ETV Bharat / international

ହାତରୁ ଖସୁଛି ହଂକଂ, ନୂଆ କଟକଣା ଲଗାଇଲା ଚୀନ୍ - China national security law

ହଂକଂ ବିକ୍ଷୋଭକାରୀଙ୍କୁ ଚୁପ୍ କରିବାର ଡ୍ରାଗନ ଦେଶ ଏକ ନୂଆ ପ୍ରୟାସ କରିଛି । ବିଶ୍ବର ହସ୍ତକ୍ଷେପକୁ ମଧ୍ୟ ରୋକିବା ପାଇଁ ଏପରି ଚାଲ ଖେଳିଛି ଚୀନ୍ । ଅଧିକ ପଢନ୍ତୁ...

ହାତରୁ ଖସୁଛି ହଂକଂ, ନୂଆ କଟକଣା ଲଗାଇଲା ଚୀନ୍
ହାତରୁ ଖସୁଛି ହଂକଂ, ନୂଆ କଟକଣା ଲଗାଇଲା ଚୀନ୍
author img

By

Published : Jun 20, 2020, 10:57 PM IST

ହଂକଂ: ଚୀନର ସୁରକ୍ଷା ଆଇନ ବିରୋଧରେ ଆନ୍ଦୋଳନ ବଢିବାରେ ଲାଗିଛି । ହଂକଂରେ ଏହି ଆଇନ ବିରୋଧରେ ଲୋକଙ୍କ ଆକ୍ରୋଶ ତୀବ୍ର ହେଉଛି । ସାରା ବିଶ୍ବର ନଜର ଏବେ ହଂକଂ ଉପରେ ଥିବାବେଳେ ଚୀନ୍ ବିରୋଧରେ ବିଶ୍ବବ୍ୟାପୀ ମଧ୍ୟ ପ୍ରତିବାଦ ହେଉଥିବା ଦେଖିବାକୁ ମିଳିଛି ।

ତେବେ ପରିସ୍ଥିତି ନିଜ ନିୟନ୍ତ୍ରଣରୁ ଖସିଯାଉଥିବା ଦେଖି ଚୀନ ହଂକଂ ପ୍ରତି ଅଧିକ କଠୋର ହୋଇଛି । ନିଜ ଅଧୀନରେ ଏହାକୁ ରଖିବା ସହ ନିଜ ଦବଦବା ଜାରି ରଖିବା ପାଇଁ ଏହା ଜାତୀୟ ସୁରକ୍ଷା ଆଇନରେ ନୂଆ ଶବ୍ଦ କଲ୍ଲ୍ୟୁଜିଅନକୁ ସାମିଲ କରିଛି । ଏହା ଅନୁସାରେ ହଂକଂବାସୀଙ୍କ ଉପରେ ଚୀନ ଏବେ ଅଧିକ ଚାପ ପ୍ରୟୋଗ କରିପାରିବ । ଦେଶ ଉପରେ ବଳପୂର୍ବକ ନିଜର ଅଧିକାର ଜାହିର କରିବାକୁ ଏହା ସମସ୍ତ ପ୍ରକାର ପ୍ରୟାସ କରିଛି ।

ଏହି ନୂଆ ନିୟମ ଅନୁସାରେ ଏବେ ହଂକଂର ଆଭ୍ୟନ୍ତରୀଣ ବ୍ୟାପାରରେ କେହି ବାହାର ଲୋକ କିମ୍ବା ସଂସ୍ଥା ଅବା ଦେଶ ମୁଣ୍ଡ ଖେଳାଇଲେ ସେମାନେ ଅପରାଧୀ ଭାବେ ବିବେଚିତ ହେବେ । ସେହିପରି ହଂକଂର ସାର୍ବଭୌମତ୍ବ, ସୁରକ୍ଷା ପ୍ରତି କେହି ବିପଦ ଭାବେ ଛିଡା ହେଲେ ସେମାନଙ୍କୁ କଠୋର ଦଣ୍ଡବିଧାନ କରାଯିବ । ହଂକଂର କୌଣସି ନାଗରିକ ମଧ୍ୟ ବାହାର ଲୋକ ଅବା ବିଦେଶୀ ଶକ୍ତିର ସାହାଯ୍ୟ ନେଲେ ଅପରାଧୀ ଭାବେ ବିବେଚିତ ହେବା ସହ 10 ବର୍ଷରୁ ଆଜୀବନ ଯାଏଁ କାରାଦଣ୍ଡ ଭୋଗିବେ ବୋଲି ସୂଚନା ମିଳିଛି ।

ହଂକଂ ବିକ୍ଷୋଭକାରୀଙ୍କୁ ଚୁପ୍ କରିବାର ଏହା ଡ୍ରାଗନ ଦେଶର ଏକ ନୂଆ ପ୍ରୟାସ । ସେହିପରି ବିଶ୍ବର ହସ୍ତକ୍ଷେପକୁ ମଧ୍ୟ ରୋକିବା ପାଇଁ ଏପରି ଚାଲ ଖେଳିଛି ଚୀନ୍ । ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ସୃଷ୍ଟି ହୋଇଛି । ଲୋକଙ୍କ ମୌଳିକ ଅଧିକାର ଏବଂ ସ୍ବାଧୀନତା ଉପରେ ଏହା ଏକ ଶକ୍ତ ପ୍ରହାର ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ଏହାଦ୍ବାରା ବିଦେଶୀ ରାଷ୍ଟ୍ରଙ୍କୁ ହଂକଂବାସୀଙ୍କ ସମର୍ଥନରେ ବାହାରିବାର ସମସ୍ତ ରାସ୍ତା ବନ୍ଦ କରିଛି ଚୀନ ।

ପୂର୍ବରୁ ଚୀନର ଏକ ନୂଆ ଆଇନକୁ ନେଇ ଚିନ୍ତାରେ ପଡିଛି ହଂକଂ ମିଡିଆ ଆସୋସିଏସନ । ଏହା ଅନୁସାରେ ଆଗାମୀ ଦିନରେ ଚୀନ୍ ବିରୋଧରେ କୌଣସି ଲେଖା ପ୍ରକାଶ କଲେ ସାମ୍ବାଦିକଙ୍କୁ କଠୋର ଦଣ୍ଡ ମିଳିବାର ସମ୍ଭାବନା ରହିଛି । ହଂକଂର ପ୍ରସଙ୍ଗକୁ ନେଇ ଆମେରିକା, ୟୁକେ, କାନାଡା ଏବଂ ଅଷ୍ଟ୍ରେଲିଆ ମିଳିତ ବିବୃତିରେ ଚିନ୍ତା ପ୍ରକଟ କରିଥିଲେ । ଏହା ଏକ ଉଦବେଗର ବିଷୟ ଏବଂ ଗୋଟିଏ ରାଷ୍ଟ୍ର ଦୁଇଟି ବ୍ୟବସ୍ଥାକୁ ଏମାନେ ବିରୋଧ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.