ETV Bharat / international

ପାକିସ୍ତାନ ବିମାନ ର୍ଦୁଘଟଣା: 97 ମୃତ, 2 ଗୁରୁତର - ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ

ଗତ ଶୁକ୍ରବାର ପାକିସ୍ତାନର କରାଚିରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ବିମାନ ଦୁର୍ଘଟଣାଗ୍ରସ୍ତ ହେବା 92 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଲ ଜଜିରା ଅଧିକାରୀ ସୂଚନା ଦେଇଛନ୍ତି ।

plane crash
ପାକିସ୍ତାନ ବିମାନ ର୍ଦୁଘଟଣାରେ 92 ମୃତ
author img

By

Published : May 23, 2020, 9:20 AM IST

ଇସଲାମବାଦ: ପାକିସ୍ତାନ ବିମାନ ର୍ଦୁଘଟଣାରେ 97 ଜଣଙ୍କ ମୃତ୍ୟୁ ଘଟିଛି । ଗତ ଶୁକ୍ରବାର ପାକିସ୍ତାନର କରାଚିରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ବିମାନ ଦୁର୍ଘଟଣାଗ୍ରସ୍ତ ପରେ 97 ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ 2 ଜଣ ଗୁରୁତର ଅଛନ୍ତି । 60ଟି ମୃତଦେହକୁ ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ସେଣ୍ଟରରେ ରଖାଯାଇଥିବା ବେଳେ 32 ମୃତଦେହକୁ କରାଚିର ସିଭିଲ ହସ୍ପିଟାଲରେ ରଖାଯାଇଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଏ320 ଏୟାରବସ୍ 8 ଜଣ କ୍ରୁ ମେମ୍ବରଙ୍କ ସହ 91 ଯାତ୍ରୀଙ୍କୁ ନେଇ ଲାହୋରରୁ କରାଚି ଅଭିମୁଖେ ଯାଉଥିଲା । ଏହାପରେ ହଠାତ୍ ବିମାନଟି କରାଚିର ଜନବସତି ଉପରେ ଖସିପଡିିଥିଲା । ଯେଉଁଥିରେ 92 ଯାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଏପଟେ ସ୍ପାଉଟନିକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ପାକିସ୍ତାନ ସରକାରଙ୍କ ବିମାନ ଚଳାଚଳ ବିଭାଗ ଚାରି ଜଣିଆ ଅନୁସନ୍ଧାନକାରୀ ଦଳ ଗଠନ କରିଛି । ଯାହା ଦକ୍ଷିଣ କରାଚି ସହର ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣାର ଯାଞ୍ଚ କରିବ। ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରୱାର ଖାନ ଏବଂ ଏୟାର କମାଣ୍ଡର ଉସମାନ ଘାନିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ବିମାନ ଅନୁସନ୍ଧାନ କମିଟିର ଅନୁମୋଦନ କ୍ରମେ ରାଷ୍ଟ୍ରପତି ବିମାନ ଦୁର୍ଘଟଣା ଅନୁସନ୍ଧାନ ବୋର୍ଡ ଗଠନ କରାଯାଇଛି ବୋଲି ମନ୍ତ୍ରଣାଳୟ ଟ୍ବିଟ୍ କରି କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.