ଢାକା: ସାରା ବିଶ୍ୱ ଏବେ କୋରୋନା ଆତଙ୍କରେ ଆତଙ୍କିତ । ଅନେକ ଦେଶରେ ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ କ୍ରମାଗତ ଭାବେ ବଢିବାରେ ଲାଗୁଛି । ବୁଧବାର 3 କୋରୋନା ରୋଗୀଙ୍କ ମୃତ୍ୟୁକୁ ମିଶାଇ ବାଂଲାଦେଶରେ କୋରୋନା ଭାଇରସ୍ ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା 20 କୁ ବୃଦ୍ଧି ପାଇଛି।
ମାର୍ଚ୍ଚ 8 ରେ ବାଂଲାଦେଶ ଏହାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଏହା ପରଠାରୁ ଗୋଟିଏ ଦିନରେ ପଜେଟିଭ ମାମଲା ମଧ୍ୟ ରେକର୍ଡ ସଂଖ୍ୟା ଛୁଇଁଛି । ବୁଧବାର ଗୋଟିଏ ଦିନରେ 24 କୋରୋନା ପଜେଟିଭ ରିପୋର୍ଟ ସାମ୍ନାକୁ ଆସିଛି ।
IEDCR ଅନୁଯାୟୀ ପ୍ରାୟ 33 ସଂକ୍ରମିତ ଲୋକ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଗତ 24 ଘଣ୍ଟା ମଧ୍ୟରେ କୌଣସି କୋରୋନୀ ରୋଗୀ ଭଲ ହୋଇନାହାଁନ୍ତି ।
ଗତ 24 ଘଣ୍ଟା ମଧ୍ୟରେ କୋରୋନାଭାଇରସ୍ ପାଇଁ ମୋଟ 981 ନମୁନା ପରୀକ୍ଷା କରାଯାଇଛି । ବୁଧବାର ରିପୋର୍ଟ ହୋଇଥିବା 54 ଟି ମାମଲା ମଧ୍ୟରୁ 39 ଟି ଢାକାରେ ଚିହ୍ନଟ ହୋଇଛି।
@IANSଇନପୁଟ