ETV Bharat / international

ସାମାଜିକ ଦୁରତ୍ବକୁ ବିରୋଧ କରି ଲଣ୍ଡନରେ 19 ଗିରଫ - social distancing

ଲକଡାଉନ ନିୟମ ଭାଙ୍ଗି ଓ ସାମାଜିକ ଦୁରତ୍ବ ନମାନି ଲଣ୍ଡନରେ 19 ଜଣ ଗିରଫ । ତେବେ ଶନିବାର ପ୍ରଧାନମନ୍ତ୍ରୀ ବୋରିସ ନିୟମ କୋହଳ କରିବାର କିଛି ଘଣ୍ଟା ମଧ୍ୟରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।

ସାମାଜିକ ଦୁରତ୍ବକୁ ବିରୋଧ କରି ଲଣ୍ଡନରେ 19 ଗିରଫ

author img

By

Published : May 17, 2020, 9:51 AM IST

ଲଣ୍ଡନ: ଲକଡାଉନ ନିୟମ ସାମାନ୍ୟ କୋହଳ ହେଉ ହେଉ ସାମାଜିକ ଦୂରତା ଭୁଲିଗଲେ ଜନତା। ନିୟମକୁ ମନ ମୁତାବକ ଭାଙ୍ଗି ବିରୋଧ କରିବା ଅଭିଯୋଗରେ ଲଣ୍ଡନରେ 19 ଜଣଙ୍କୁ ଗିରଫ କରାଯାଇଛି।

ତେବେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଚଳିତ ସପ୍ତାହରେ ଲକଡାଉନ ନିୟମକୁ ସାମାନ୍ୟ ଢିଲା କରିଥିଲେ। କିନ୍ତୁ ଦେଶରେ ସାମାଜିକ ଦୁରତ୍ବ ରକ୍ଷା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା।

ସେଠାକାର ନିଗମ ପୋଲିସ କହିିବା ଅନୁସାରେ, କେନ୍ଦ୍ରୀୟ ଲଣ୍ଡନର ହାଇଡ ପାର୍କର ଏକ ଗୋଷ୍ଠୀ କୋଭିଡ୍ 19 ମହାମାରୀକୁ ନେଇ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଆସୁଛନ୍ତି। ଏବଂ ଲକଡାଉନ ଉଠାଇବା ପାଇଁ ବାରମ୍ବାର ଅନୁରୋଧ କରି ବିଫଳ ହେବା ପରେ ନିୟମ ଉଲ୍ଲଙ୍ଘନ କରି ଓ ବିରୋଧ ପ୍ରଦର୍ଶନ କରି ଗିରଫ ହୋଇଛନ୍ତି।

ସୂଚନା ଥାଉକି, ହାଇଡେ ପାର୍କରେ ଏକ ଛୋଟ ଗୋଷ୍ଠୀ ଏକତ୍ରିତ ହୋଇ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ନିଜକୁ ତଥା ଅନ୍ୟମାନଙ୍କୁ ସଂକ୍ରମଣର ବିପଦରେ ପକାଇବାକୁ ଏହି ନିୟମକୁ ବିରୋଧ କରିଆସୁଛନ୍ତି।

ଶନିବାର ବୋରିସ ଜନସନ ଲକଡାଉନ୍ କୋହଳ କରିବାକୁ ଯୋଜନାଗୁଡିକ ବର୍ଣ୍ଣନା କରିଥିଲେ। ଏହାସହ ବ୍ରିଟେନର ଲୋକଙ୍କୁ ବିଭିନ୍ନ ପାର୍କରେ ଅନ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଛି । ତଥାପି ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ, ଏବଂ ବୃହତ ଜନ ସମାବେଶକୁ ଅନୁମତି ମିଳିନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.