ETV Bharat / international

ରାସ୍ତାରେ ଗଡିବ ମାନବବିହୀନ ସ୍ବୟଂଚାଳିତ ଷ୍ଟାର ଲାଇନ କାର

author img

By

Published : Jul 24, 2020, 9:40 PM IST

ଷ୍ଟାର ଲାଇନ କାର ବିକାଶ ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ବିନା ମାନବକୃତ ବଳ ପ୍ରୟୋଗରେ କାର ପରିଚାଳନା କରିବା । ସେହିପରି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କାରରେ ଖଞ୍ଜା ଯାଇଥିବା ସେନ୍ସର ଗୁଡିକ ରାସ୍ତାରେ ଥିବା ଅନ୍ୟ ପଥଚାରୀ ବା ଗାଡିଗୁଡିକୁ ଚିହ୍ନଟ କରି କାରକୁ ସଠିକ୍‌ ଢଙ୍ଗରେ ପରିଚାଳିତ କରାଇଥାଏ । ଅଧିକ ପଢନ୍ତୁ...

Unmanned autonomous car, unmanned star line car, unmanned car, autonomous car, latest technology news, ମାନବବିହୀନ ସ୍ବୟଂଚାଳିତ କାର, ମାନବବିହୀନ ଷ୍ଟାର ଲାଇନ କାର, ମାନବବିହୀନ କାର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ, ସ୍ବୟଂଚାଳିତ କାର
ରାସ୍ତାରେ ଗଡିବ ମାନବବିହୀନ ସ୍ବୟଂଚାଳିତ ଷ୍ଟାର ଲାଇନ କାର

ମସ୍କୋ: ରାସ୍ତା ଉପରେ ଗାଡି ଚଳାଇବା ବେଳେ ବିଭିନ୍ନ ଦିଗ ପ୍ରତି ଦେବାକୁ ପଡେ ସ୍ବତନ୍ତ୍ର ଧ୍ୟାନ । ସେ ରାସ୍ତା ଉପରେ ନଜର ଦେବାକୁ ହେଉ କି ଘଣ୍ଟା ଘଣ୍ଟା ଧରି ଷ୍ଟିଅରିକୁ ଅପରେଟ କରିବା ହେଉ, ପ୍ରତିଟି କ୍ଷେତ୍ରକୁ ଦେବାକୁ ପଡେ ଧ୍ୟାନ । ଅନେକ ସମୟରେ ଏପରି ବି ଦେଖାଯାଇଛି କି ଗାଡି ଚଳାଇବା ସମୟରେ ଚାଳକଙ୍କ ଆଖି ଲାଗିଯାଏ । ଫଳରେ ଅନେକ ଦୁର୍ଘଟଣାର ଶିକାର ହୁଅନ୍ତି ଯାତ୍ରୀ । ଏମିତିରେ ବିନା ଚାଳକରେ ଗାଡି ଚଳାଇବା ପାଇଁ ସ୍ବୟଂଚାଳିତ କାରର କଳ୍ପନା କରୁଛନ୍ତି ଋଷିଆନ ଇଞ୍ଜିନିୟର ଦଳ ।

ଏହି ଷ୍ଟାର ଲାଇନ କାର ବିକାଶ ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ବିନା ମାନବକୃତ ବଳ ପ୍ରୟୋଗରେ କାର ପରିଚାଳନା କରିବା । ସେହିପରି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କାରରେ ଖଞ୍ଜା ଯାଇଥିବା ସେନ୍ସର ଗୁଡିକ ରାସ୍ତାରେ ଥିବା ଅନ୍ୟ ପଥଚାରୀ ବା ଗାଡିଗୁଡିକୁ ଚିହ୍ନଟ କରି କାରକୁ ସଠିକ୍‌ ଢଙ୍ଗରେ ପରିଚାଳିତ କରାଇଥାଏ । ତେବେ ଇଞ୍ଜିନିୟରମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ସ୍ବୟଂଚାଳିତ କାର ବାସ୍ତବରେ କେତେ କାର୍ଯ୍ୟକାରୀ ତାହା ପରୀକ୍ଷା କରିବା ପାଇଁ ସେଣ୍ଟ ପିଟର୍ସବର୍ଗ ରାସ୍ତାରେ ଏହି କାରକୁ ଚଳାଯାଇଥିଲା ।

(ଭିଡିଓ- ବିନା ମାନବ ହସ୍ତକ୍ଷେପରେ ରାସ୍ତାରେ ଗଡୁଛି ସ୍ବୟଂଚାଳିତ କାର)

