ETV Bharat / international

ଋଷିଆ, ଆମେରିକା ସହ ପ୍ରତିରକ୍ଷା ସଂପର୍କ ଉପରେ ଭାରତର ଫୋକସ

author img

By

Published : Jun 29, 2020, 8:01 AM IST

ପ୍ରତିରକ୍ଷା ବାବଦରେ ଭାରତ କ’ଣ ସବୁ ୠଷିଆଠାରୁ ଶୀଘ୍ର ଚାହିଁଛି, ସେନେଇ ବିସ୍ତୃତ ଭାବେ ଜଣାପଡିନାହିଁ । ତେବେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏସ-୪୦୦ ଟ୍ରିମୁଫ ଦୂରଗାମୀ କ୍ଷେପଣାସ୍ତ୍ର ସିଷ୍ଟମ କ୍ରୟ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥାଇପାରେ ବୋଲି ଜଣାପଡୁଛି ।

India-china faceoff, india- america defence relation, india-russia defence bond, india's defence power, ଭାରତ-ଚୀନ ସଂଘର୍ଷ, ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ, ଭାରତ-ଋଷିଆ ପ୍ରତିରକ୍ଷା ସମ୍ପର୍କ, ଭାରତର ପ୍ରତିରକ୍ଷା ଶକ୍ତି
ଋଷିଆ, ଆମେରିକା ସହ ପ୍ରତିରକ୍ଷା ସଂପର୍କ ଉପରେ ଭାରତର ଫୋକସ

ଲଦାଖରେ ସଂଘର୍ଷ ପରେ ଚୀନ୍‌ର ସଂପ୍ରସାରଣବାଦୀ ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଜଣା ପଡିଛି । ଚୀନର ସଂପ୍ରସାରଣବାଦୀ ଆଭିମୁଖ୍ୟ ଓ ଲଦ୍ଦାଖ ସଂଘର୍ଷ ପରିପ୍ରେକ୍ଷୀରେ ଋଷିଆ ଓ ଆମେରିକା ଭଳି ପ୍ରମୁଖ ଶକ୍ତିଙ୍କ ସହ ଭାରତର ପ୍ରତିରକ୍ଷା ସଂପର୍କ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଋଷିଆ ବିଜୟର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ପରେଡର ଭାଗ ନେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସପ୍ତାହ ପ୍ରାରମ୍ଭରେ ତିନିଦିନିଆ ମସ୍କୋ ଗସ୍ତ କରିଥିଲେ । ଏଣେ ଆମେରିକାର ବୈଦଶିକ ମାଇକ ପୋମ୍ପିଓ ଚୀନ୍ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଭାରତ, ମାଲେସିଆ, ଇଣ୍ଡୋନେସିଆ ଓ ଦକ୍ଷିଣ ଚାଇନା ସାଗରରେ ଚୀନ ଆଡୁ ସୃଷ୍ଟି ହୋଇଥିବା ବିପଦର ମୁକାବିଲା ପାଇଁ ଆମେରିକା ୟୁରୋପରୁ ଅନ୍ୟ ସ୍ଥାନକୁ ନିଜର ସୈନ୍ୟ ପଠାଉଛି ବୋଲି ଘୋଷଣା କରିଥିଲେ ପୋମ୍ପିଓ । ମସ୍କୋ ଗସ୍ତ ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷିଆର ଉପ ପ୍ରଧାନମନ୍ତ୍ରୀ ୟୁରୁ ବୋରିସୋଭଙ୍କୁ ସାକ୍ଷାତ କରିଥିଲେ । ବୋରିସୋଭଙ୍କ ସହ ତାଙ୍କର ଆଲୋଚନାକୁ ବେଶ୍‌ ସକାରାତ୍ମକ ଓ ଫଳପ୍ରଦ ହୋଇଛି ବୋଲି କହି ଟ୍ୱିଟ୍ କରିଥିଲେ ରାଜନାଥ । ବର୍ତମାନର ସବୁ ପ୍ରତିରକ୍ଷା କଣ୍ଟ୍ରାକ୍ଟ ଜାରି ରଖାଯିବ ବୋଲି ତାଙ୍କୁ ଆଶ୍ୱାସନା ଦିଆଯାଇଥିବା ପ୍ରକାଶ କରିଥିଲେ ରାଜନାଥ । ଏହାଛଡା ଖୁବ୍ କମ ସମୟ ମଧ୍ୟରେ ଅନ୍ୟାନ୍ୟ କଂଟ୍ରାକ୍ଟ ବି ଆଗେଇ ନିଆଯିବ ବୋଲି ତାଙ୍କୁ କୁହାଯାଇଥିବା ରାଜନାଥ କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ଭାରତର ସମସ୍ତ ପ୍ରସ୍ତାବକୁ ଋଷିଆ ସକାରାତ୍ମକ ଭାବେ ଗ୍ରହଣ କରିଛି । ସିଂହ ଓ ବୋରିସୋଭ ବିଜ୍ଞାନ ଓ ପ୍ରଯୁକ୍ତି ସଂପର୍କିତ ଭାରତ- ଋଷିଆ ଉଚ୍ଚସ୍ତରୀୟ କମିଟିର କୋ-ଚେୟାର ଅଛନ୍ତି ।

