ETV Bharat / international

ଭାରତରୁ ନେପାଳକୁ ଉଡିବନି ବିମାନ

author img

By

Published : May 3, 2021, 12:17 PM IST

ଆଜି ମଧ୍ୟରାତ୍ରରୁ ଭାରତ-ନେପାଳ ମଧ୍ୟରେ ଚାଲୁଥିବା ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବାତିଲ । ଆସନ୍ତା ବୁଧବାର ଠାରୁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କଲେ ସରକାର । ଅଧିକ ପଢନ୍ତୁ...

amid covid 19 surge nepal bans all domestic international flights
ସଂକ୍ରମଣ ଭୟ, ଘରୋଇ ବିମାନ ସେବାକୁ ବାତିଲ କଲେ ନେପାଳ ସରକାର

କାଠମାଣ୍ଡୁ : ଭାରତରେ କରୋନା ସ୍ଥିତିକୁ ଦେଖି ବିଶ୍ବବାସୀ ଏବେ ଚିନ୍ତିତ । ବଢିବାରରେ ଲାଗିଛି ସଂକ୍ରମଣ ଭୟ । ଆମେରିକା ପରେ ପଡୋଶୀ ନେପାଳ ମଧ୍ୟ ନେଲା ଆଉ ଏକ ବଡ ପଦକ୍ଷେପ । ଆଜି ମଧ୍ୟରାତ୍ରରୁ ଭାରତ-ନେପାଳ ମଧ୍ୟରେ ଚାଲୁଥିବା ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ ଘୋଷଣା କଲେ ନେପାଳ ସରକାର । ଆଜି ଠାରୁ କେବଳ ଘରୋଇ ବିମାନ ବାତିଲ ହେବାକୁ ଥିବବେଳେ ଆସନ୍ତା ବୁଧବାର ଠାରୁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କଲେ ସରକାର । ଏହି କଟକଣା ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କିନ୍ତୁ ଚାର୍ଟର୍ ଫ୍ଲାଇଟକୁ ଅନୁମତି ଦିଆଯିବ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ହ୍ରିଦୟେଶ ତ୍ରିପାଠୀ ସୂଚନା ଦେଇଛନ୍ତି ।

ନେପାଳରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ରହିବା ବାଧ୍ୟତାମୂଳକ କରାଯାଇଛି । କାଠମାଣ୍ଡୁ ଉପତ୍ୟକାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ଯେଉଁ ବିଦେଶୀ ଯାତ୍ରୀମାନେ ଆସୁଛନ୍ତି ସେମାନେ ଯେ କୈଣସି ହୋଟେଲରେ କ୍ବାରେଣ୍ଟାଇନରେ 10 ଦିନ ରହିବା ବାଧ୍ୟତାମୂଳକ କରିଛନ୍ତି ସରକାର । ଏହାସହ ନେପାଳକୁ ଆସୁଥିବା ଯାତ୍ରୀ 27 ଘଣ୍ଟାରେ ହୋଇଥିବା କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଆସିପାରିବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ସଂକ୍ରମଣ ପାଇଁ ଏପ୍ରିଲ୍ 29 ଠାରୁ ବସ୍ ସେବା ବନ୍ଦ କରାଯାଇଛି । ରବିବାର ଦିନ ନେପାଳରେ 7ହଜାର 130 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 74 ଜଣଙ୍କର ଆଣ୍ଚିଜେନ ଟେଷ୍ଟ କରାଯାଇଛି । ଏହିକ୍ରମରେ ମୃତ୍ୟୁ ସଂଖ୍ୟା 3325କୁ ବୃଦ୍ଧି ଘଟିଛି । ଦେଶବ୍ୟାପୀ ସଂକ୍ରମଣ ସଂଖ୍ୟା 3,36,030ରେ ପହଞ୍ଚିଛି । ଯେଉଁଥିରେ ସକ୍ରିୟ ରୋଗ ସଂଖ୍ୟା 48,711ରେ ରହିଛି । ରବିବାର ପୂର୍ବରୁ ସର୍ବାଧିକ ଦୈନିକ ମାମଲା ଗତ ବର୍ଷ ଅକ୍ଟୋବର 21ରେ ରେକର୍ଡ କରାଯାଇଥିଲା । ଯେତେବେଳେ ଦେଶ ଗୋଟିଏ ଦିନରେ 5,743 ସଂକ୍ରମଣ ରିପୋର୍ଟ କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.