ETV Bharat / international

ଇଦ୍ ପାଇଁ ସପିଂ ମଲ ଖୋଲିବାକୁ ଅନୁମତି ଦେଲେ ବାଂଲାଦେଶ ସରକାର - CORONA VIRUS

ମହାମାରୀ କୋରୋନା ଆତଙ୍କ ମଧ୍ୟରେ ପୁଣି ଥରେ ସପିଂ ମଲ ଖୋଲିବାକୁ ଅନୁମତି ଦେଇଛନ୍ତି ବାଂଲାଦେଶ ସରକାର । ମେ 10 ତାରିଖରୁ ସପିଂ ମଲ ଖୋଲିବାକୁ ଦେଶର ବ୍ୟବସାୟୀଙ୍କୁ ଅନୁମତି ମିଳିଛି । ଅଧିକ ପଢନ୍ତୁ...

B'desh shopping malls to reopen ahead of Eid
ଇଦ୍ ପାଇଁ ସପିଂ ମଲ ଖୋଲିବାକୁ ଅନୁମତି ଦେଲେ ବାଂଲାଦେଶ ସରକାର
author img

By

Published : May 5, 2020, 9:29 PM IST

ଢାକା: ମହାମାରୀ କୋରୋନା ଆତଙ୍କ ମଧ୍ୟରେ ପୁଣି ଥରେ ସପିଂ ମଲ ଖୋଲିବାକୁ ଅନୁମତି ଦେଇଛନ୍ତି ବାଂଲାଦେଶ ସରକାର । ମେ 10 ତାରିଖରୁ ସପିଂ ମଲ ଖୋଲିବାକୁ ଦେଶର ବ୍ୟବସାୟୀଙ୍କୁ ଅନୁମତି ମିଳିଛି । ଏଥିସହ ଇଦ୍-ଉଲ୍-ଫିତର ପାଇଁ ବ୍ୟବସାୟ କରିବାକୁ ଅନେକ ସର୍ତ୍ତ ମଧ୍ୟ ରଖାଯାଇଛି ।

ଦୋକାନ ଗୁଡିକ ସକାଳ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦିଆଯିବ । ସେହିପରି ଉଭୟ ଦୋକାନୀ ଏବଂ ଗ୍ରାହକଙ୍କୁ ଶାରୀରିକ ଦୂରତା ବଜାୟ ରଖିବା ସହ ଅନ୍ୟ ସ୍ବଚ୍ଛତା ନିୟମ ଗୁଡିକୁ ମଧ୍ୟ ପାଳନ କରିବାକୁ ପଡିବ ବୋଲି ସୋମବାର କ୍ୟାବିନେଟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଚାଲୁଥିବା ରମଜାନ ମାସ ଏବଂ ଆଗାମୀ ଇଦ୍-ଉଲ୍-ଫିତର ପାଇଁ ଦୋକାନଗୁଡିକ ସୀମିତ ପରିମାଣରେ ଖୋଲା ରହିବାକୁ ଅନୁମତି ଦିଆଯାଇଛି। କୋରୋନା ଭାଇରସ ପଜିଟିଭ ମାମଲା ଏବଂ ବଢୁଥିବା ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ପୂର୍ବରୁ ହିଁ ରଖି ଦେଶବ୍ୟାପୀ ତାଲାବନ୍ଦକୁ ମେ 16 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କିନ୍ତୁ ଏହି ନିର୍ଦ୍ଦେଶରେ ନାଗରିକଙ୍କ ଘରେ ରହିବା ଆଦେଶକୁ ସାମାନ୍ୟ କୋହଳ କରାଯାଇଛି । ପ୍ରକାଶ ଥାଉ କି, ମଙ୍ଗଳବାର ସୁଦ୍ଧା ବାଂଲାଦେଶରେ 10,143 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 182 ଜଣଙ୍କ ମୃତ୍ୟୁ ଘଟିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.