ETV Bharat / international

Bangladesh violence: ବାଂଲାଦେଶରେ ଜଳୁଛି ହିନ୍ଦୁଙ୍କ ଘର, ଜାତିସଂଘର କଡା ନିନ୍ଦା - UN

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଦେଶର ସମ୍ବିଧାନରେ ନିହିତ ମୂଲ୍ୟବୋଧର ବିରୁଦ୍ଧ ବୋଲି ଜାତିସଂଘ କହିଛି । ଏହାସହିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ହିଂସା ଘଟଣାରେ ନିରପେକ୍ଷ ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ଅପିଲ କରିଛି ଜାତିସଂଘ । ଅଧିକ ପଢନ୍ତୁ...

Bangladesh violence: ବାଂଲାଦେଶରେ ଜଳୁଛି ହିନ୍ଦୁଙ୍କ ଘର, ଜାତିସଂଘର କଡା ନିନ୍ଦା

author img

By

Published : Oct 19, 2021, 9:10 PM IST

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାକୁ କଡା ନିନ୍ଦା କରିଛି ଜାତିସଂଘ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଦେଶର ସମ୍ବିଧାନରେ ନିହିତ ମୂଲ୍ୟବୋଧର ବିରୁଦ୍ଧ ବୋଲି ଜାତିସଂଘ କହିଛି । ଏହାସହିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ହିଂସା ଘଟଣାରେ ନିରପେକ୍ଷ ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ଅପିଲ କରିଛି ଜାତିସଂଘ ।

ଦୁର୍ଗା ପୂଜାରୁ ନେଇ ବର୍ତ୍ତମାନ ଯାଏଁ ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଛି । ସୋସିଆଲ ମିଡିଆରେ ହେଟ୍‌ସ୍ପିଚ କାରଣରୁ ବାଂଲାଦେଶ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବିଧାନର ମୂଲ୍ୟବୋଧର ବିରୁଦ୍ଧ ବୋଲି ଜାତିସଂଘ ନିଜ ପ୍ରତିକ୍ରିୟାରେ କହିଛି । ସହିଷ୍ଣୁ ବାଂଲାଦେଶକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ହାତ ମିଳାଇବାକୁ ଜାତିସଂଘ ଆହ୍ବାନ ଦେଇଛି । ସେପଟେ ଆମେରିକା ମଧ୍ୟ ହିନ୍ଦୁଙ୍କ ବିରୋଧରେ ଆକ୍ରମଣକୁ ନିନ୍ଦା କରିଛି ।

ବାଂଲାଦେଶର ଭିନ୍ନ ଭିନ୍ନ ସ୍ଥାନ ଏବେ ହିଂସାର ନିଆଁରେ ଜଳୁଛି । ଏହାପୂର୍ବରୁ ଦୁର୍ଗାପୂଜା ପେଣ୍ଡାଲ ଓ ପରେ ମନ୍ଦିର ଭଙ୍ଗାରୁଜା କରାଯାଇଥିଲା । ଏକ ଗୁଜବ ପ୍ରଚାରରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଘଟଣାରେ କିଛି ଜଣଙ୍କ ଜୀବନ ଯିବା ସହ ଅନେକ ଆହତ ହୋଇସାରିଲେଣି ।

୨୦ରୁ ଅଧିକ ହିନ୍ଦୁଙ୍କ ଘର ଜଣାଇ ଦିଆଯାଇଛି । ସେହପରି ପାଖାପାଖି ୬୦ ଘରେ ଭଙ୍ଗାରୁଜା କରାଯାଇଥିବା ମଧ୍ୟ ଜଣାପଡିଛି । ୧୩ ଅକ୍ଟୋବର ବାଂଲାଦେଶର କୋମିଲ୍ଲା ଜିଲ୍ଲାରେ ହିନ୍ଦୁଙ୍କ ବିରୋଧରେ ଏହି ହିଂସା ଉପୁଜିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.