ETV Bharat / international

ଚୀନରେ ପୁଣି 11 ନୂଆ ପଜିଟିଭ୍ ମାମଲା, ସଂକ୍ରମିତଙ୍କ ସଂଖ୍ୟା 83,075 - କୋରୋନା ନ୍ୟୁଜ୍

ଚୀନରେ ଧୀରେ ଧୀରେ ମୁଣ୍ଡ ଟେକୁଛି କୋରୋନା। ଶୁକ୍ରବାର ଚୀନ 11 ନୂଆ କୋରୋନା ମାମଲା ଚିହ୍ନଟ କରିଛି। ସେଥିମଧ୍ୟରୁ 7 ଟି ଲକ୍ଷଣବିହୀନ ରହିଛି। ଏନେଇ ଜାତୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି।

ଚୀନରେ ପୁଣି 11 ନୂଆ କୋରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା 83,075

author img

By

Published : Jun 13, 2020, 10:40 AM IST

ସଙ୍ଘାଇ: ଚୀନରେ ଧୀରେ ଧୀରେ ମୁଣ୍ଡ ଟେକୁଛି କୋରୋନା। ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଏବେ ଥମିଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେଉଛି ବୋଲି କୁହାଯାଉଛି। ତେବେ ଗତ କିଛି ଦିନ ହେବ ଦେଶରେ ଅଳ୍ପ ସଂଖ୍ୟକ ସଂକ୍ରମଣ ମାମଲା ରେକର୍ଡ କରୁଛି।

ଶୁକ୍ରବାର ଚୀନ 11 ନୂଆ କୋରୋନା ମାମଲା ଚିହ୍ନଟ କରିଛି। ସେଥିମଧ୍ୟରୁ 7 ଟି ଲକ୍ଷଣବିହୀନ ରହିଛି। ଏନେଇ ଜାତୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ଏକ ବିବୃତ୍ତିରେ କହିଛି ଯେ, ନୂତନ ପଜିଟିଭ୍ ମାମଲା ମଧ୍ୟରୁ ପାଞ୍ଚଜଣ ରୋଗୀ ବିଦେଶ ଫେରନ୍ତା ଓ ବିଦେଶରୁ ଯାତ୍ରୀଙ୍କ ସହ ଜଡିତ।

ଏହି 6ଟି ସ୍ଥାନୀୟ ସଂକ୍ରମଣ ମାମଲା ବେଜିଂରେ ଥିଲା ବୋଲି ବିବୃତ୍ତିରେ କୁହାଯାଇଛି। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସ୍ୱାସ୍ଥ୍ୟ ଆୟୋଗ ସାତଟି ପଜିଟିଭ୍ ମାମଲା ଏବଂ ଗୋଟିଏ ଲକ୍ଷଣବିହୀନ ମାମଲା ରିପୋର୍ଟ କରିଥିଲା ।

ଚୀନ୍ ମେନଲ୍ୟାଣ୍ଡରେ କୋଭିଡ୍ 19 ମାମଲାର ମୋଟ ସଂଖ୍ୟା ବର୍ତ୍ତମାନ 83,075 ଥିବାବେଳେ ମୃତ୍ୟୁ ସଂଖ୍ୟା 4,634 ରେ ଅପରିବର୍ତ୍ତିତ ରହିଛି। ଚାଇନା ଅସ୍ୱାଭାବିକ ରୋଗୀଙ୍କୁ ଗଣନା କରେ ନାହିଁ, ଯେଉଁମାନେ ଜୀବାଣୁ ସଂକ୍ରମିତ ହୋଇଥିଲେ ମଧ୍ୟ ଲକ୍ଷଣ ଦେଖାନ୍ତି ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.