ETV Bharat / international

ବିଳାସମୟ କୋଠାରେ ତିଆରି ହେଉଛନ୍ତି ଆତଙ୍କବାଦୀ - terrorist

ପାକ୍‌ ସେନା ଏବଂ ଆଇଏସଆଇର ଛତ୍ରଛାୟାରେ ଚାଲିଛି ଜେଇଏମ ମୁଖ୍ୟାଳୟ । ଏହି ବିଳାସମୟ କୋଠାରୁ ଆତଙ୍କୀ ତିଆରି ହୋଇ ସାରା ବିଶ୍ବରେ ନିଜର ଧ୍ବଂସ ଲୀଳା ରଚୁଛନ୍ତି।

ଡିଜାଇନ ଫଟୋ
author img

By

Published : Mar 4, 2019, 1:32 PM IST

ଇସଲାମାବାଦ: ଆତଙ୍କୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଓ ଏହାର ମୁଖିଆ ମାସୁଦ ଅଜହର ହେଉଛି ଭାରତର ଏକ ନମ୍ବର ଶତ୍ରୁ । ସଂସଦ ଉପରେ ଆକ୍ରମଣ ଠାରୁ ପୁଲୱାମା ଆକ୍ରମଣ ପର୍ଯ୍ୟନ୍ତ ସବୁଥିରେ ଜୈସ-ଇ-ମହମ୍ମଦର ଆତଙ୍କୀ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ଯୋଗୁଁ ଅନେକ ନିରୀହ ଜନତା ମରିଥିବାବେଳେ ଏବଂ ଶହ ଶହ ଯବାନ ଶହୀଦ ହୋଇଛନ୍ତି । ଏହି ସମସ୍ତ ଆକ୍ରମଣ ପାଇଁ ଆତଙ୍କବାଦୀ କିପରି ଭାବେ ପ୍ରସ୍ତୁତ ହେଉଛନ୍ତି ତାହା ଜାଣିଲେ ହୁଏତ ଆପଣ ନିଜ କ୍ରୋଧକୁ ଅଟକାଇପାରିବେ ନାହିଁ ।

ପାକିସ୍ତାନର ବାହାୱଲପୁରରେ ରହିଛ ଜେଇଏମ ମୁଖ୍ୟାଳୟ । ଏହାର ନାମ ମରକାଜ ଶୁଭାନଲ୍ଲାହ ରହିଥିବାବେଳେ ଏଥିରେ ଏବେ ପ୍ରାୟ 600 ଆତଙ୍କବାଦୀ ରହିଛନ୍ତି । ଏହି ମୁଖ୍ୟାଳୟରେ ଦୈନିକ ଆତଙ୍କୀ ହେବା ପାଇଁ ଶହ ଶହ ଯୁବକଙ୍କୁ ତାଲିମ ଦିଆଯାଏ । ଏମାନଙ୍କୁ ଜିହାଦୀ ଶିକ୍ଷା ଦିଆଯିବା ସହିତ ଆତଙ୍କବାଦୀ ବନିବାର ସମସ୍ତ କୌଶଳ ଶିଖାଯାଏ । ଏହି କୋଠା ବିଷୟରେ ଜାଣିଲା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହା ବୋଧହୁଏ ବିଶ୍ବରେ ଆତଙ୍କବାଦୀଙ୍କ ସବୁଠାରୁ ବିଳାସମୟ କୋଠା । ଏହି କୋଠା ନିର୍ମାଣ ପାଇଁ ମାସୁଦକୁ ୩ ବର୍ଷ ସମୟ ଲାଗିଥିଲା । ଏହି ବିଶାଳ ପ୍ରାସାଦର ନିର୍ମାଣ କାର୍ଯ୍ୟ 2012ରେ ଆରମ୍ଭ ହୋଇଥିଲା ଏବଂ ୨୦୧୫ରେ ସରିଥିଲା । ସେ ସମୟରେ ନୱାଜ ସରିଫଙ୍କ ସରକାର ଶାସନରେ ଥିଲେ ଏବଂ ଏହି କୋଠା ପାଇଁ ଅନେକ ସହାୟତା ଯୋଗାଇଥିଲେ । ପାକିସ୍ତାନର ଉଭୟ ପ୍ରାଦେଶିକ ଏବଂ ସଂଘୀୟ ସରକାର ସହାୟତାରେ ଏହା ନିର୍ମାଣ ହୋଇଛି । କେବଳ ପାକିସ୍ତାନ ନୁହେଁ ମାସୁଦ ମଧ୍ୟ ଏହି ମୁଖ୍ୟାଳୟର ନିର୍ମାଣ ପାଇଁ ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ବ୍ରିଟେନରୁ ପାଣ୍ଠି ସଂଗ୍ରହ କରିଛି । ଯୁବପୀଢିଙ୍କୁ ଆତଙ୍କବାଦୀ ବନାଇବାର ସମସ୍ତ ସମସ୍ତ ଯୋଜନା ଏହି ମୁଖ୍ୟାଳୟରେ ହୋଇଥାଏ ।

