ETV Bharat / international

ବାଂଲାଦେଶରେ ଡଙ୍ଗା ବୁଡି 23 ମୃତ - ବାଂଲାଦେଶରେ ଡଙ୍ଗା ବୁଡ଼ି

ବାଂଲାଦେଶରେ ବୁରିଗାଙ୍ଗା ନଦୀରେ ଡଙ୍ଗା ବୁଡ଼ିଯିବା ଫଳରେ ଘଟଣାସ୍ଥଳରେ 23 ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାଟି ଅନ୍ୟ ଏକ ଜାହାଜରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 29, 2020, 3:16 PM IST

ଢାକା: ବାଂଲାଦେଶରେ ବୁରିଗାଙ୍ଗା ନଦୀରେ ଡଙ୍ଗା ବୁଡ଼ିଯିବା ଫଳରେ ଘଟଣାସ୍ଥଳରେ 23 ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାଟି ଅନ୍ୟ ଏକ ଜାହାଜରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଏହି ଘଟଣାକୁ ନେଇ ଅଗ୍ନିଶମ ସେବା ନିୟନ୍ତ୍ରଣ କକ୍ଷ ଅଧିକାରୀ ରୋଜିନା ଇସଲାମଙ୍କ କହିଛନ୍ତି ଯେ, ସକାଳ ପ୍ରାୟ 9.30 ସମୟରେ ଢାକାର ଶ୍ୟାମବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି ।

ରୋଜିନାଙ୍କ ଅନୁଯାୟୀ ମୃତକଙ୍କ ମଧ୍ୟରେ ତିନି ଶିଶୁ ଏବଂ 6 ଜଣ ମହିଳା ରହିଛନ୍ତି । ଅଗ୍ନିଶମ ବିଭାଗର ଅଭିଜ୍ଞ ବୁଡାଳିମାନେ ଘଟଣାସ୍ଥଳରେ ପହଞ୍ଚି ବାଂଲାଦେଶ ଆଭ୍ୟନ୍ତରୀଣ ଜଳ ପରିବହନ ପ୍ରାଧିକରଣ (BIWTA) ଏବଂ ତଟରକ୍ଷୀ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଆଭ୍ୟନ୍ତରୀଣ ଜଳ ପରିବହନ ପ୍ରାଧିକରଣ ଇନ୍ସପେକ୍ଟର ଏମଡି ସେଲିମ କହିଛନ୍ତି ଯେ ଡଙ୍ଗାଟି ମୋର୍ନିଗ ବର୍ଡ ମୁନ୍ସିଗଞ୍ଜରୁ ସଦରଘାଟ ଅଭିମୁଖେ ଯାଉଥିବାବେଳେ ଚାନ୍ଦପୁରରୁ ଆସୁଥିବା ମୟୂରୀ-୨ ଜାହାଜ ସହ ଶକ୍ତ ଧକ୍କା ହୋଇଥିଲା । ଡଙ୍ଗା ଟିରେ 50 ରୁ ଉର୍ଦ୍ଧ୍ବ ଲୋକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ କୂଳକୁ ପହଁରି ପହଁରି ଆସିଯାଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.