ETV Bharat / international

ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ ଦ୍ବାରା ଆକ୍ରମଣ

ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ ଦ୍ବାରା ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ...

ବାଘଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଡ୍ରୋନ ଦ୍ବାରା ଆକ୍ରମଣ

author img

By

Published : Jun 10, 2021, 10:19 AM IST

ବାଘଦାଦ: ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଅଜଣା ଏରିଆଲ ଯାନ ବା ଡ୍ରୋନ ଦ୍ବାରା ଗୁରୁବାର ଆକ୍ରମଣ ହୋଇଛି । ତେବେ ଏ ସମ୍ପର୍କରେ ଇରାକର ସିକ୍ୟୁରିଟି ଏଜେନ୍ସି ପକ୍ଷରୁ ସୂଚନା ଦେଇଛି ।

ଏଜେନ୍ସିର କହିବା ମୁତାବକ ବିମାନ ବନ୍ଦର ଉପରେ ଆକାଶମାର୍ଗରୁ 3ଟି ଡ୍ରୋନ କିଛି ସମୟ ଘୂରି ବୁଲିଥିଲା । ତେବେ 3ଟି ମଧ୍ୟରୁ ଗୋଟିଏ ଡ୍ରୋନକୁ ଅଚଳ କରାଯାଇଥିଲା । ପୂର୍ବରୁ ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଭିକ୍ଟ୍ରି ମିଲିଟାରୀ ବେସ ରହିଥିବା ସୂଚନା ମିଳିଥିଲା ଏବଂ ପରେ ବିମାନବନ୍ଦର ଉପରକୁ ରକେଟ ମାଡ ହୋଇଥିଲା ।

ତେବେ ଏହି ଡ୍ରୋନ କାହା ଦ୍ବାରା ବିମାନବନ୍ଦର ଉପରେ ଉଡାଯାଉଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ । ଇରାକର ସୁରକ୍ଷା ଏଜେନ୍ସି ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.