ETV Bharat / international

ପାକିସ୍ତାନ ପେଶୱାରରେ ଭୟଙ୍କର ବିସ୍ଫୋରଣ, 4 ମୃତ 26 ଆହତ - 4 killed Pakistan's blast

ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ। ଘଟଣାରେ 4 ମୃତ 26 ରୁ ଉର୍ଦ୍ଧ୍ବ ଆହତ। ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା। ଏହି ବିସ୍ଫୋରଣଟି ଏକ ମଦରାସା ନିକଟରେ ଘଟିଛି। ଅଧିକ ଖବର ପଢନ୍ତୁ...

ପାକିସ୍ତାନ ପେଶୱାର ବିସ୍ଫୋରଣ, 4 ମୃତ 26 ଆହତ
ପାକିସ୍ତାନ ପେଶୱାର ବିସ୍ଫୋରଣ, 4 ମୃତ 26 ଆହତ
author img

By

Published : Oct 27, 2020, 10:52 AM IST

ଇସଲାମାବାଦ: ପାକିସ୍ତାନ ପେଶୱାରରେ ବଡ ଧରଣର ବିସ୍ଫୋରଣ। ଘଟଣାରେ 4 ମୃତ 26 ରୁ ଉର୍ଦ୍ଧ୍ବ ଆହତ। ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା। ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଲାଡି ରିଡିଂ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣଟି ଏକ ମଦରାସା ନିକଟରେ ଘଟିଛି।

ଡାକ୍ତରଙ୍କ କହିବା ଅନୁସାରେ ଉଦ୍ଧାର ଆହତ ଶିଶୁଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାକୁ ମୃତ୍ୟୁସଂଖ୍ୟା ବଢିପାରେ। ତେବେ ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଅନୁସନ୍ଧାନ ଜାରି ରହିଛି। ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି। ଏହାପୂର୍ବରୁ ଅକ୍ଟୋବର 21 ରେ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳରେ ବିସ୍ଫୋରଣରେ ଅତି କମରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଥିଲେ।

ଖବର ଅନୁଯାୟୀ କରାଚି ବିଶ୍ୱବିଦ୍ୟାଳୟ ମାସ୍କାନ ଫାଟକ ସମ୍ମୁଖରେ ଥିବା ଏକ ଚାରି ମହଲା କୋଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପ୍ରଭାବରେ ପାଖ ବିଲ୍ଡିଂର ଝରକା ଭାଙ୍ଗି କେତେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ ସୂଚନା ଦେଇ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.