ରାଜଧାନୀରେ ରହୁଥିବା ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହପରି ସମସ୍ତ ସ୍କୁଲ, କଲେଜ, ତାଲିମ କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି ।

ସେପଟେ ଲୋକ ଲକଡାଉନ୍ ବେଳେ ଘରେ ବନ୍ଦି ଥିବା ଲୋକେ କିଭଳି ଖାଦ୍ୟ ପାଇବେ ସେ ନେଇ ସୁନିଶ୍ଚିତ କରିବାକୁ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି । ସୂଚନା ଥାଉକି ଶୁକ୍ରବାର ବେଜିଂରେ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । 56 ଦିନ ପରେ ବେଜିଂରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । କୋରୋନା ମୁକ୍ତ ହୋଇଥିବା ଚିନ୍ତା କରି ସ୍ଥାନୀୟ ପ୍ରଶାସନ ବେଜିଂରେ ଥିବା ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଛୁଟି ଦେଇଥିଲା । ହେଲେ ଏବେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.