ETV Bharat / international

ବନ୍ଧୁକ ମୁନରେ ଚାଲିବ ତାଲିବାନ ଶାସନ ! ରାଷ୍ଟ୍ରପତି ଘନିଙ୍କ ଇସ୍ତଫା - ଆଫଗାନିସ୍ତାନ ଶାସନ କ୍ଷମତା

ଆଉ କେଇ ଘଣ୍ଟାର ଅପେକ୍ଷା ପରେ ତାଲିବାନ ହାତକୁ ଚାଲିଯିବ ଆଫଗାନିସ୍ତାନ ଶାସନ କ୍ଷମତା । ଶାନ୍ତିପୂର୍ଣ୍ଣ ଢଙ୍ଗରେ କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ବିଚାରବିମର୍ଷ । ଇସ୍ତଫା ଦେଇପାରନ୍ତି ରାଷ୍ଟ୍ରପତି ଅସରଫ ଘନି । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ଚାଲିବ ତାଲିବାନ ଶାସନ ! ରାଷ୍ଟ୍ରପତି ଘନିଙ୍କ ଇସ୍ତଫା

author img

By

Published : Aug 15, 2021, 6:14 PM IST

Updated : Aug 15, 2021, 7:45 PM IST

କାବୁଲ: ତାଲିବାନର ଶକ୍ତି ଆଗରେ ହାର ମାନିଛନ୍ତି ଆଫଗାନିସ୍ତାନ ସରକାର । ରାଜଧାନୀ କାବୁଲ କବଜା କରିବା ପରେ ସମଗ୍ର ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇସାରିଛି ତାଲିବାନ । ଶାନ୍ତିପୂର୍ଣ୍ଣ ଢଙ୍ଗରେ କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ବିଚାରବିମର୍ଶ । ଆଉ କେଇ ଘଣ୍ଟାର ଅପେକ୍ଷା ପରେ ତାଲିବାନ ହାତକୁ ଚାଲିଯିବ ଆଫଗାନିସ୍ତାନ ଶାସନ କ୍ଷମତା । ଆଉ ବନ୍ଧୁକ ମୁନରେ ଶାସନ କରିବେ ଆତଙ୍କୀ ।

ସୂଚନା ଅନୁଯାୟୀ, ତାଲିବାନ କମାଣ୍ଡର ତଥା ଉପନେତା ମୁଲ୍ଲା ବରାଦର ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କ ପାଖରୁ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା କରିବାକୁ କାବୁଲରେ ପହଞ୍ଚିସାରିଛନ୍ତି । ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଆଫଗାନିସ୍ତାନର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ଅସରଫ ଘନି ।

କ୍ଷମତା ହସ୍ତାନ୍ତର ପରେ ଅଲି ଅହମଦ ଜଲାଲିଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରାଯିବ । ହେଲେ ବର୍ତ୍ତମାନସୁଦ୍ଧା ଏହାର ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଜଲାଲି ଜର୍ମାନୀରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ରହିସାରିଛନ୍ତି ।

ତାଲିବାନ ରାଜଧାନୀ କାବୁଲରେ ପହଞ୍ଚିବା ପରେ କ୍ଷମତା ହସ୍ତାନ୍ତର ନେଇ ରାଷ୍ଟ୍ରପତି ଭବନରେ ଆଲୋଚନା ଜାରି ରହିଛି । ଖୁବ ଶୀଘ୍ର ନିଷ୍ପତ୍ତି ଉପରେ ବାଜିପାରେ ମୋହର । ବିନା କୌଣସି ସଂଘର୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ଆଫଗାନିସ୍ତାନ ସରକାର । ସେପଟେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ମଧ୍ୟରେ ରାଜଧାନୀ କାବୁଲରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଆଫଗାନ ସେନାକୁ ଅପିଲ କରିଛନ୍ତି ରାଷ୍ଟ୍ରପତି ଅସରଫ ଗନି ।

Last Updated : Aug 15, 2021, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.