କାଠମାଣ୍ଡୁ: ନେପାଳରେ ପୁଣି ଏକ ଭାରତୀୟ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ନାରାୟଣ ସିଂହ । ନାରାୟଣ ନେପାଳ ଓ ତିବତ୍ତ ମଧ୍ୟରେ ଅବସ୍ଥିତ ଥିବା ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ମକାଲୁରେ ଆରୋହଣ ପାଇଁ ଯାଇଥିଲେ । କିନ୍ତୁ ଗୁରୁବାର ଏକ କ୍ୟାମ୍ପରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁର ସୂଚନା ଅଧିକାରୀଙ୍କୁ ଶୁକ୍ରବାର ମିଳିଥିବା ଜଣାପଡିଛି ।
ଖବରମୁତାବକ, ନାରାୟଣ 8 ହଜାର 485 ମିଟର ଉଚ୍ଚତାର ଶୀର୍ଷରେ ପହଞ୍ଚି ସାରିଥିଲେ । ତେବେ ସେ ତଳକୁ ଓହ୍ଲାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେପାଳ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିକାରୀ ମୀରା ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ମାଉଣ୍ଟ ମକାଲୁ ହେଉଛି ଦୁନିଆର 5ମ ତମ ସର୍ବୋଚ୍ଚ ପର୍ବତ । ଏହି ପର୍ବତ ହିମାଳୟର ମହାଲଙ୍ଗୁରରେ ଅବସ୍ଥିତ । ଯାହା ମାଉଣ୍ଟ ଏଭରେଷ୍ଟ ଠାରୁ 19 କିଲୋମିଟର ଦୂରତାରେ ଅବସ୍ଥିତ ।
ନାରାୟଣ ସିଂହଙ୍କ ପୂର୍ବରୁ ପଶ୍ଚିମବଙ୍ଗଳାର ଦୁଇ ଜଣ ପର୍ବତାରୋହୀ ଜଣେ ବିପ୍ଳବ ବୈଦ ଓ କୁନ୍ତଳ କାରରଙ୍କର ବୁଧବାର କଞ୍ଚନଜଙ୍ଗାରେ ମୃତ୍ୟୁ ହୋଇଥିଲା ।
ଏହା ପର୍ବତାରୋହଣ କରିବା ସମୟ ହୋଇଥିବାବେଳେ ଏହି ସମୟରେ ହଜାରରୁ ଊର୍ଦ୍ଧ୍ବ ପର୍ବତାରୋହୀ ଆସି ନେପାଳରେ ପହଞ୍ଚିଥାନ୍ତି । ମାର୍ଚ୍ଚ ମାସରେ ଆରମ୍ଭ ହୋଇ ମେ' ମାସ ଶେଷରେ ଶେଷ ହୋଇଥାଏ ।