ETV Bharat / international

କର୍ମଚାରୀ କୋରୋନା ପଜେଟିଭ, ସେଲ୍ପ ଆଇସୋଲେସନରେ ଆଫଗାନ ରାଷ୍ଟ୍ରପତି - ଆଫଗାନ ରାଷ୍ଟ୍ରପତି

ଆଫଗାନ ରାଷ୍ଟ୍ରପତି ଭବନରେ ଅତି କମରେ 20 ଜଣ ଲୋକ କୋରୋନାଭାଇରସ ପଜିଟିଭ ରିପୋର୍ଟ ଆସିବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି । ଅଧିକ ପଢନ୍ତୁ...

corona
corona
author img

By

Published : Apr 20, 2020, 6:34 AM IST

କାବୁଲ : ସାରା ବିଶ୍ବରେ କୋରୋନା ପ୍ରକୋପ ଜାରି ରହିଛି । ଏପରିସ୍ଥଳେ ପ୍ରତ୍ୟକେ ଦିନ ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ହୁ ହୁ ହୋଇ ବଢିବାରେ ଲାଗୁଛି । ରବିବାର ଆଫଗାନ ରାଷ୍ଟ୍ରପତି ଭବନରେ ଅତି କମରେ 20 ଜଣ ଲୋକ କୋରୋନାଭାଇରସ ପଜିଟିଭ ରିପୋର୍ଟ ଆସିବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି ।

ପ୍ରଥମେ କୋଡିଏଟି ମାମଲା ରିପୋର୍ଟ କରାଯାଇଥିଲା, କିନ୍ତୁ ରବିବାର ଦିନ ଏକ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ଏହି ସଂଖ୍ୟା 40 କୁ ବୃଦ୍ଧି ପାଇଛି। ଏଥିରେ କୁହାଯାଇଛି ଯେ ଆଫଗାନିସ୍ତାନ ସରକାରଙ୍କ ତରଫରୁ କୌଣସି ସରକାରୀ ପ୍ରତିକ୍ରିୟା ନାହିଁ କିମ୍ବା ଘାନି ନିଜେ ସଂକ୍ରମଣ ହୋଇଥିବା କୌଣସି ସୂଚନା ମିଳିନାହିଁ ।

ଜନ୍ ହପକିନ୍ସ ୟୁନିଭରସିଟିର କରୋନାଭାଇରସ୍ ରିସୋର୍ସ ସେଣ୍ଟର ଅନୁଯାୟୀ ଆଫଗାନିସ୍ତାନରେ 993 କୋରୋନାଭାଇରସ୍ ମାମଲା ଏବଂ 32 ଜଣଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ ମାସରେ 150,000 ରୁ ଅଧିକ ଆଫଗାନିସ୍ତାନ ଭାଇରସ୍ ଦ୍ବାର ପ୍ରଭାବିତ ଇରାନରୁ ଫେରିବା ପରେ ଭାଇରସ ବିସ୍ତାର ହୋଇଥାଇପାରେ ବୋଲି ଜଣାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.