ETV Bharat / international

ତାତିଲେ ବାଲୋଚୀ କର୍ମୀ, ଇମ୍ରାନଙ୍କ ଭାଷଣ ସମୟରେ ବିକ୍ଷୋଭ ପ୍ରଦର୍ଶନ - ଆମେରିକା ଗସ୍ତରେ ଇମ୍ରାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ 3 ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି । ଅତ୍ୟାଚାର ଓ ମାନବଧିକାରୀକୁ ପାକ ଉଲ୍ଲଂଘନ କରୁଥିବା ନେଇ ଇମ୍ରାନଙ୍କ ଭାଷଣ ସମୟରେ ଗର୍ଜିଲେ ବାଲୋଚି କର୍ମୀ ।

ଫାଇଲ ଫଟୋ
author img

By

Published : Jul 22, 2019, 12:14 PM IST

ନ୍ୟୁୟର୍କ: 3 ଦିନିଆ ଆମେରିକା ଗସ୍ତରେ ଯାଇଥିବା ପାକ୍ ପ୍ରଧାନମନ୍ତ୍ରୀ ଅପଦସ୍ତର ସାମ୍ନା କରୁଛନ୍ତି । ପ୍ରଥମେ ସ୍ବାଗତ ପାଇଁ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଦେଖାନଥିବା ବେଳେ ରାଷ୍ଟ୍ରଦୂତଙ୍କ ସହ କାର୍ଯ୍ୟାଳୟକୁ ମେଟ୍ରୋରେ ଯିବା ଘଟଣା । ଆଉ ଏବେ ଅଭିଭାଷଣ ସମୟରେ ବାଲୋଚି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନର ଶିକାର ହୋଇଛନ୍ତି ଇମ୍ରାନ ଖାନ ।

ଭିଡ଼ିଓ ସୌଜନ୍ୟ: ଏଏନଆଇ

ଦଳେ ବାଲୋଚି କର୍ମୀ ପାକ ପିଏମଙ୍କ ଅଭିଭାଷଣକୁ ବିରୋଧ କରିବା ସହ ନାରାବାଜି ଦେଇଥିଲେ । ବାଲୋଚିସ୍ତାନ ଉପରେ ପାକିସ୍ତାନ ସୁରକ୍ଷା ବଳ ଅତ୍ୟାଚାର, ମାନବଧିକାରୀ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ୱାଂଶିଟନ ଡିସିଠାରେ ପାକିସ୍ତାନୀ-ଆମେରିକୀୟ ସମ୍ପ୍ରଦାୟଙ୍କୁ ଇମ୍ରାନ ଖାନ ଉଦବୋଧନ ଦେବା ସମୟରେ ହଠାତ ବାଲୋଚି ଚେୟାର ଉପରେ ଚଢି ନାରାବାଜି ଦେଇଥିଲେ । ଗତ ଦୁଇ ଦିନ ଧରି ମୋବାଇଲ ବିଲବୋର୍ଡ କ୍ୟାମ୍ପେନ କରି ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ବାଲୋଚିସ୍ତାନ ଓ ପାକିସ୍ତାନ ଉପରେ ହସ୍ତକ୍ଷେପ କରିବାକୁ ଜଣାଇଥିଲେ ବାଲୋଚି କର୍ମୀ । ଏହାପରେ ବିକ୍ଷୋଭକାରୀଙ୍କୁ ବାହାରକୁ ଛାଡିବା ପରେ ପୁଣି ଥରେ ଅଭିଭାଷଣ ରଖିଥିଲେ ଇମ୍ରାନ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.