ETV Bharat / international

ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ମୂଲ୍ୟବୋଧ ଓ ଧାର୍ମିକ ବିଶ୍ବାସର ସଙ୍ଗମ ‘ଅଙ୍ଗକୋର ୱାଟ’ - ଅଙ୍ଗକୋର ୱାଟକୁ ନେଇ ଅଜଣା କଥା

କମ୍ବୋଡିଆର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଏହି ଅଙ୍ଗକୋର ଗାଁରେ ଆଜି୍ ବି ସାଇତା ହୋଇ ରହିଛି ଏନେକ ପୌରାଣିକ ଗାଥା । କେବଳ ସେତିକି ନୁହେଁ ପ୍ରତ୍ନତାତ୍ତ୍ବିକ ପଥର ମୂର୍ତ୍ତି ଓ କୀର୍ତ୍ତିରାଜି ମଧ୍ୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାରେ ବିଶେଷ ସହାୟକ ।

angkor wat, unknown fact, unknown fact on angkor wat, kambodia tourism, ଅଙ୍ଗକୋର ୱାଟ, ଅଜଣା କଥା, ଅଙ୍ଗକୋର ୱାଟକୁ ନେଇ ଅଜଣା କଥା, କମ୍ବୋଡିଆ ପର୍ଯ୍ୟଟନ
ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ମୂଲ୍ୟବୋଧ ଓ ଧାର୍ମିକ ବିଶ୍ବାସର ସଙ୍ଗମ ‘ଅଙ୍ଗକୋର ୱାଟ’
author img

By

Published : Sep 20, 2020, 2:24 PM IST

ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି କମ୍ବୋଡିଆ ରାଷ୍ଟ୍ର । ଏହି ରାଷ୍ଟ୍ରକୁ ଯଦି ଆପଣ କେବେ ବୁଲି ଯିବା ପାଇଁ ଯୋଜନା କରୁଛନ୍ତି ତେବେ ଭୁଲରେ ବି ଛାଡନ୍ତୁ ନାହିଁ ଏହାର ମୁଖ୍ୟ ଆକର୍ଷଣ । କେବଳ ରାଷ୍ଟ୍ର ନୁହେଁ ବରଂ ସାରା ବିଶ୍ବରେ ଏହି ସ୍ଥାନର ରହିଛି ସ୍ବତନ୍ତ୍ର ଖ୍ୟାତି । ବିଶ୍ବର ବୃହତମ ଧାର୍ମିକ ସ୍ମାରକୀର ରେକର୍ଡ ବହନ କରୁଛି ଏହି ଐତିହ୍ୟ ସ୍ଥଳ । ଏହାର ନାମ ହେଉଛି ଅଙ୍ଗକୋର ୱାଟ । କମ୍ବୋଡିଆର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଏହି ଅଙ୍ଗକୋର ଗାଁରେ ଆଜି୍ ବି ସାଇତା ହୋଇ ରହିଛି ଏନେକ ପୌରାଣିକ ଗାଥା । କେବଳ ସେତିକି ନୁହେଁ ପ୍ରତ୍ନତାତ୍ତ୍ବିକ ପଥର ମୂର୍ତ୍ତି ଓ କୀର୍ତ୍ତିରାଜି ମଧ୍ୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାରେ ବିଶେଷ ସହାୟକ ।

ଏହି ଗାଁରେ ମନ୍ଦିର କ୍ଷେତ୍ର ପାଇଁ ସ୍ବତନ୍ତ୍ର ଭାବେ ରହିଛି ଶହ ଶହ ଏକରର ଜମି । ଯାହା ନା ଯେ କେବଳ ରାଷ୍ଟ୍ର ବରଂ ସାରା ପୃଥିବୀରେ ସର୍ବାଧିକ ବୋଲି ଆକଳନ ହୋଇସାରିଛି । ତେବେ ଏହି ସ୍ଥାନଟିରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଶ ଚିତାକର୍ଷକ । ତେଣୁ ଯେ କେହି ବି ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସେ ସେ ନିଜକୁ ଏହି ସ୍ଥାନର ସୌନ୍ଦର୍ଯ୍ୟରୁ ମୁକୁଳାଇପାରେ ନାହିଁ । ପ୍ରାଥମିକ ଭାବେ ହିନ୍ଦୁ ମନ୍ଦିର ଭାବେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିର ପରବର୍ତ୍ତୀ ସମୟରେ ବୁଦ୍ଧ ମନ୍ଦିରରେ ପରିଣତ ହୋଇଥିଲା । ଆସନ୍ତୁ ଜାଣିବା ପ୍ରାକୃତି ସୌନ୍ଦର୍ଯ୍ୟ ଓ କଳାକୃତିର ଗନ୍ତାଘର ଏହି ସ୍ଥାନକୁ ନେଇ କିଛି ଅଜଣା କଥା:

ଗ୍ରହର ବୃହତ୍ତମ ଧାର୍ମିକ ସ୍ମାରକୀ ଅଙ୍ଗକୋର ୱାଟ:

