କାବୁଲ: ସାରା ବିଶ୍ବ କୋରୋନା ଆତଙ୍କରେ ତ୍ରାହି ତ୍ରାହି ଡାକୁଛି । କୋରୋନା ବିରୋଧୀ ଲଢେଇ ଜାରି ରହିଥିବା ବେଳେ ଆଫଗାନିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ । ବୁଧବାର ଫାରାହ ପ୍ରଦେଶରେ ତାଲିବାନ ଆକ୍ରମଣରେ ଅତି କମରେ 7ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ଗୁରୁବାର ଏହି ବିଷୟରେ ସୂଚନା ଦେଇଛନ୍ତି ।
ପ୍ରାଦେଶିକ ପୋଲିସ ମୁଖପାତ୍ର ସାହିବୁଲ୍ଲା ମୁହୁବ କହିଛନ୍ତି, "ଆତଙ୍କବାଦୀମାନେ ବୁଧବାର ପ୍ରଦେଶର ରାଜଧାନୀ ଫରାହ ସୀମାନ୍ତରେ ଥିବା ରିଗି ଗ୍ରାମରେ ଏକ ସୁରକ୍ଷା ଯାଞ୍ଚ ପଏଣ୍ଟ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 7 ପୋଲିସ କର୍ମୀ ପ୍ରାଣ ହରାଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।
ଆତଙ୍କବାଦୀମାନେ ଆହତ ପୋଲିସକୁ କାବୁ କରିନେଇଥିବା ଜଣାପଡିଛି । ତାଲିବାନ ଏପର୍ଯ୍ୟନ୍ତ ଏହି ଆକ୍ରମଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ।
ମଙ୍ଗଳବାର ତାଲିବାନ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ତିନି ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନ ହେବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି ।
@IANS