ପ୍ରତିରକ୍ଷା ବାବଦରେ ଭାରତ କ’ଣ ସବୁ ୠଷିଆଠାରୁ ଶୀଘ୍ର ଚାହିଁଛି, ସେନେଇ ବିସ୍ତୃତ ଭାବେ ଜଣାପଡିନାହିଁ । ତେବେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏସ-୪୦୦ ଟ୍ରିମୁଫ ଦୂରଗାମୀ କ୍ଷେପଣାସ୍ତ୍ର ସିଷ୍ଟମ କ୍ରୟ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥାଇପାରେ ବୋଲି ଜଣାପଡୁଛି । ୨୦୧୮ରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅବସରରେ ଭାରତ ଓ ଋଷିଆ ମଧ୍ୟରେ ୫.୪ ବିଲିଅନ ଆମେରିକୀୟ ଡଲାରର ମିସାଇଲ ଡିଲ୍ ହୋଇଥିଲା ।

ତେବେ, ଦୁଇ ଦେଶ ମଧରେ ସ୍ୱାକ୍ଷରିତ ଏସ-୪୦୦ ମିସାଇଲ ଡିଲ୍ ନେଇ ଆମେରିକା ଆପତି ପ୍ରକାଶ କରିିଥିଲା । ୨୦୧୮ରେ କାର୍ଯ୍ୟକାରୀ ହୋଇଥିବା କାଉନଟରିଂ ଆମେରିକାସ୍‌ ଆଡଭରସାରିଜ୍ ଥ୍ରୁ ସାଙ୍କସନ୍ସ ଆକ୍ଟ (ସିଏଏଟିଏସଏ)ରେ ଏ ନେଇ ଚର୍ଚ୍ଚା ହୋଇଥିଲା । ଋଷିଆ , ଇରାନ ଓ ନର୍ଥ କୋରିଆର କଂପାନି ସହ କୌଣସି ପ୍ରକାର ପ୍ରତିରକ୍ଷା କାରବାରକୁ ସିଏଏଟିଏସଏ ବିରୋଧ କରିଥାଏ । ୟୁକ୍ରେନ ଓ ସିରିଆ ବ୍ୟାପାରରେ ସଂପୃକ୍ତି ଓ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗ ପରେ ଋଷିଆ ଉପରେ ଆମେରିକୀୟ ସିନେଟର ଗୋଷ୍ଠୀ କଟକଣା ଲଗାଇଥିଲେ । ଋଷିଆଠାରୁ ଏସ-୪୦୦ ମିସାଇଲ ସିଷ୍ଟମ କିଣିଲେ ଭାରତ-ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ସଂପର୍କ ପ୍ରଭାବିତ ହେବ ବୋଲି ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ଦାୟିତ୍ୱରେ ଥିବା ଆମେରିକାର ପ୍ରିନସିପାଲ ଡେପୁଟି ଆସିଷ୍ଟାଂଟ ସେକ୍ରେଟାରୀ ଆଲିସ୍ ୱେଲସ ଗତବର୍ଷ ଜୁନରେ ପ୍ରତିନିଧି ସଭାର ବୈଦେଶିକ ବ୍ୟାପାର ସବକମିଟିକୁ କହିଥିଲେ ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏମଆଇଏମ-୧୦୪ଏଫ ପାଟ୍ରିଅଟ ( ପିଏସି-୩ ) ମିସାଇଲ ସିଷ୍ଟମ ଓ ଟର୍ମିନାଲ ହାଇ ଆଲଟିଟ୍ୟୁଡ୍ ଏରିଆ ଡିଫେନ୍ସ ( ଟିଏଚଏଏଡି ) ସିଷ୍ଟମ ଭାରତକୁ ବିକ୍ରି ପାଇଁ ଆମେରିକା କୁଆଡେ ପ୍ରସ୍ତାବ ଦେଇଥିଲା । କିନ୍ତୁ ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ସିଷ୍ଟମ ଡିଲ୍‌ରେ ହିଁ ଅଟଳ ରହିଥିଲା । ବିଶେଷଜ୍ଞଙ୍କ ଅନୁସାରେ ଏସ-୪୦୦ ହେଉଛି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ । ଏଥିରେ ମଲଟିଫଙ୍କସନ ରାଡାର, ଅଟୋନୋମସ ଡିଟେକସନ୍ ଓ ଟାର୍ଗେଟିଂ ସିଷ୍ଟମ, ଆଣ୍ଟି ଏୟାରକ୍ରାପ୍ଟ ମିସାଇଲ ସିଷ୍ଟମ, ଲଂଚର୍ସ ସହିତ କମାଣ୍ଡ ଆଣ୍ଡ୍ କଂଟ୍ରୋଲ ସିଷ୍ଟମ ରହିଛି । ସ୍ତରୀକୃତ ଡିଫେନ୍ସ ପାଇଁ ଏହା ତିନିଟି ଶୈଳୀର ମିସାଇଲ ଫାୟର କରିବାକୁ ସମର୍ଥ । ଏହି ସିଷ୍ଟମ ସବୁ ପ୍ରକାର ଏରିଏଲ ଟାର୍ଗେଟର ମୁକାବିଲା ପାଇଁ ଓ ସକ୍ଷମ । ୪୦୦ କିଲୋମିଟର ପରିସର ମଧ୍ୟରେ ୩୦ କିଲୋମିଟର ଆଲଟିଟ୍ୟୁଡ୍ ଏଁ ଏସ-୪୦୦ ମିସାଇଲ ସିଷ୍ଟମ ଏୟାରକ୍ରାଫ୍ଟ, ଅନମ୍ୟାନଡ ଏରିଏସ ଭେଇକିଲ ( ୟୁଏଭି ), ବାଲିଷ୍ଟିକ ଓ କ୍ରୁଜ୍ ମିସାଇଲକୁ ଟାଗେର୍ଟ କରିପାରିବ । ଏକାଥରକେ ୩୬ଟି ଟାର୍ଗେଟର ମୁକାବିଲା କରିପାରିବ ବୋଲି ସେନାର ଏକ ୱେବସାଇଟରେ କୁହାଯାଇଛି । ଋଷିଆର ପୂର୍ବ ଏୟାର ଡିଫେନ୍ସ ସିଷ୍ଟମଠାରୁ ଏସ-୪୦୦ ଦୁଇ ଗୁଣ ଅଧିକ ପ୍ରଭାବଶାଳୀ ଓ ଏହା ୫ ମିନିଟରେ ମୁତୟନ କରାଯାଇପାରିବ ।