ଅଙ୍ଗକୋର ଅଞ୍ଚଳରେ ପ୍ରାୟ 400ଏକର ବା 1.6 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏଥିପାଇଁ ଏହା ବିଶ୍ବର ବୃହତ୍ତମ ଧାର୍ମିକ ସ୍ମାରକୀ ସ୍ଥଳ ଭାବେ ରେକର୍ଡ ରଖିଛି । 1992ରେ ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ଏହା ସାମିଲ ହୋଇଛି । ଏହି ଐତିହ୍ୟସ୍ଥଳକୁ ସୁରକ୍ଷା ପ୍ରଦାନ ସହ ଏହାର ବିକାଶ ପାଇଁ ଅନ୍ତର୍ଜାତୀୟସ୍ତରରେ ଉଦ୍ୟମ ଜାରି ରହିଛି ।

କମ୍ବୋଡିଆନ ଜାତୀୟ ପତାକାରେ ସ୍ଥାନୀତ ଅଙ୍ଗକୋର ୱାଟ:

1850 ମସିହାରୁ କମ୍ବୋଡିଆର ଜାତୀୟ ପତାକାର କେନ୍ଦ୍ରରେ ସ୍ଥାନୀତ ହୋଇଛି ଅଙ୍ଗକୋର ୱାଟ । ଏହା ଦେଶର ଗର୍ବ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । କେବଳ ସେତିକି ନୁହେଁ କମ୍ବୋଡିଆନ ନୋଟରେ ମଧ୍ୟ ଅନେକ ଥର ଅଙ୍ଗକୋର ୱାଟକୁ ସ୍ଥାନୀତ କରାଯାଇଥିବା ଦେଖାଯାଇଛି ।

ଖମେର ଭାଷାରେ ଏହାର ଅର୍ଥ ମନ୍ଦିରର ସହର:

କମ୍ବୋଡିଆନ ରାଷ୍ଟ୍ରୀୟ ଭାଷା ଖମେର ଅନୁଯାୟୀ ଅଙ୍ଗକୋର ୱାଟର ଅର୍ଥ ହେଉଛି ମନ୍ଦିରର ସହର । ଅଙ୍ଗକୋରର ଅର୍ଥ ସହର ବା ରାଜଧାନୀ ହୋଇଥିବା ବେଳେ ୱାଟର ଅର୍ଥ ହେଉଛି ମନ୍ଦିର ଭୂମି । ତେବେ ଏହି ସ୍ଥାନଟିର ମୂଳ ନାମ ହେଉଛି ବିଷ୍ଣୁଲୋକ ବା ପରମ ବିଷ୍ଣୁଲୋକ । ସଂସ୍କୃତରେ ଯାହାର ଅର୍ଥ ହେଉଛି ବିଷ୍ଣୁଙ୍କ ନିବାସ ।

ଦୁଇଟି ଧର୍ମ ପ୍ରବର୍ତ୍ତନର ମୁକ ସାକ୍ଷୀ ଅଙ୍ଗକୋର ୱାଟ:

ପ୍ରାଥମିକ ସମୟରେ ଏହି ମନ୍ଦିରଟି ପ୍ରଭୁ ବିଷ୍ଣଙ୍କୁ ସମର୍ପି ହିନ୍ଦୁ ରୀତିନୀତି ଅନୁଯାୟୀ ନିର୍ମାଣ ହୋଇଥିଲା । ପୂର୍ବ ରାଜାଙ୍କ ଶିବ ପୂଜା ନିୟମକୁ ଭଙ୍ଗ କରି ଏହି ମନ୍ଦିରର ନିର୍ମାଣ କରାଯାଇଥିଲା । ଯାହା ଦ୍ବାଦଶ ଶତାବ୍ଦୀର ଅନ୍ତ ଆଡକୁ ବୁଦ୍ଧ ମନ୍ଦିରରେ ପରିଣତ ହୋଇଥିଲା । ଆଜି ବି ଏଠାରେ ପୂଜାର୍ଚ୍ଚନା ଜାରି ରହିଛି ।

ମାଉଣ୍ଟ ମେରୁର ପ୍ରତୀକ ଭାବନେ ହୋଇଥିଲା ନିର୍ମିତ:

ହିନ୍ଦୁ ଧର୍ମର ବିଶ୍ବାସ ଅନୁଯାୟୀ ବିଶ୍ବର ମଧ୍ୟଭାଗରେ 5ଟି ସୁଉଚ୍ଚ ପର୍ବତମାଳା ରହିଛି । ଯାହାର ନାମ ହେଉଛି ମାଉଣ୍ଟ ମେରୁ । ଏହା ମଧ୍ୟ ବିଶ୍ବାସ ରହିଛି କି ଏହି ପର୍ବତର ଉଚ୍ଚ ଶିଖରରେ ହିନ୍ଦୁ ଧର୍ମ ଅନୁଯାୟୀ ତିନି ଦେବତା ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସମେତ ଅନ୍ୟ ଦେବତାମାନେ ବାସ କରନ୍ତି । ଏହାର ପ୍ରତୀକ ଭାବେ ଅଙ୍ଗକୋର ୱାଟର ପ୍ରତିଷ୍ଠା ହୋଇଥିଲା ।

