ETV Bharat / international

ଦିଲ୍ଲୀରେ ପହଞ୍ଚିଲେ ଆଫଗାନ ନାଗରିକ, କହିଲେ ପରିସ୍ଥିତି ଅଣାୟତ

ଗତକାଲି(ରବିବାର) ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ନିଜ ଅକ୍ତିଆରରେ ନେଇଥିଲା । ଆଉ ଏହାରି ମଧ୍ୟରେ ରବିବାର ସନ୍ଧ୍ୟାରେ କାବୁଲରୁ ୧୨୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଏୟାର ଇଣ୍ଡିଆର ଏଆଇ-୨୪୪ ବିମାନ । ଅଧିକ ପଢନ୍ତୁ...

author img

By

Published : Aug 16, 2021, 3:12 PM IST

କାବୁଲରୁ ୧୨୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ତାଲିବାନର ପ୍ରଚଣ୍ଡ ଆକ୍ରମଣ ଓ ଭୟ ଆଗରେ ହାର ମାନିଛି ଆଫଗାନୀ ସେନା । ଗତକାଲି(ରବିବାର) ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ନିଜ ଅକ୍ତିଆରରେ ନେଇଥିଲା । ଆଉ ଏହାରି ମଧ୍ୟରେ ରବିବାର ସନ୍ଧ୍ୟାରେ କାବୁଲରୁ ୧୨୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଏୟାର ଇଣ୍ଡିଆର ଏଆଇ-୨୪୪ ବିମାନ । ଏହି ସମୟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଆମେରିକାର ଦୂତାବାସଙ୍କ କହିବାନୁସାରେ, କାବୁଲ ବିମାନବନ୍ଦରରେ ସୁରକ୍ଷା ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଏବଂ ବିମାନ ବନ୍ଦରରେ ନିଆଁ ଲାଗିଥିବାର ଖବର ରହିଛି।

ସୂଚନାନୁସାରେ, ଆଫଗାନିସ୍ତାନରେ ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ଏବଂ ଆଫଗାନିସ୍ତାନ ଉପରେ ତାଲିବାନ ନିୟନ୍ତ୍ରଣ ହାସଲ କରିବା ମଧ୍ୟରେ କାବୁଲରୁ କୂଟନୈତିକ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯିବ । ଏପଟେ କାବୁଲରୁ ଦିଲ୍ଲୀରେ ପହଞ୍ଚିଥିବା ଜଣେ ମହିଳା କହିଛନ୍ତି, "ମୁଁ ବିଶ୍ବାସ କରିପାରୁ ନାହିଁ ଯେ, ସମଗ୍ର ବିଶ୍ବ ଏବେ ଆଫଗାନିସ୍ତାନର ହାତ ଛାଡ଼ି ଦେଇଛି। ଆମର ବନ୍ଧୁମାନେ ମରିବାକୁ ଯାଉଛନ୍ତି। ଏବଂ ସେମାନେ (ତାଲିବାନ) ଆମକୁ ମାରିବାକୁ ଯାଉଛନ୍ତି। ଆଉ ଆମ ମହିଳାମାନଙ୍କର କୌଣସି ଅଧିକାର ରହିବ ନାହିଁ।"

ତାଲିବାନ ରାଜଧାନୀ କାବୁଲ ସୀମାରେ ପ୍ରବେଶ କରିବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ତାଜିକିସ୍ତାନ ପଳାଇ ଯାଇଛନ୍ତି। ଏହା ମଧ୍ୟରେ, ଆଗାମୀ 72 ଘଣ୍ଟା ମଧ୍ୟରେ ଆମେରିକା, କାବୁଲରେ ଥିବା ଦୂତାବାସରୁ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ହଟାଉଥିବା ଦେଖିବାକୁ ମିଳିଛି । ଏହାସହ କାନାଡା ଏବଂ ସ୍ବିଡେନ ମଧ୍ୟ କାବୁଲରେ ଥିବା ଦୂତାବାସରୁ ସେମାନଙ୍କ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ଯାଉଛି।

ତେବେ ତାଲିବାନ, ରାଜଧାନୀ କାବୁଲର ମୁଖଦ୍ବାରରେ ପ୍ରବେଶ କରିଥିବାରୁ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ଲୁଟ୍ ଓ ବିଶୃଙ୍ଖଳାକୁ ରୋକିବା ପାଇଁ ସେମାନେ କାବୁଲର କିଛି ଅଂଶରେ ପ୍ରବେଶ କରିବେ ଏବଂ ସୁରକ୍ଷା ବାହିନୀ ଦ୍ବାରା ଖାଲି କରାଯାଇଥିବା ଜାଗାଗୁଡ଼ିକ ଦଖଲ କରିବେ। ସହର ମଧ୍ୟରେ ତାଙ୍କର ପ୍ରବେଶକୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ ସେ କହିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.