ଆମେରିକା ସହ ଏସ-୪୦୦ ମିସାଇଲ ସିଷ୍ଟମ ପ୍ରସଙ୍ଗରେ ଭାରତ ଆଲୋଚନା କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଗତବର୍ଷ ଅକ୍ଟୋବରରେ ୱାସିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ । ଏ ନେଇ ଏକ ଋଷୀୟ ସାମ୍ବାଦିକଙ୍କ ସନ୍ଦେହ ଦୂର କରିଥିଲେ ଜୟଶଙ୍କର । ଗତବର୍ଷ ନଭେମ୍ବରରେ ଆମେରିକା ଏସ-୪୦୦ ମିସାଇଲ ସିଷ୍ଟମ କିଣା ବାବଦରେ ଭାରତ ପ୍ରତି ଆଭିମୁଖ୍ୟ କୋହଳ କରିଥିଲା । ସିଏଏଟିଏସଏ ଅଧୀନରେ ଭାରତ ବିରୋଧରେ କଟକଣା ଜାରି ହେବ ନାହିଁ ବୋଲି ଆମେରିକୀୟ ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସଂକେତ ଦେଇଥିଲେ । ତେବେ, ଋଷିଆର ଗୁଇନ୍ଦା ନଜର ରୋକିବାକୁ ଭାରତ ନିଜର ଡିଫେନ୍ସ ଟେକ୍ନୋଲୋଜି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ସଂପୃକ୍ତ ଅଧିକାରୀ । ଋଷିଆଠାରୁ ଏସ-୪୦୦ ମିସାଇଲ ସିଷ୍ଟମ କିଣିବା ପାଇଁ ଆମେରିକା ଭାରତ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଥିଲେ ମଧ୍ୟ ଏକ ସନ୍ଦେଶ ବି ଦେଇଛି ବୋଲି ଇମେଜ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ସଭାପତି ଏବଂ ଆମେରିକା-ଭାରତ ପଲିଟିକାଲ୍ ଆକସନ କମିଟିର ପ୍ରତିଷ୍ଠାତା ସଦସ୍ୟ ଓ ନିର୍ଦ୍ଦେଶକ ରବିନ୍ଦର ସଚଦେବ ଇଟିଭି ଭାରତକୁ କହିଛନ୍ତି । ସିଏଏଟିଏସଏ ନିୟମ ଅନୁସାରେ ଭାରତ, ଭବିଷ୍ୟତରେ ଋଷିଆଠାରୁ ପ୍ରତିରକ୍ଷା ଉପକରଣ କିଣା ହ୍ରାସ କରିବ ବୋଲି ଆମେରିକା ସନ୍ଦେଶ ଦେଇଥିବା ସଚଦେବ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ଭୂରାଜନୈତିକ ପରିସ୍ଥିତି ମଧ୍ୟ ଆମେରିକୀୟ କୋହଳ ମନୋଭାବର କାରଣ ।

କିନ୍ତୁ ରିହାତି ଦେବା ସହ ଇରାନ ବିରୋଧରେ ଜାରି କଟକଣାକୁ ଭାରତ ପୂରା ମାନିବାକୁ ପଡିବ ବୋଲି ଆମେରିକା ଆମଠାରୁ ଆଶ୍ୱାସନା ମଧ୍ୟ ନେଇଛି ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି । ଇରାନର ଆଣବିକ କାର୍ଯ୍ୟକ୍ରମ ବିରୋଧରେ ୨୦୧୮ରେ ଆମେରିକା, ଜଏଣ୍ଟ କଂପ୍ରେହେନସିଭ ପ୍ଲାନ ଅଫ୍ ଆକସନ-ଜେସିପିଓଏରୁ ଓହରିଆସିଥିଲା । ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ, ୟୁରୋପୀୟ ସଂଘ,ଆମେରିକା ଓ ଇରାନ ମଧ୍ୟରେ ଏ ବାବଦରେ ଚୁକ୍ତି ହୋଇଥିଲା । ତେବେ ଇରାନ ତାହାର ବିବାଦୀୟ ଆଣବିକ କାଯ୍ୟ ର୍କ୍ରମ ଜାରି ରଖିଥିବା ଅଭିଯୋଗ କରି ଜେସିପିଓଏରୁ ଓହରିଯାଇଥିଲା ଆମେରିକା । ଆମେରିକା ଚାପରେ ଗତବର୍ଷଠାରୁ ଇରାନଠାରୁ ତୈଳ ଆମଦାନୀ ବନ୍ଦ କରିଦେଇଥିଲା ଭାରତ । ଅବଶ୍ୟ ଇରାନର ଦକ୍ଷିଣପୂର୍ବରେ ଚାବାହର ବନ୍ଦରର ବିକାଶରେ ଭାରତର ସଂପୃକ୍ତି ଉପରେ ଆପତ୍ତି ଉଠାଇ ନ ଥିଲା ଆମେରିକା । ଇରାନ ଓ ଆଫଗାନିସ୍ତାନ ସହ ମିଳିତ ଭାବେ ଭାରତ ଚାବାହର ବନ୍ଦରର ବିକାଶରେ ନିୟୋଜିତ ଥିଲା । ଚାବାହର ବନ୍ଦର ଇଂଟରନ୍ୟାସନାଲ ନର୍ଥ ସାଉଥ ଟ୍ରାନସପୋର୍ଟ କରିଡର -ଆଇଏନଏସଟିସିକୁ ଯୋଡିବା ପାଇଁ ଏକ ପ୍ରମୁଖ ଲିଙ୍କ୍ ହେବ ।

