କାବୁଲ: ଆଫଗାନିସ୍ତାନରୁ ଆମେରିକା ତା'ର ସେନା ପ୍ରତ୍ୟାହାର ପରେ ପୁଣି ଦେଶରେ ତାଣ୍ଡବ ରଚୁଛି ତାଲିବାନ । କିନ୍ତୁ ଏହାର ସଠିକ ଜବାବ ଦେଉଛି ଆଫଗାନିସ୍ତାନ ବଳ । ଗତ ୨୪ ଘଣ୍ଟାରେ ଆଫଗାନିସ୍ତାନ ସେନାଙ୍କ ଅପରେସନରେ ୯୦ ତାଲିବାନ ଓ ଅଲ-କଇଦା ଆତଙ୍କବାଦୀ ନିହତ ହେବା ସହିତ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
-
#Taliban’s red unit commander for Helmand named “Mawlawi Mubarak” among 94 other terrorists including Taliban & AQIS members were killed & 16 others wounded in the past 24 hrs by Afghan Armed Forces in #Lashkargah.
— Fawad Aman (@FawadAman2) August 6, 2021 " class="align-text-top noRightClick twitterSection" data="
">#Taliban’s red unit commander for Helmand named “Mawlawi Mubarak” among 94 other terrorists including Taliban & AQIS members were killed & 16 others wounded in the past 24 hrs by Afghan Armed Forces in #Lashkargah.
— Fawad Aman (@FawadAman2) August 6, 2021#Taliban’s red unit commander for Helmand named “Mawlawi Mubarak” among 94 other terrorists including Taliban & AQIS members were killed & 16 others wounded in the past 24 hrs by Afghan Armed Forces in #Lashkargah.
— Fawad Aman (@FawadAman2) August 6, 2021
ଗତ ସପ୍ତାହରେ ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଭୀଷଣ ଯୁଦ୍ଧ ଦେଖିବାକୁ ମିଳିଥିଲା । ଆଫଗାନିସ୍ତାନ ସେନାର ଏହି ଅପରେସନରେ ତାଲିବାନ ରେଡ ୟୁନିଟ କମାଣ୍ଡର 'ମାୱଲାୱି ମୁବାରକ'ର ୯୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହିତ ୧୬ ଜଣ ଆହତ ହୋଇଛନ୍ତି ବୋଲି ଶୁକ୍ରବାର ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆଫଗାନିସ୍ତାନର ଲଶକରଗଡରେ ଘଟିଥିଲା ଏହି ସଂଘର୍ଷ ।
ତାଲିବାନ ଗତ ସପ୍ତାହ ଧରି ଆଫଗାନିସ୍ତାନର ସେନା ଓ ନାଗରିକଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ ଚଲାଇଛି । ଆଫଗାନିସ୍ତାନର ଅନେକ ସ୍ଥାନକୁ କବଜା କରି ବସିଛନ୍ତି ତାଲିବାନ ଆତଙ୍କବାଦୀ । ତାଲିବାନ ଓ ଆଫଗାନିସ୍ତାନରେ ହେଉଥିବା ସଂଘର୍ଷରେ ଆଫଗାନିସ୍ତାନର ୧୬୫୯ ନାଗିରକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୫୪ ଜଣ ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନ ସୂଚନା ଦେଇଛି । ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ଗତ ମେ ମାସଠାରୁ ପୁଣି ତାଲିବାନ ନିଜର ଔଦ୍ଧ୍ୟତାମି ଆରମ୍ଭ କରିଛି ।
@ANI