କାବୁଲ: ଆଫଗାନିସ୍ତାନର ଗଜନୀ ପ୍ରାନ୍ତରେ ଶନିବାର ବଡ ଧରଣର ବିସ୍ଫୋରଣ ଘଟିଛି । ଗଜନୀ ସହରରେ କାର ବୋମା ବିସ୍ଫୋରଣ ଘଟି 4 ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ 20ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।
ତେବେ ବିସ୍ଫୋରଣ ପରେ ତୁରନ୍ତ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ ସମ୍ବନ୍ଧରେ ଅଧିକ ତଥ୍ୟ ମିଳିନଥିବାବେଳେ କୌଣସି ଆତଙ୍କବାଦୀ ସଂଗଠନ ଏବେ ସୁଦ୍ଧା ନିଜକୁ ଦାୟୀ କରିନାହିଁ ।