ETV Bharat / international

76 ଦିନ ପରେ ଉହାନରୁ ଉଠିଲା ଲକଡାଉନ - କୋଭିଡ୍ 19 ନ୍ୟୁଜ୍

ଦୀର୍ଘ 76 ଦିନର ବ୍ୟବଧାନ ପରେ ଚୀନ ତାର ଉହାନ ସୀମାରେଖାକୁ ଖୋଲିଛି। ଏହାସହ ଅନ୍ୟ କିଛି କିଛି ସ୍ଥାନରେ କଟକଣା ଏବେ ବି ବଳବତ୍ତର ରହିଛି।

76 ଦିନ ପରେ ଉହାନରୁ ଉଠିଲା ଲକଡାଉନ
76 ଦିନ ପରେ ଉହାନରୁ ଲକଡାଉନ ଖୋଲିଲା ଚୀନ
author img

By

Published : Apr 8, 2020, 12:41 PM IST

ବେଞ୍ଚିଂ: କୋଭିଡ୍-19 ପ୍ରଭାବ ହେତୁ ଚାରିଆଡେ ଲକ୍-ଡାଉନ୍। ଚକ,ଅଖ-ସବୁ ଜାମ୍ । କମ୍ପାନୀରେ ଝୁଲୁଛି ତାଲା । ଦୋକାନ ବଜାର ବନ୍ଦ । କାର୍ଯ୍ୟସ୍ଥଳୀ ଠାରୁ ଆରମ୍ଭ କରି ଦପ୍ତର ପର୍ଯ୍ୟନ୍ତ-ସବୁ ଠି ଶୂନଶାନ୍ । ତେବେ ରୋଜଗାରରେ ଲାଗିଛି ରୋକ୍ । ହେଲେ ଏହି କୋରୋନା ଭାଇରସର ଉତ୍ପତିସ୍ଥଳ ଚୀନର ଉହାନରେ ଏବେ ପରିସ୍ଥିତି ଶାନ୍ତ। ସମସ୍ତଙ୍କୁ ଚୀନ୍ତାରେ ପକାଇ ଚୀନ ଏବେ ନିଜର ସାଧାରଣ ଜୀବନଯାପନ ଆରମ୍ଭ କରିଛି।

ସୂଚନା ଥାଉକି, ଦୀର୍ଘ 76 ଦିନର ବ୍ୟବଧାନରେ ଚୀନ ତାର ଉହାନ ସୀମାରେଖାକୁ ଖୋଲିଛି। ଏହାସହ ଅନ୍ୟ କିଛି କିଛି ସ୍ଥାନରେ କଟକଣା ଏବେ ବି ବଳବତ୍ତର ରହିଛି। ତେବେ ଡିସେମ୍ବରରେ କୋରୋନାଭାଇରସ୍ ପ୍ରଥମେ ଚିହ୍ନଟ ହୋଇଥିବା 11 ନିୟୁତ ମହାନଗର ନିଗମ ଉହାନକୁ ଜାନୁଆରୀ 23 ରୁ ବାହ୍ୟ ଜଗତରୁ ସିଲ୍ କରି ଦିଆଯାଇଥିଲା।

ଆଜି ସୁସ୍ଥ ବାସିନ୍ଦା ଏବଂ ପରିଦର୍ଶକଙ୍କୁ ହୁବେଇ ପ୍ରଦେଶର ରାଜଧାନୀ ଉହାନ ଛାଡିବାକୁ ଅନୁମତି ଦିଆଯିବ ଏବଂ ଟ୍ରେନ୍ ଏବଂ ବିମାନ ଚଳାଚଳ ଆରମ୍ଭ ହୋଇ ରାଜପଥ ପ୍ରବେଶ ଦ୍ୱାର ଖୋଲାଯିବ। ରାଜ୍ୟ ବ୍ରଡକାଷ୍ଟର ସିସିଟିଭି ଅନୁଯାୟୀ ଉହାନର ରେଳ କର୍ତ୍ତୃପକ୍ଷ ବୁଧବାର ଟ୍ରେନରେ ଯୋଗ ଦେଇ 55,000 ରୁ ଅଧିକ ଯାତ୍ରୀ ଉହାନ ଛାଡିବେ ବୋଲି ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.