ଆଇଏନଏସଟିସି ହେଉଛି ୭ ହଜାର ୨୦୦ କିଲୋମିଟର ଦୀର୍ଘ ଏକ ମଲଟି ମୋଡାଲ୍‌ ନେଟୱାର୍କ । ଏହି ନେଟୱର୍କ ଅନ୍ତର୍ଗତ ଜାହାଜ,ରେଳ ଓ ସଡକ ପଥରେ ଭାରତ, ଇରାନ, ଆଫଗାନିସ୍ତାନ, ଆର୍ମେନିଆ,ଆଜରବୈଜାନ, ଋଷିଆ,କେନ୍ଦ୍ର ଏସିଆ ଓ ୟୁରୋପ ମଧ୍ୟରେ ମାଲ ପରିବହନ ହୋଇପାରିବ । ଚାବାହର ପୋର୍ଟ ବିକଶିତ କରିବା ପାଇଁ ଭାରତ ୫ ଶହ ମିଲିଅନ ଆମେରିକୀୟ ଡଲାର ପୁଂଜିନିବେଶ କରିଛି ।

ଏବେ ଲଦ୍ଦାଖରେ ଜୁନ ୧୫-୧୬ ରାତିରେ ମଧ୍ୟଯୁଗୀୟ ଶୈଳୀରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେଲା ପରେ ଉଭୟ ଋଷିଆ ଓ ଆମେରିକା ସହ ଭାରତର ପ୍ରତିରକ୍ଷା ସଂପର୍କ ଫୋକସକୁ ଆସିଛି । ରାଜନାଥ ସିଂହଙ୍କ ଋଷିଆ ଗସ୍ତ ପରେ ପରେ ହିଁ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଚୀନ ବାବଦରେ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ଗୁରୁବାର ଦିନ ବ୍ରସେଲସ ଫୋରମରେ ପୋମ୍ପିଓ କହିଥିଲେ ଯେ, ଏକ ମୁକ୍ତ ବିଶ୍ୱରେ ହୋଇଥିବା ସବୁ ପ୍ରଗତିକୁ ଚୀନ ନଷ୍ଟ କରିବାକୁ ଚାହୁଁଛି । ସେଥିପାଇଁ ଆମେରିକା ୟୁରୋପରେ ନିଜର ସୈନ୍ୟ ସଂଖ୍ୟା ହ୍ରାସ କରି ବିଶ୍ୱର ଅନ୍ୟ ଅଂଚଳରେ ମୁତୟନ କରିବାକୁ ଚାହୁଁଛି ବୋଲି ପୋମ୍ପିଓ କହିଥଲେ । ଭାରତୀୟ ସୈନ୍ୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ପୋମ୍ପିଓ କହିଥିଲେ ଯେ, ପିଏଲଏ ବିଶ୍ୱର ସବୁଠାରୁ ଜନବହୁଳ ଗଣତନ୍ତ୍ର ଦେଶ ଭାରତ ସହ ସୀମା ଉତେଜନା ବୃଦ୍ଧି କରିଛି । ଦକ୍ଷିଣ ଚାଇନା ସାଗରରେ ସାମରିକ ଶକ୍ତି ବୃଦ୍ଧି କରି ଅବୈଧ ଭାବେ ଅଂଚଳ କବଜା କରିବାକୁ ଉଦ୍ୟମ କରୁଛି । ଏହା ଦ୍ୱାରା ସାମୁଦ୍ରିକ ଗମନାଗମନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିରୁ ଜଣାପଡୁଛି ଯେ, ଲଦ୍ଦାଖରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ବେଜିଂର ବିସ୍ତାରବାଦୀ ଆଭିମୁଖ୍ୟକୁ ପଦାରେ ପକାଉଛି ।

