ETV Bharat / international

ଦୁଇ ଦଶନ୍ଧି ପରେ ନେପାଳରେ ପୁଣି ପଙ୍ଗପାଳଙ୍କ ଉତ୍ପାତ - ନେପାଳରେ ଦୁଇ ଦଶନ୍ଧି ପରେ ପଙ୍ଗପାଳ ପ୍ରବେଶ

ପ୍ରାୟ 2 ଦଶନ୍ଧି ପରେ ନେପାଳକୁ ପୁଣି ଫେରିଛନ୍ତି ପଙ୍ଗପାଳ । ନେପାଳ ଅଧିକାରୀମାନେ କହିବା ଅନୁଯାୟୀ ଭାରି ମାତ୍ରାରେ ମରୁଭୂମି ପଙ୍ଗପାଳ ଦେଶରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଫସଲ କାଟି ନଷ୍ଟ କରିଦେଇଛନ୍ତି ।

locust attack in nepal, crop damage in nepal, locust enters nepal after 2 decades, locusts, ନେପାଳରେ ପଙ୍ଗପାଳ ଆକ୍ରମଣ, ନେପାଳରେ ଫସଲ ନଷ୍ଟ, ନେପାଳରେ ଦୁଇ ଦଶନ୍ଧି ପରେ ପଙ୍ଗପାଳ ପ୍ରବେଶ, ପଙ୍ଗପାଳ
ଦୁଇ ଦଶନ୍ଧି ପରେ ନେପାଳରେ ପୁଣି ପଙ୍ଗପାଳଙ୍କ ଉତ୍ପାତ
author img

By

Published : Jun 28, 2020, 5:21 PM IST

କାଠମାଣ୍ଡୁ: ପ୍ରାୟ 2 ଦଶନ୍ଧି ପରେ ନେପାଳକୁ ପୁଣି ଫେରିଛନ୍ତି ପଙ୍ଗପାଳ । ନେପାଳ ଅଧିକାରୀମାନେ କହିବା ଅନୁଯାୟୀ ଭାରି ମାତ୍ରାରେ ମରୁଭୂମି ପଙ୍ଗପାଳ ଦେଶରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଫସଲ କାଟି ନଷ୍ଟ କରିଦେଇଛନ୍ତି । ମୁଖ୍ୟତଃ ଦକ୍ଷିଣ ନେପାଳର ବାରା, ସାରଲାହି, ପାର୍ସା ଓ ରୁପାନ୍ଦେହୀ ଜିଲ୍ଲାମାନଙ୍କରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଥିବା ଜଣା ପଡିଛି । କୃଷି ମନ୍ତ୍ରଣାଳୟ ମୁଖପାତ୍ର ହରି ବାହାଦୂର କେସି ଏନେଇ ସୂଚନା ଦେଇ କହିଛନ୍ତି କି ବିଶ୍ବରେ ସବୁଠାରୁ କ୍ଷତିକାରକ ପୋକ ପ୍ରଜାତି ହେଉଛି ଏହି ମରୁଭୂମି ପଙ୍ଗପାଳ ।

ପୂର୍ବରୁ 60 ଦେଶରେ ଫସଲ ଧ୍ବଂସ କରିଥିବା ଏହି ପଙ୍ଗପାଳ ନେପାଳ ପାଇଁ କେତେ ବିପଦଜନକ ସେନେଇ ସରକାର କୌଣସି ଆକଳନ କରିନାହାନ୍ତି । ଏନେଇ କେସି କହିଥିଲେ କି ଦେଖାଯାଇଛି ଯେ ପବନର ଦିଗରେ ଏହି ପଙ୍ଗପାଳମାନେ ଗତି କରୁଥାଆନ୍ତି । ଏହା ଅନୁଯାୟୀ ଗତ ଦୁଇ ଦିନ ହେଲ ପଶ୍ଚିମରୁ ଉତ୍ତର ଆଡକୁ ପବନ ବୋହୁଥିବାରୁ ଏହି ଦିଗରେ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ସେ ଏହା ମଧ୍ୟ କହିଛନ୍ତି କି ଭାରତର ବାରାଣାସୀରୁ ଏହି ପଙ୍ଗପାଳମାନେ ନେପାଳ ମୁହାଁ ହୋଇଥାଇପାରନ୍ତି ।

ସେପଟେ କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି କି ପ୍ରଥମେ 1962ରେ ନେପାଳରେ ପଙ୍ଗପାଳ ପ୍ରବେଶ କରିଥିଲେ । ହେଲେ 1996 ମସିହାରେ ପଙ୍ଗପାଳଙ୍କ ପ୍ରବେଶରେ ସବୁଠାରୁ ଅଧିକ କ୍ଷଯକ୍ଷତି ହୋଇଥିଲା । ଏହି ସମୟରେ ଚିତୱନରେ ଅମଳ ହେବାକୁ ଥିବା ଫସଲର 80 ପ୍ରତିଶତ ଅଂଶ ପଙ୍ଗପାଳମାନେ କାଟି ନଷ୍ଟ କରିଥିଲେ । ଏଥିସହ ମକୱନପୁର, ମାହୋତରୀ ଓ ବାରା ଜିଲ୍ଲାରେ ଆଶିଂକ ଫସଲ ନଷ୍ଟଟ ହୋଇଥିବା ଦେଖାଯାଇଥିଲା ।

କୋରୋନା ସଂକ୍ରମଣ ସମୟରେ ପଙ୍ଗପାଳମାନେ କ୍ଷେତରେ ଅଧିକ କ୍ଷତି ଘଟାଇପାରନ୍ତି ବୋଲି ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଶନିବାର ସୁଦ୍ଧା ନେପାଳରେ କୋରୋନା ଆକ୍ରାନ୍ତ ସଂଖ୍ୟା 12,309ରେ ପହଞ୍ଚିବା ସହ ମୃତ୍ୟୁ ସଂଖ୍ୟା 28 ରହିଛି । ତେଣେ ସବୁଠାରୁ କ୍ଷତିକାରକ ପୋକ ପ୍ରଜାତି ଭାବେ ଏମାନେ ବିଶ୍ବର 65 ଅଣବିକଶିତ ରାଷ୍ଟ୍ରରେ ନିମିଷକେ ଫସଲ ନଷ୍ଟି କରିଦେଇପାରିବେ । ଏମାନଙ୍କ ବଂଶ ବିସ୍ତାର ପ୍ରକ୍ରିୟା ଅତି କ୍ଷୀପ୍ର ହେବା ସହ ଏମାନେ ଦୂରଦୂରାନ୍ତ ସହଜରେ ଗତି କରି ଫସଲ ନଷ୍ଟ କରିବାର କ୍ଷମତା ରଖନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.