ETV Bharat / international

‘5ଟି ରାଷ୍ଟ୍ର ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରନ୍ତୁ’ - ହଂକଂ

ହଂକଂ ଉପରେ ଚୀନର ବାରମ୍ବାର ହସ୍ତକ୍ଷେପ ଅଭିଯୋଗ କରି ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରର ବୈଦେଶିକ ମନ୍ତ୍ରୀମାନେ ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ନେଇ କାନାଡାରେ ଅବସ୍ଥାପିତ ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି । ଏନେଇ ସୋମବାର ଦୂତାବାସ ପକ୍ଷରୁ ବିବୃତ୍ତିରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

‘5ଟି ରାଷ୍ଟ୍ର ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରନ୍ତୁ’

author img

By

Published : Aug 10, 2020, 4:21 PM IST

ଟୋରୋଣ୍ଟୋ: ହଂକଂ ଉପରେ ଚୀନର ବାରମ୍ବାର ହସ୍ତକ୍ଷେପ ଅଭିଯୋଗ କରି ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରର ବୈଦେଶିକ ମନ୍ତ୍ରୀମାନେ ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ନେଇ କାନାଡାରେ ଅବସ୍ଥାପିତ ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି । ଏନେଇ ସୋମବାର ଦୂତାବାସ ପକ୍ଷରୁ ବିବୃତ୍ତିରେ ପ୍ରକାଶ କରାଯାଇଛି । ବୈଦେଶିକ ମନ୍ତ୍ରୀମାନଙ୍କ ମିଳିତ ବିବୃତ୍ତି ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପର ଆଉ ଏକ ଉଦାହରଣ ବୋଲି କାନାଡାର ଚୀନ୍ ଦୂତାବାସ କହିଛି।

ସୂଚନାଯୋଗ୍ୟ, ରବିବାର ଦିନ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏବଂ ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ବ୍ରିଟେନର ପ୍ରତିପକ୍ଷ ମାନେ ହଂକଂରେ ନୂତନ ସୁରକ୍ଷା ଆଇନକୁ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳରେ ପ୍ରଚଳନ ଓ ଏହା ଦ୍ବାରା ସ୍ୱାଧୀନତାର ଉଲ୍ଲଂଘନ କରଯାଇଥିବା ନେଇ ପ୍ରକାଶ କରିଥିଲେ । ଏହି ବିବୃତ୍ତିରେ ପାଞ୍ଚଜଣ ବୈଦେଶିକ ମନ୍ତ୍ରୀ ହଂକଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଯଥାଶୀଘ୍ର କରିବାକୁ ଅନୁରୋଧ କରିଛନ୍ତି।

ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ‘ଅଗଷ୍ଟ 9ରେ, କାନାଡା ଏବଂ ଅନ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକ ବିବୃତ୍ତି ଦେଇଛନ୍ତି । ଯେଉଁଥିରେ ହଂକଂ ପ୍ରସଙ୍ଗରେ ଦାୟିତ୍ବହୀନ ମନ୍ତବ୍ୟ ରହିଛି ଓ ଚୀନ୍‌ର ଘରୋଇ କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ ରହିଛି। ଚୀନ ଏହାକୁ ଦୃଢ ବିରୋଧ କରୁଛି ।’କୋରୋନା ମହାମାରୀ ସମୟରେ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିର୍ବାଚନ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହାସହ ଦୂତାବାସ ପାଞ୍ଚଟି ଦେଶକୁ ଚୀନ୍‌ର ଘରୋଇ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବା ସହ ହଂକଂକୁ ଚୀନ ବିରୋଧରେ ବିନିଯୋଗ କରିବାକୁ ବନ୍ଦ କରିବାକୁ କହିଛି ।

ଉଲ୍ଲେଖଯୋଗ୍ୟ, ହଂକଂ ନିର୍ବାଚନ ପ୍ରଥମେ ସେପ୍ଟେମ୍ବର 6ରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। ହେଲେ ଜୁଲାଇ ଶେଷରେ ସରକାର କୋରୋନା ଭାଇରସର ସ୍ଥିତି ଖରାପ ଦର୍ଶାଇ ଭୋଟଦାନ ସ୍ଥଗିତ ରଖିଥିଲେ। ଏହା ସହ ଗଣତନ୍ତ୍ର ସମର୍ଥନକାରୀ ଅନେକ ପ୍ରାର୍ଥୀଙ୍କୁ ସେମାନଙ୍କର ରାଜନୈନିକ କାର୍ଯ୍ୟକଳାପ ନୂତନ ସୁରକ୍ଷା ଆଇନ ଦ୍ବାରା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.