ୟେରେଭାନ୍: ଥମୁନି ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଆଞ୍ଚଳିକ ବିବାଦ । ଯେଉଁଥିରେ ଏବେ ସୁଦ୍ଧା ଅନେକ ଲୋକଙ୍କ ଜୀବନ ଚାଲିଗଲାଣି । ତେବେ ଦୀର୍ଘ ଦିନ ପରେ ମୁଣ୍ଡ ଟେକି ଥିବା ଏହି ବିବାଦର ଅନ୍ତ ପାଇଁ ରାଜି ହୋଇଛନ୍ତି ଉଭୟ ରାଷ୍ଟ୍ର ।
ଆର୍ମେନିଆ ଏବଂ ଆଜେରବାଇଜାନ ମଙ୍ଗଳବାର ସକାଳେ ଆଜେରବାଇଜାନର ନାଗର୍ଣ୍ଣୋ-କାରବାକ୍ ଅଞ୍ଚଳ ଉପରେ ଋଷ ସହିତ ସ୍ବାକ୍ଷରିତ ଏକ ଚୁକ୍ତିନାମା ଅନୁଯାୟୀ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଛି । ଯେଉଁଥିରେ ପ୍ରାୟ 2,000 ଋଷର ଶାନ୍ତି ରକ୍ଷାକାରୀ ଏବଂ ଆଞ୍ଚଳିକ ରିହାତି ପାଇଁ ଆହ୍ବାନ ଦିଆଯାଇଛି ।
1994 ମସିହାରେ ହୋଇଥିବା ଏକ ବିଚ୍ଛିନ୍ନତାବାଦୀ ଯୁଦ୍ଧ ଶେଷ ହେବା ପରଠାରୁ ନାଗର୍ଣ୍ଣୋ-କାରବାକ୍ ଅଞ୍ଚଳ ଆର୍ମେନିଆ ଦ୍ବାରା ସମର୍ଥିତ ଜାତିଗତ ଆର୍ମେନିଆ ସୌନ୍ୟଙ୍କ ଅଧୀନରେ ରହିଆସିଛି । ଯେଉଁଥିରେ ପ୍ରାୟ 30,000 ଲୋକଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ମଙ୍ଗଳବାର ପ୍ରାରମ୍ଭରେ ଘୋଷିତ ହୋଇଥିବା ଚୁକ୍ତି ଅଧିକ ସମ୍ଭାବନା ଦେଖାଦେଇଥିଲା କାରଣ ଆଜେରବାଇଜାନ ରବିବାର ରଣନୀତି ସହ ଅଗ୍ରଗତି କରିଛି।
ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶିନିଆନ୍ ଫେସବୁକରେ କହିଛନ୍ତି ଯେ, ଏହି ଯୁଦ୍ଧକୁ ବନ୍ଦ କରିବା ମୋ ତଥା ଆମ ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ଏହି ଘୋଷଣା ପରେ ଖୁବ୍ ଶୀଘ୍ର ହଜାର ହଜାର ଲୋକ ଆର୍ମେନିଆର ରାଜଧାନୀ ୟେରେଭାନର ମୁଖ୍ୟ ମଇଦାନକୁ ଆସି ଏହି ଚୁକ୍ତିନାମାକୁ ବିରୋଧ କରିଥିଲେ, ଅନେକେ ପାଟି କରି କହିଥିଲେ, “ଆମେ ଆମର ଜମି ଛାଡିବୁ ନାହିଁ!” ସେମାନଙ୍କ ମଧ୍ୟରୁ କେତେକ ମୁଖ୍ୟ ସରକାରୀ ଭବନରେ ପଶି ପାଶିନିଆନଙ୍କୁ ଖୋଜୁଥିଲେ ବୋଲି କହିଥିଲେ।
ଏହି ଚୁକ୍ତିରେ ଆର୍ମେନିଆ ସୌନ୍ୟବାହିନୀ ଆଗଡାମର ପୂର୍ବ ଜିଲ୍ଲା ସମେତ ନାଗର୍ଣ୍ଣୋ-କାରବାକ୍ ସୀମା ବାହାରେ ଥିବା କେତେକ ଅଞ୍ଚଳର ନିୟନ୍ତ୍ରଣକୁ ହସ୍ତାନ୍ତର କରିବାକୁ ଆହ୍ବାନ କରିଛନ୍ତି । ଆଜେରବାଇଜାନ ପାଇଁ ସେହି ଅଞ୍ଚଳ ଦୃଢ ସାଙ୍କେତିକ ସ୍ଥିତି ବହନ କରେ, କାରଣ ଏହାର ମୁଖ୍ୟ ସହର, ଯାହାକୁ ଆଗାମ ମଧ୍ୟ କୁହାଯାଏ ।