ଟୋକିଓ: ମହାମାରୀ କୋରୋନା ମହାବିପଦ ବିଶ୍ବ ପାଇଁ ଚିନ୍ତାଜନକ ପାଲଟିଛି । ଏପରିସ୍ଥଳେ କୋଭିଡ -19 ବିସ୍ତାରକୁ ଜାପାନରେ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଟୋକିଓ, ଓସାକା ଭଳି ଦେଶର 5 ବଡ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ଘୋଷଣା ବୁଧବାର ଠାରୁ ଲାଗୁ ହେବ।
ଜରୁରୀକାଳୀନ ପରିସ୍ଥିତି ରାଜଧାନୀ ଟୋକିଓ ଏବଂ କାନାଗାୱା, ସାଇତାମା, ଚିବା, ଓସାକା, ହାଇଗୋ ଏବଂ ଫୁକୁକା ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ଲାଗୁ ହେବ ।
ଏହି ଘୋଷଣା ପରେ ଗଭର୍ନରମାନେ କୋରୋନା ବିସ୍ତାରକୁ ରୋକିବା ପାଇଁ ନିଜେ କୌଣସି ବି ପଦକ୍ଷେପ ନେବାକୁ ଅଧିକ ଅଧିକାର ପାଇବେ।
ଜାପାନରେ କୋରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା 3,906 କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ 92 ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।
@IANS ଇନପୁଟ