କୋଭିଡ-୧୯ ମହାମାରୀ ନେଇ ତଥ୍ୟ ଲୁଚାଇଥିବା ଅଭିଯୋଗର ସାମନା କରୁଥିବାରୁ ଏଥିରୁ ଧ୍ୟାନ ହଟାଇବା ପାଇଁ ବେଜିଂ ଉଦ୍ୟମ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଉଭୟ ଭାରତ ଓ ଆମେରିକା ଇଣ୍ଡୋ-ପାସିଫିକ୍‌ ଅଂଚଳରେ ଶାନ୍ତି ଓ ସମୃଦ୍ଧି ପାଇଁ କାମ କରିବା ପାଇଁ ଗଠିତ ଏକ ସଂଗଠନର ସଦସ୍ୟ ଅଛନ୍ତି । ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟ ଏହି ସଂଗଠନର ସଦସ୍ୟ । ଜାପାନର ପୂର୍ବ ଉପକୂଳରୁ ଆଫ୍ରିକାର ପୂର୍ବ ତଟ ଯାଏଁ ଲମ୍ବିଥିବା ଇଣ୍ଡୋ-ପାସିଫିକ ଅଂଚଳରେ ଚୀନ୍ ମଧ୍ୟ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଛି । ଦକ୍ଷିଣ ଚାଇନା ସାଗରରେ କେତେକ ଦ୍ୱୀପପୁଞ୍ଜକୁ ନିଜର ବୋଲି ଦାବି କରିଛି ଚୀନ୍ । ଏସବୁ ଦ୍ୱୀପ ସମୂହ ଉପରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇୱାନ ଓ ଭିଏତନାମ ମଧ୍ୟ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । ବିଶ୍ୱର ଏକ ବ୍ୟସ୍ତବହୁଳ ସାମୁଦ୍ରିକ ପଥ ଭାବେ ପରିଚିତ ଦକ୍ଷିଣ ଚାଇନା ସାଗରରେ ଫିଲପାଇନ୍ସର ଅଧିକାରକୁ ଚୀନ୍ ଉଲ୍ଲଂଘନ କରିଛି ବୋଲି ୨୦୧୬ରେ ହେଗ୍ ସ୍ଥିତ କୋର୍ଟ ଅଫ୍ ଆବି ର୍ଟେସନ ରୁଲିଂ ଦେଇଥିଲେ । ଫିଲିପାଇନ୍ସର ମାଛଧରା ଓ ତୈଳ ଅନ୍ୱେଷଣ ଅଧିକାର ଚୀନ୍ ଉଲ୍ଲଂଘନ କରୁଛିବୋଲି ହେଗ୍‌ କୋର୍ଟ କହିଥିଲେ ।

