ETV Bharat / international

ଅନେକ ଦେଶରୁ କାର୍ଗୋ ବିମାନ ଚିକିତ୍ସା ସାମଗ୍ରୀ ସଂଗ୍ରହ ପାଇଁ ଚୀନରେ ହାଜର - medical supplies

କୋଭିଡ -19 ମହାମାରୀକୁ ମୁକାବିଲା କରିବା ପାଇଁ ଚୀନ ବିଭିନ୍ନ ଦେଶ ପାଇଁ ଚିକିତ୍ସା ସାମଗ୍ରୀ ପ୍ରଦାନ ପାଇଁ ପ୍ରମୁଖ ଦେଶ ପାଲଟିଛି । ସମ୍ପ୍ରତି ଅନେକ ଦେଶ ସେମାନଙ୍କର କାର୍ଗୋ ବିମାନ ଚୀନକୁ ଚିକିତ୍ସା ସାମଗ୍ରୀ ଆଣିବା ପାଇଁ ପଠାଇଛନ୍ତି। ଅଧିକ ପଢନ୍ତୁ...

China
China
author img

By

Published : Apr 16, 2020, 1:25 AM IST

ବେଜିଂ: ଚୀନରେ କୋରୋନା ସ୍ଥିତି ଏବେ ଏକ ପ୍ରକାର ସ୍ଥିର ରହିଥିବା କୁହାଯାଇପାରେ । ଏପରିସ୍ଥଳେ କୋଭିଡ -19 ମହାମାରୀକୁ ମୁକାବିଲା କରିବା ପାଇଁ ଚୀନ୍ ବିଭିନ୍ନ ଦେଶ ପାଇଁ ଚିକିତ୍ସା ସାମଗ୍ରୀ ପ୍ରଦାନ ପାଇଁ ପ୍ରମୁଖ ଦେଶ ପାଲଟିଛି । ସମ୍ପ୍ରତି ଅନେକ ଦେଶ ସେମାନଙ୍କର କାର୍ଗୋ ବିମାନ ଚୀନକୁ ଚିକିତ୍ସା ସାମଗ୍ରୀ ଆଣିବା ପାଇଁ ପଠାଇଛନ୍ତି ।

ଏପ୍ରିଲ 4 ତାରିଖ ରାତିରେ ଆଲଜେରିଆ ବାୟୁସେନାର ଦୁଇଟି ପରିବହନ ବିମାନ ସଂଘାଇ ପୁଟୋଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ଉଭୟ ବିମାନ ମାସ୍କ ସମେତ ବହୁ ପରିମାଣର ଚିକିତ୍ସା ସାମଗ୍ରୀ ନେଇଥିଲା ।

ରୁଷର ଦୁଇଟି ବାୟୁସେନା ପରିବହନ ବିମାନ ମଧ୍ୟ ସେହି ଦିନ ପୁଟୋଙ୍ଗ ବିମାନବନ୍ଦରରେ ଅବତରଣ କରିଥିଲା। ସେମାନେ ମାସ୍କ ଏବଂ ଆସେସୋରିଜ୍ ସହିତ ରୁଷକୁ ଫେରିଗଲେ ।

ଏପ୍ରିଲ ପହିଲାରେ, ଇରାକୀ ସେନା ଏବଂ କୁଏତ ଆର୍ମୀ କାର୍ଗୋ ବିମାନ କ୍ବାଙ୍ଗୋ ବିମାନ ବନ୍ଦରରେ ଅବତରଣ କରିଥିଲେ । ମାସ୍କ ଏବଂ ଭେଣ୍ଟିଲେଟର ଭଳି ଚିକିତ୍ସା ସାମଗ୍ରୀ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲା ।

ସେହି ଦିନ ଏକ ଚାର୍ଟର୍ କାର୍ଗୋ ବିମାନ ଅଷ୍ଟ୍ରେଲିଆରୁ ଉହାନ ଥ୍ୟେନେ ବିମାନବନ୍ଦରକୁ 20 ଟନ୍ ମାସ୍କ, ପ୍ରତିରକ୍ଷା ପୋଷାକ, ଚିକିତ୍ସା ଉପକରଣ ନେଇ ଉଡ଼ିଗଲା ।

ଅନ୍ୟପଟେ ପାକିସ୍ତାନ, ଭାରତ ସମେତ ଅନେକ ଏସୀୟ ରାଷ୍ଟ୍ର ଏବେ ଚିକିତ୍ସା ସାମଗ୍ରୀ ଚୀନଠାରୁ ଗ୍ରହଣ କରୁଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.