ଏହି ଷ୍ଟାର ଲାଇନ ଡ୍ରାଇଭରଲେସ କାରର ବିକାଶ ଦାୟିତ୍ବରେ ଥିବା ଇଞ୍ଜିନିୟର ଆଣ୍ଟୋନ ବାବୁରୋଭ ଏହି ପରୀକ୍ଷଣରେ କାରର ସେନ୍ସର ଦ୍ବାରା ମନିଟରକୁ ମିଳିଥିବା ସିଗନାଲକୁ ନିରୀକ୍ଷଣ ଦାୟିତ୍ବରେ ରହିଥିଲେ । ସେ କହିଥିଲେ କି ସହରାଞ୍ଚଳ ରାସ୍ତାରେ ଏହି ସ୍ବୟଂଚାଳିତ କାରର ପରୀକ୍ଷା ଦ୍ବାରା ସ୍ପଷ୍ଟ ହୋଇଛି କି ଏଥିରେ ଆହୁରି ଅନେକ ବିକାଶର ଆବଶ୍ୟକତା ରହିଛି । ଏଥିସହ କେତେ ଦୂରତାରେ ରହିଲେ କାରର ସେନ୍ସର ଏକ ବସ୍ତୁକୁ ଚିହ୍ନଟ କରିପାରିବ ସେ ଦିଗରେ ମଧ୍ୟ କିଛି ପରିଶ୍ରମର ଆବଶ୍ୟକତା ଥିବା ସେ ପ୍ରକାଶ କରିଥିଲେ ।

Unmanned autonomous car, unmanned star line car, unmanned car, autonomous car, latest technology news, ମାନବବିହୀନ ସ୍ବୟଂଚାଳିତ କାର, ମାନବବିହୀନ ଷ୍ଟାର ଲାଇନ କାର, ମାନବବିହୀନ କାର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ, ସ୍ବୟଂଚାଳିତ କାର
(ଫଟୋ- ସ୍ବୟଂଚାଳିତ କାରର ଲାଭ)

ଏହି କାରରେ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଏକାଧିକ ସେନ୍ସରର ବ୍ୟବହାର କରାଯାଇଛି । ଏଥିରେ କିଛି ଏପରି ସେନ୍ସର ମଧ୍ୟ ରହିଛି ଯାହା ଅନ୍ୟ ସେନ୍ସରର ବିକଳ୍ପ ଭାବେ ମଧ୍ୟ କାର୍ଯ୍ୟ କରିପାରେ । କାରଣ ଯଦି କୌଣସି ପରିସ୍ଥିତିରେ କାରକୁ ନିୟନ୍ତ୍ରଣ କରିବା ପାଇଁ ଖଞ୍ଜା ୟାଇଥିବା ସେନ୍ସର ଅକାମି ହୋଇଯାଏ ତେବେ ସେହି ସମୟରେ ବିକଳ୍ପ ଭାବେ ଥିବା ସେନ୍ସରଗୁଡିକ କାର୍ଯ୍ୟ ଭାର ନେଇ ଥାଆନ୍ତି । ଏନେଇ ସୂଚନା ଦେଇଛନ୍ତି ମସ୍କୋସ୍ଥିତ ଏକ ଉଚ୍ଚ ଟେକ୍ନୋଲୋଜି ବ୍ୟବସାୟ ପେଣ୍ଠସ୍ଥଳୀ ସ୍କୋଲକୋଭୋ ଇନୋଭେସନ ସେଣ୍ଟରରେ ପ୍ରକଳ୍ପ ବିଭାଗ ମୁଖ୍ୟ ଆଲେକ୍ସାଣ୍ଡର ୟାକୁଟୋଭ । ସେ ଏହା ମଧ୍ୟ କହିଛନ୍ତି କି ଏହି କାରକୁ ଏପରି ପ୍ରସ୍ତୁତ କରାଯାଇଛି କି ଏହା ରାସ୍ତାରେ ଚାଲୁଥିବା ଅନ୍ୟ କୌଣସି ପରଥଚାରୀ କିମ୍ବା କାର ଉପରେ ଚଢିଯିବ ନାହିଁ । ବରଂ ଏହା ରାସ୍ତାରେ ଥିବା ଅନ୍ୟ ବସ୍ତୁକୁ ଚିହ୍ନଟ କରି ସେମାନଙ୍କଠାରୁ ସୁରକ୍ଷିତ ଦୂରତା ବଜାୟ ରଖି ରାସ୍ତା ଅତିକ୍ରମ କରାଏ ।

ଏହି ତଥ୍ୟକୁ ଷ୍ଟାର ଲାଇନ ମନୁଷ୍ୟବିହୀନ କାର ପ୍ରକଳ୍ପର ମୁଖ୍ୟ ବୋରିସ ଇଭାନୋଭ ମଧ୍ୟ ସ୍ବଳ୍ପ ପରିମାଣରେ ଗ୍ରହଣ କରିଛନ୍ତି । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି କି ଏହି ପ୍ରୟାସ ଦ୍ବାରା ସମୟ କ୍ରମେ ପରିବହନରେ ବିବର୍ତ୍ତନ ହେବ । ପରିବହନ ଓ ଗାଡି ଚଳାଚଳର ପରିଭାଷା ପରିବର୍ତ୍ତନ ହେବ । ସେପଟେ କାରର ମୂଲ୍ୟ ବର୍ତ୍ତମାନ ବହୁତ ଅଧିକ ରହିଥିବାରୁ ବଜାରରେ ଏହାର ଚାହିଦା କମ ରହିବ । କାରଣ ଏହା ଲୋକଙ୍କ ଆର୍ଥିକ ସ୍ଥିତିକୁ ନସୁହାଇବା ପର୍ଯ୍ୟନ୍ତ ଗ୍ରାହକ ଏହାକୁ କିଣିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.