ଚୀନ୍ କୃତ୍ରିମ ଦ୍ୱୀପ ନିର୍ମାମ କରିବା ସହ ଚୀନ ଧୀବରମାନଙ୍କୁ ମାଛ ମାରିବାକୁ ଅଟକାଉ ନାହିଁ ବୋଲି କୋର୍ଟ ରୁଲିଂ ଦେଇଥିଲେ । କିନ୍ତୁ ଚୀନ୍ ଦକ୍ଷିଣ ଚାଇନା ସାଗରରେ ବାରମ୍ବାର ସାମୁଦ୍ରିକ ଆଇନକାନୁନ ଉଲ୍ଲଂଘନ କରୁଛି ବୋଲି ନିକଟରେ ଭିଏତନାମ ଓ ଫିଲିପାଇନ୍ସ ଉଦବେଗ ପ୍ରକାଶ କରିଥିଲେ । ଆସିଆନ ନେତାଙ୍କ ଏକ ଭର୍ଚୁଆଲ୍‌ ବୈଠକରେ ଭିଏତନାମ ପ୍ରଧାନମନ୍ତ୍ରୀ ଦକ୍ଷିଣ ଚାଇନା ସାଗରରେ ନାଁ ନ ନେଇ ଚୀନର ଉତ୍ପାତ ସଂପର୍କରେ ଉଦବେଗ ପ୍ରକାଶ କରିଥିଲେ । ଦକ୍ଷିଣ ଚାଇନା ସାଗର ସମେତ ଜାପାନ ଓ ତାଇୱାନ ସହ ବି ଚୀନ୍ କିଛି ଅଂଚଳକୁ ନେଇ ବିବାଦରେ ସଂପୃକ୍ତ ରହିଛି । ଜୁନ ପ୍ରାରମ୍ଭରେ ସେନକାକୁ ଦ୍ୱୀପରେ ଚୀନର ୬୭ଟି ସରକାରୀ ଜାହାଜ ଦେଖାଯାଇଥିଲା ବୋଲି ଜାପାନର ତଟରକ୍ଷୀ ବାହିନୀ ଅଭିଯୋଗ କରିଥିଲା । ସେନକାକୁ ଦ୍ୱୀପକୁ ଉଭୟ ଜାପାନ ଓ ଚୀନ ନିଜର ବୋଲି ଦାବି କରିଛନ୍ତି । ଏଣେ ଚୀନ ବାୟୁସେନା ତାଇୱାନର ବାୟୁସୀମା ଚାରି ଥର ଉଲ୍ଲଂଘନ କରିଥିଲା । ଫଳରେ ବାଧ୍ୟ ହୋଇ ତାଇୱାନ ନିଜର ଜେଟ୍ ବିମାନକୁ ପ୍ରସ୍ତୁତ କରି ରଖିଥିଲା । ତାଇୱାନକୁ ଚୀନ ନିଜର ଅଂଚଳ ଭାବେ ଦାବି କରିଆସୁଛି । ଏହି ଦେଶକୁ କୂଟନୈତିକ ମାନ୍ୟତାନ ଦେବାକୁ ଚୀନ୍ ଅନ୍ୟଦେଶକୁ ବାଧ୍ୟ କରୁଛି ।

ଚୀନ ଦ୍ୱାରା ସୃଷ୍ଟି ଏସବୁ ଭୂରାଜନୈତିକ ଅଶାନ୍ତି ମଧ୍ୟରେ ଋଷିଆ ଓ ଆମେରିକା ସହ ଭାରତର ପ୍ରତିରକ୍ଷା ସଂପର୍କ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଋଷିଆ ସହ ଭାରତର ଏକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ରହିଥିବା ବେଳେ ଆମେରିକା ସହ ବ୍ୟାପତ ବୈଶ୍ୱିକ ରଣନୈତିକ ଭାଗିଦାରୀ ରହିଛି । ୨୦୧୬ରେ ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ଭାଗିଦାର ଭାବେ ଆମେରିକା ସ୍ୱୀକୃତି ଦେଇଥିଲା । ଏହା ଫଳରେ ଭାରତ, ଆମେରିକାର ଘନିଷ୍ଠ ସହଯୋଗୀ ଭାଗିଦାର ଭାବେ ମାନ୍ୟତା ପାଇଲା । ଏଥିଯୋଗୁଁ ଆମେରିକା ଭାରତକୁ ଡିଫେନ୍ସ ଟେକ୍ନୋଲୋଜି ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଅରୁଣିମ ଭୂୟାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.