ETV Bharat / international

ଇସଲାମୋଫୋବିକ ବିଷୟବସ୍ତୁକୁ ବ୍ୟାନ: ଫେସବୁକ୍ ସିଇଓଙ୍କୁ ପିଏମ ଇମ୍ରାନଙ୍କ ଚିଠି

author img

By

Published : Oct 26, 2020, 9:48 AM IST

Updated : Oct 26, 2020, 10:20 AM IST

ଇସଲାମୋଫୋବିକ୍ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିଇଓ ମାର୍କ ଜୁକରବର୍ଗଙ୍କୁ ଇମ୍ରାନ ଚିଠ ଲେଖିଛନ୍ତି। ମୁସଲମାନମାନଙ୍କ ମଧ୍ୟରେ ଆଞ୍ଚଳିକତା ବୃଦ୍ଧି କରୁଥିବା ସାଇଟ ଗୁଡିକୁ ବ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି ।

ଇସଲାମୋଫୋବିକ ବିଷୟବସ୍ତୁକୁ ବ୍ୟାନ: ଫେସବୁକ୍ ସିଇଓଙ୍କୁ ପିଏମ ଇମ୍ରାନଙ୍କ ଚିଠି
ଇସଲାମୋଫୋବିକ ବିଷୟବସ୍ତୁକୁ ବ୍ୟାନ: ଫେସବୁକ୍ ସିଇଓଙ୍କୁ ପିଏମ ଇମ୍ରାନଙ୍କ ଚିଠି

ଇସଲାମାବାଦ୍: ଫେସବୁକ୍ ସିଇଓଙ୍କୁ ପାକ୍ ପିଏମ ଇମ୍ରାନଙ୍କ ଚିଠି। ଇସଲାମୋଫୋବିକ୍ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିଇଓ ମାର୍କ ଜୁକରବର୍ଗଙ୍କୁ ଇମ୍ରାନ ଏହି ଚିଠ ଲେଖିଛନ୍ତି। ମୁସଲମାନମାନଙ୍କ ମଧ୍ୟରେ ଆଞ୍ଚଳିକତା ବୃଦ୍ଧି କରୁଥିବା ସାଇଟ ଗୁଡିକୁ ବ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି ।

ପାକିସ୍ତାନ ସରକାର ଟ୍ୱିଟରରେ ସେୟାର କରିଥିବା ଏହି ଚିଠିରେ ଇମ୍ରାନ ଖାନ କହିଛନ୍ତି ଯେ ବଢୁଥିବା ଇସଲାମୋଫୋବିୟା ସମଗ୍ର ବିଶ୍ବରେ ଉଗ୍ରବାଦ ଏବଂ ହିଂସାକୁ ଉତ୍ସାହିତ କରୁଛି - ବିଶେଷ କରି ଫେସବୁକ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ।

ଏହାସହ ସେ କହିଛନ୍ତି ଯେ ମୁଁ ତୁମକୁ ଇସଲାମୋଫୋବିୟା ଉପରେ ସମାନ ପ୍ରତିବନ୍ଧକ ଲଗାଇବାକୁ ଏବଂ ଫେସବୁକ ପାଇଁ ଇସଲାମ ବିରୁଦ୍ଧରେ ଘୃଣାଭାବକୁ ବନ୍ଦ କରିବାକୁ କହିବି। ଯବାବରେ ଫେସବୁକ୍ କହିଛି କି ବିକୃତ ବିଷୟବସ୍ତୁ ଉପରେ ଫେସବୁକ୍ ପ୍ରତିବନ୍ଧକ ଲଗାଉଛି।

ଇମ୍ରାନ ଖାନ ତାଙ୍କ ଚିଠିରେ ଆହୁରୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଫ୍ରାନ୍ସରେ ଇସଲାମ ଆତଙ୍କବାଦ ସହ ଜଡିତ ଥିଲା। ଏହାସହ ରବିବାର ସେ କହିଛନ୍ତି ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମହମ୍ମଦଙ୍କ ଚିତ୍ରିତ କାର୍ଟୁନ୍ ପ୍ରଦର୍ଶନକୁ ଉତ୍ସାହିତ କରି ଇସଲାମ ଉପରେ ଆକ୍ରମଣ କରିଛନ୍ତି। ଜଣେ ଇସଲାମବାଦୀ ରେଡିକାଲ୍ ଦ୍ବାରା ଫ୍ରାନ୍ସର ଇତିହାସ ଶିକ୍ଷକଙ୍କୁ ମାକ୍ରୋନ୍ ଶ୍ରଦ୍ଧାଞ୍ଜଳି ଦେବା ପରେ ଖାନଙ୍କ ମନ୍ତବ୍ୟ ଆସିଥିଲା।

Last Updated : Oct 26, 2020, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.