ETV Bharat / international

ସଙ୍କଟରେ ଆଫଗାନୀ ମହିଳା: ମୁକ୍ତି ପାଇଁ ବିମାନବନ୍ଦରରେ ତରବରିଆ ବିବାହ - ଆଫଗାନ ମହିଳାଙ୍କୁ ତରବରିଆ ବିବାହ

ଆଫଗାନିସ୍ତାନରେ ତାଲିବାନ ଜୋର ଜବରଦସ୍ତ ପ୍ରବେଶ ପରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି ଆଫଗାନୀ ମହିଳାମାନଙ୍କୁ । ବାହାର ଦେଶକୁ ପଠା ଯାଉଥିବା ଝିଅ କିମ୍ବା ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ବିବାହ କରାଯାଉଛି । ଅଧିକ ପଢନ୍ତୁ...

ସଙ୍କଟରେ ଆଫଗାନୀ ମହିଳା: ମୁକ୍ତି ପାଇଁ ବିମାନବନ୍ଦରରେ ତରବରିଆ ବିବାହ

author img

By

Published : Sep 4, 2021, 7:21 AM IST

କାବୁଲ: ଆଫଗାନିସ୍ତାନରେ ତାଲିବାନ ଜୋର ଜବରଦସ୍ତ ପ୍ରବେଶ ପରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି ଆଫଗାନୀ ମହିଳାମାନଙ୍କୁ । ତାଲିବାନ ଦେଶରେ ସାରିୟା ଆଇନ ଲାଗୁ କରିବା ସହ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବାର ଖବର ସାମ୍ନାକୁ ଆସୁଛି । ଏପରି କ୍ଷେତ୍ରରେ ବାପା-ମାଆଙ୍କୁ ଅଧିକ ଚିନ୍ତାରେ ପକାଇଛି ଝିଅଙ୍କ ସୁରକ୍ଷା ।

ତେଣୁ ସୁରକ୍ଷା ପାଇଁ UAE ପଠାଯାଉଥିବା ଝିଅଙ୍କୁ ବାଧ୍ୟ ହୋଇ ବିବାହ କରାଉଛନ୍ତି ବାପା-ମାଆ । ଏପରିକି କୌଣସି ପୁଅକୁ ଲାଞ୍ଚ ଦେଇ ଆମ ଝିଅର ସ୍ବାମୀ ବୋଲି କହି ବାହାର ଦେଶକୁ ନେଇଯାଆନ୍ତୁ କହୁଥିବା ଖବର ସାମ୍ନାକୁ ଆସିଛି । କେହି କେହି ମଧ୍ୟ ବିମାନବନ୍ଦର ନିକଟରେ ବିବାହ କରୁଛନ୍ତି ଏବଂ ଅନ୍ୟକେହି ମିଛରେ ଅନ୍ୟ ପୁରୁଷକୁ ସ୍ବାମୀର ପରିଚୟ ଦେଉଛନ୍ତି । ତେବେ ଆମେରିକା ବୈଦଶିକ ମନ୍ତ୍ରଣାଳୟ ଏନେଇ ଚିନ୍ତାବ୍ୟକ୍ତ କରିଛି ।

ଏଭଳି ବାଧ୍ୟତାମୂଳକ ଭାବେ ବିବାହ କରି ଆସୁଥିବା ମହିଳାମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ । ଏଥିସହ ପହଞ୍ଚିଥିବା ଏଭଳି ମହିଳାମାନଙ୍କ ସନ୍ଧାନ ମଧ୍ୟ ଆରମ୍ଭ କରିଦେଇଛି ଆମେରିକା ।

ପ୍ରକାଶ ଥାଉ ଯେ, ଆଫଗାନିସ୍ତାନରେ ସାରିୟା ଆଇନ ଲାଗୁ ହେବା ପରେ ମହିଳାମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି । ଏହି ଆଇନ ଅନୁଯାୟୀ ଝିଅ ପାଠ ପଢି ପାରିବେନି, ଏକାକୀ ଘରୁ ବାହାରି ପାରିବେନି, ବାହାରକୁ ଯିବାକୁ ହେଲେ କୌଣସି ପୁରୁଷ ସମ୍ପର୍କୀୟଙ୍କ ସହ ଯିବାକୁ ହେବ ଏବଂ ଏଥିସହ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ତେଣୁ ୟୁଏଇ ଯାଉଥିବା ମହିଳା ବା ଝିଅମାନଙ୍କୁ ବାଧ୍ୟତାମୂଳକ ଭାବେ ବିବାହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.