ବେଜିଂ: ଚୀନ ରବିବାର ଏକ ନୂତନ ଅପ୍ଟିକାଲ୍ ରିମୋଟ ସେନ୍ସିଂ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି। ଉତ୍ତର-ପଶ୍ଚିମ ଚୀନର ଜିଓକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ସକାଳ 10ଟା 27 ମିନିଟ ସମୟରେ ଏହା ଲଞ୍ଚ ହୋଇଥିବା ଜଣାପଡିଛି ।
ଏହି ଉପଗ୍ରହର ନାମ 'ଗାଓଫେନ୍ -905' । ଏକ ଲଙ୍ଗ ମାର୍ଚ୍ଚ-୨ଡି କ୍ୟାରିଅର୍ ରକେଟ୍ ଦ୍ବାରା ଉପଗ୍ରହକୁ କକ୍ଷପଥକୁ ପଠାଯାଇଥିଲା । ଏକ ବହୁମୁଖୀ ପରୀକ୍ଷଣ ଉପଗ୍ରହ ଏବଂ ଟିଆଣ୍ଟୁ -5 ନାମକ ଅନ୍ୟ ଉପଗ୍ରହ ମଧ୍ୟ ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଥିଲା । ରବିବାର ଉତକ୍ଷେପଣ ହୋଇଥିବା ଉପଗ୍ରହ ଲଙ୍ଗ ମାର୍ଚ୍ଚ ରକେଟ୍ ସିରିଜର 343 ତମ ମିଶନ୍ ବୋଲି ଜଣାପଡିଛି ।
@ANI