ETV Bharat / international

ଆଫଗାନିସ୍ଥାନରେ କାର ବିସ୍ପୋରଣ; 4 ମୃତ, 24 ଆହତ - 4 kills in car bomb blast

ଆଫଗାନିସ୍ଥାନ କାନ୍ଦାହରର କାର ବିସ୍ପୋରଣ । ବିସ୍ପୋରଣରେ ଚାରିଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।ଅଧିକ ପଢନ୍ତୁ...

ଆଫଗାନିସ୍ଥାନରେ କାର ବିସ୍ପୋରଣ,4ଜଣ ସାଧାରଣ ନାଗରିକ ମୃତ

author img

By

Published : Nov 9, 2020, 10:21 AM IST

କାବୁଲ: ଆଫଗାନିସ୍ଥାନ କାନ୍ଦାହରର ମାଇୱାଣ୍ଡ ଜିଲ୍ଲାରେ ରବିବାର ରାତିରେ ଏକ କାର ବିସ୍ପୋରଣ ଘଟିଛି । ବିସ୍ପୋରଣରେ ଚାରିଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ମାଇୱାଣ୍ଡ ଜିଲ୍ଲାର ସହାରା ବାଟାଲିୟନକୁ ଟାର୍ଗେଟ କରି ଏହି ଭୟାନକ ବିସ୍ପୋରଣ କରାଯାଇଥିଲା । ବିସ୍ପୋରଣରେ 13 ସୁରକ୍ଷାବାହିନୀଙ୍କ ସମେତ 11ଜଣ ସାଧାରଣ ନାଗରିକ ଆହତ ହୋଇଥିବାବେଳେ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାଛଡା ଏବେ ସୁଦ୍ଧା ଜଣେ ଶିଶୁ, ଦୁଇଜଣ ମହିଳା ଓ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବିସ୍ପୋରଣରେ ଅନେକ ଘର, ଦୋକାନ ଧ୍ବଂସ ହୋଇଥିବା ସୂଚନା ମିଳିଛି । ତେବେ ଏହି କାର ବିସ୍ପୋରଣ ନେଇ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନଥିବା କହିଛନ୍ତି କାନ୍ଦାହର ପୋଲିସ ମୁଖପାତ୍ର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.