ହିନ୍ଦୁତ୍ବ ବିଲୋପୀ ଅଞ୍ଚଳରେ ନିର୍ମିତ ଏହି ମନ୍ଦିର ସହର:

ଅଙ୍ଗକୋରର ଅଧିକାଂଶ ମନ୍ଦିର ସବୁ ପୂର୍ବାଞ୍ଚଳରେ ନିର୍ମିତ ହୋଇଥିବା ବେଳେ କେବଳ ଅଙ୍ଗକୋର ୱାଟ ପଶ୍ଚିମାଞ୍ଚଳରେ ପ୍ରତିଷ୍ଠିତ । ଏହି ପ୍ରାନ୍ତରେ ହିନ୍ଦୁତ୍ବର ବିଲୋପ ଘଟିଥିବାର ବିଶ୍ବାସ କରାୟାଏ । ଅନେକ ପ୍ରତ୍ନତତ୍ତ୍ବବିଦ୍‌ଙ୍କ କହିବା ଅନୁଯାୟୀ ସୂର୍ଯ୍ୟବର୍ମନ ଏହି ମନ୍ଦିରକୁ ଅନ୍ତ୍ୟେଷ୍ଟି କ୍ରିୟା ମନ୍ଦିର ଭାବେ ବ୍ୟବହାର କରୁଥିଲେ ।

ଅନ୍ୟ ଅର୍ଥରେ ଦେଖିବାକୁ ଗଲେ, ଏହି ମନ୍ଦିର ସୂର୍ଯ୍ୟାସ୍ତ ଦିଗରେ ପ୍ରତିଷ୍ଠିତ । ଯାହା ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ ।

ଓଲଟା ପଢା ହୁଏ ମନ୍ତ୍ର:

ଏହି ମନ୍ଦିରରେ ସାଧାରଣ ମନ୍ତ୍ର ବା ପୂଜା ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଯାଇଥାଏ । ଅର୍ଥାତ୍‌ ଏହି ମନ୍ଦିରରେ ଓଲଟା ମନ୍ତ୍ର ପାଠ କରାଯାଇଥାଏ । ଏଥିରୁ ପୂର୍ବରୁ ଏଠାରେ ଅନ୍ତିମ ସଂସ୍କାର କ୍ରିୟା ସମ୍ପାଦନ ହେଉଥିବାର ଏହା ଏକ ଇଙ୍ଗିତ ବୋଲି ଅନେକ ବିଶ୍ବାସ କରନ୍ତି ।

5 ମିଲିୟନ ଟନ ବାଲୁକା ପଥରରେ ନିର୍ମିତ ଅଙ୍ଗକୋର ୱାଟ:

ଏହି ମନ୍ଦିରଟି ସମ୍ପୂର୍ଣ୍ଣ ରୂପେ ବାଲୁକା ପଥରରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବ୍ୟବହୃତ ହୋଇଛି ପ୍ରାୟ 5 ମିଲିୟନ ଟନ ବାଲୁକା ପଥର । ତେବେ ଏହି ପଥର ସବୁ ଅଙ୍ଗକୋରଠାରୁ 50 କିଲୋମିଟର ଦୂରରେ ଥିବା ଫନୋମ କୁଲେନ ପାହାଡରୁ ଅଣାଯାଇଥିଲା । ପ୍ରତ୍ୟେକ ପଥରର ଓଜନ ପ୍ରାୟ 1500 କିଲୋଗ୍ରାମ । ଏହି ପଥରଗୁଡିକର ଆକୃତି ଓ ଗଠନ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ବହନ କରିବାରେ ଶ୍ରମିକଙ୍କୁ ଅନେକ ପରିଶ୍ରମ ଲାଗିଥିବା ମଧ୍ୟ ସ୍ପଷ୍ଟ ପରିମେୟ ।

35 ବର୍ଷରେ ନିର୍ମାଣ ହୋଇଥିଲା ଅଙ୍ଗକୋର ୱାଟ:

କଥା କହୁଥିବା ପରମ୍ପରା ସହ ଆକର୍ଷଣୀୟ ସଂରଚନା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅଙ୍ଗକୋରର ମନ୍ଦିର ନିର୍ମାଣ ହେବା ପାଇଁ ଲାଗିଥିଲା 35 ବର୍ଷ । ଏହାର ନିର୍ମାଣ କାର୍ଯ୍ୟ ପାଇଁ 3 ଲକ୍ଷ ଶ୍ରମିକ କାର୍ଯ୍ୟରତ ଥିବା ବେଳେ ଲାଗିଥିଲେ 6000 ହାତୀ । କେବଳ ସେତିକି ନୁହେଁ, ଏହାର କାନ୍ଥରେ ଖୋଦା ହୋଇଛି ଅନେକ କାହାଣୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.