undefined

ଏହି କୋଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁ‌ଯୋଗ ରହିଛି । ଏହା କୌଣସି ପଞ୍ଚତାରକା ହୋ‌ଟେଲ ଠାରୁ କମ ନୁହେଁ । ଏଠାରେ ସ୍ବିମିଂ ପୁଲ, ଅତ୍ୟାଧୁନିକ ଜିମ୍ନାସିୟମ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିମ କେନ୍ଦ୍ର ଏବଂ ବୈଷୟିକ ଜ୍ଞାନକୌଶଳର ସବୁ ସୁବିଧା ରହିଛି । ମାସୁଦ ଏବଂ ତାହାର ଭାଇ ଓ ଅନ୍ୟ ସମ୍ପର୍କୀୟଙ୍କ ବାସଭବନ ମଧ୍ୟ ଏହି ଜୈସ ମୁଖ୍ୟାଳୟ ପରିସରରେ ରହିଛି । ଏହି ଆତଙ୍କୀ ସଙ୍ଗଠନର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କର ସବୁ ଗୁରୁତ୍ବପୂର୍ଣ୍ଣ ବୈଠକ ଏଠାରେ ହୋଇଥାଏ । ଏହି ମୁଖ୍ୟାଳୟ ପାକ୍‌ ସେନା ଏବଂ ଆଇଏସଆଇର ଛତ୍ରଛାୟାରେ ଚାଲିଛି ବୋଲି ଖବର ରହିଛି । ଏହି ବିଳାସମୟ କୋଠାରୁ ଆତଙ୍କୀ ତିଆରି ହୋଇ ସାରା ବିଶ୍ବରେ ନିଜର ଧ୍ବଂସ ଲୀଳା ରଚୁଛନ୍ତି ।

Intro:Body:

EXCLUSIVE: 59ମିନଟରେ କୋଟିଏ ଋଣ, ଜାଣନ୍ତୁ କିପରି ପାଇବେ

ନୂଆଦିଲ୍ଲୀ: 59ମିନିଟରେ କୋଟିଏ ଟଙ୍କା ଋଣ । ଏହି ଯୋଜନା ଅନୁଯାୟୀ ଦୈନିକ 40ରୁ 50 ଜଣଙ୍କୁ ଲୋନ ଦେଉଛି ଏସବିଆଇ । ଭାରତ ବଜାରରେ ସର୍ବାଧିକ ଅଂଶୀଦାର ହେବା ସହ ଏସବିଆଇ ଏକା ଏବେ ସୁଦ୍ଧା 35ହଜାର ଆବେଦନକାରୀଙ୍କୁ ଋଣ ପ୍ରଦାନ କରିଛି । ମଙ୍ଗଳବାର ଏ ନେଇ ଏସବିଆଇର ଅଧ୍ୟକ୍ଷ ରଜନୀଶ କୁମାର ସୂଚନା ଦେଇଛନ୍ତି  ।

ଏସବିଆଇର ୟୋନା ପକ୍ଷରୁ ଆୟୋଜିତ ବ୍ୟାଙ୍କ ଓ ତାର ଲୋନ ଯୋଜନାର କାର୍ଯ୍ୟକ୍ରମରେ  ରