ETV Bharat / international

ଜୁନ ଶେଷ ସୁଦ୍ଧା ବାଂଲାଦେଶରେ ଆରମ୍ଭ ହେବ ବିମାନ ସେବା

author img

By

Published : Jun 10, 2020, 1:33 AM IST

ପ୍ରାୟ 2 ମାସର ବିରତି ପରେ ଜୁନ ମାସ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବ ବାଂଲାଦେଶ । ଏନେଇ ମଙ୍ଗଳବାର ସରକାରୀ ଭାବେ ଘୋଷଣା କରାୟାଇଛି ।

flight service normalise in bangladesh, flight service in bangladesh, international flight service in bangladesh, corona situation in bangladesh, ବାଂଲାଦେଶରେ ସ୍ବାଭାବିକ ବିମାନ ସେବା, ବାଂଲାଦେଶରେ ବିମାନ ସେବା, ବାଂଲାଦେଶରେ ଅନ୍ତର୍ଜାତୀୟ ବିମାନ ସେବା, ବାଂଲାଦେଶରେ କୋରୋନା ସ୍ଥିତି
ଜୁନ ଶେଷ ସୁଦ୍ଧା ବାଂଲାଦେଶରେ ଆରମ୍ଭ ହେବ ବିମାନ ସେବା

ଢାକା: ପ୍ରାୟ 2 ମାସର ବିରତି ପରେ ଜୁନ ମାସ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବ ବାଂଲାଦେଶ । ଏନେଇ ମଙ୍ଗଳବାର ସରକାରୀ ଭାବେ ଘୋଷଣା କରାୟାଇଛି । ଏହି ସୂଚନା ଅନୁଯାୟୀ ଜୁନ ମାସ ତୃତୀୟ ସପ୍ତାହରେ ସମସ୍ତ ଅନ୍ତର୍ଜାତୀୟ ଉଡାଣ ସ୍ବାଭାବିକ ହେବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ବିଭାଗ ସଚିବ ମହମ୍ମଦ ମୋହିବୁଲ ହକ ।

ଗତ କିଛି ଦିନ ହେବ ଦେଶରେ କୋରୋନା ସଂକ୍ରମଣ ପୁଣି ଫେରିଥିବା ବେଳେ ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ ନିକଟସ୍ଥ ଅଞ୍ଚଳଗୁଡିକୁ ରେଡ ଜୋନ ଭାବେ ଘୋଷଣା କରାଯାଇଥିଲା । ପରେ ପରେ ପର୍ଯ୍ୟାୟକ୍ରମେ ପୁଣି ଦେଶରେ ଆବଶ୍ୟକୀୟ ସ୍ଥାନରେ ଲକଡାଉନ ଜାରି ହେବ ବୋଲି ସୋମବାର ସରକାର ସ୍ପଷ୍ଟ କରିଥିଲେ । ଏପରି ସ୍ଥିତିରେ ଦେଶ ପୁଣି ଅନ୍ତର୍ଜାତୀୟ ବିମାନ ସେବା ପାଇଁ ପ୍ରସ୍ତୁତ ରହିଥିବା ଘୋଷଣା କରିଛି । ଏହି କ୍ରମରେ ବିମାନ ସେବା ସ୍ବାଭାବିକ ହେବା ପରେ ଲଣ୍ଡନ ଓ କତାରକୁ ପ୍ରଥମ ଉଡାଣ ଭରିବ ବୋଲି ସୂଚନା ରହିଛି ।

ମୋହିବୁଲଙ୍କ ପ୍ରଦତ୍ତ ସୂଚନା ମୁତାବକ ବିମାନ ବାଂଲାଦେଶ ଏୟାରଲାଇନ୍ସ ଲଣ୍ଡନକୁ ଉଡାଣ ଭରିବାକୁ ଥିବା ବେଳେ ବ୍ରିଟିଶ ଏୟାରୱେଜ ଏହି ରୁଟକୁ ଅନୁସରଣ କରିପାରିବେ । ସେହିପରି କତାର ଏୟାରୱେଜ ମଧ୍ୟ ସ୍ବାଭାବିକ ଉଡାଣ ଆରମ୍ଭ କରିପାରିବ ବୋଲି ସେ କହିଛନ୍ତି । ତେବେ ବିଶ୍ବରେ କୋରୋନା ଆତଙ୍କ ପାଇଁ ଅନ୍ତର୍ଜାତୀୟ ଉଡାଣ ବାତିଲ ରହିଛି । ଏମିତିରେ ଜୁନ 1 ରୁ ବାଂଲାଦେଶରେ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା । ଯାହା ଜୁନ ମାସ ଶେଷ ସୁଦ୍ଧା ସ୍ବାଭାବିକ ହେବ ବୋଲି ସ୍ପଷ୍ଟ ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.