ETV Bharat / international

G-7 ସମ୍ମିଳନୀ ଉପରେ ଚିଡିଲା ଚୀନ

author img

By

Published : Jun 13, 2021, 6:55 PM IST

G 7 ସମ୍ମିଳନୀ ଉପରେ ଚିଡିଯାଇଛି ଚୀନ । ସମୟ ବହୁ ପୂର୍ବରୁ ବିତିଯାଇଛି, ଯେବେ ଦେଶର ଛୋଟ ସମୂହ ବିଶ୍ବସ୍ତରୀୟ ନିଷ୍ପତ୍ତି ନେଉଥିଲେ ବୋଲି କହିଛି ଚୀନ । ଅଧିକ ପଢନ୍ତୁ...

G-7 ସମ୍ମିଳନୀ ଉପରେ ଚିଡିଲା ଚୀନ
G-7 ସମ୍ମିଳନୀ ଉପରେ ଚିଡିଲା ଚୀନ

ବେଜିଂ: ଦକ୍ଷିଣ ପଶ୍ଚିମ ଇଂଲଣ୍ଡର କାର୍ବିସରେ ଆରମ୍ଭ ହୋଇଛି ଜି-7 ଦେଶର ସମ୍ମିଳନୀ । ଆଉ ଏହି ବୈଠକ ଚାଲିଥିବାବେଳେ ସୁଦୂର ଚୀନକୁ ଲାଗିଛି ଚେଙ୍କ । ଏହି ସମ୍ମିଳନୀ ଉପରେ ଚିଡିଯାଇଛି ଚୀନ ।

ଲଣ୍ଡନରେ ଚୀନ ଦୂତାବାସର ମୁଖପାତ୍ର କହିଛନ୍ତି, ସମୟ ବହୁ ପୂର୍ବରୁ ବିତିଯାଇଛି ଯେବେ ଦେଶର ଛୋଟ ସମୁହ ବିଶ୍ବସ୍ତରୀୟ ନିଷ୍ପତ୍ତି ନେଉଥିଲେ । ଆମେ ସର୍ବଦା ମାନୁ ଯେ ଦେଶ ବଡ ହେଉ କି ଛୋଟ, ମଜବୁତ ହେଉ କି କମଜୋର, ଗରିବ ହେଉ କି ଧନୀ, ସମସ୍ତେ ସମାନ । ବିଶ୍ବ ସହ ଜଡିତ ବିଷୟ ଉପରେ ସମସ୍ତ ଦେଶର ପରାମର୍ଶ ପରେ ହି ନିଷ୍ପତ୍ତି ନିଆଯିବା ଦରକାର ।

ଜି -7 ନେତାମାନେ ଚୀନର ବିଶ୍ବସ୍ତରୀୟ ଅଭିଯାନ ସହ ପ୍ରତିସ୍ପର୍ଦ୍ଧା କରିବା ପାଇଁ ଏକ ଭିତ୍ତିଭୂମି ଯୋଜନା ଉନ୍ମୋଚନ କରିଛନ୍ତି, କିନ୍ତୁ ଚୀନର ମାନବାଧିକାରର ଉଲ୍ଲଂଘନକୁ କିପରି ରୋକାଯାଇପାରିବ ସେନେଇ ଏପର୍ଯ୍ୟନ୍ତ ସହମତ ହୋଇନାହାଁନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଜି -7 ଶିଖର ସମ୍ମିଳନୀରେ ଚୀନର ଗତି ଶ୍ରମିକ ପ୍ରଥାକୁ ନେଇ ଡ୍ରାଗନପର ବହିଷ୍କାର ପାଇଁ ଚାପ ପକାଇବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିସହିତ ଶନିବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚୀନ ବିଷୟରେ ଆଲୋଚନାର ନେତୃତ୍ବ ନେଇଥିଲେ। ଚୀନରୁ ବଢୁଥିବା ବିପଦକୁ ରୋକିବା ପାଇଁ ମିଳିତ ପଦକ୍ଷେପ ନେବାକୁ ଟ୍ରୁଡୋ ସମସ୍ତ ନେତାଙ୍କୁ ନିବେଦନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.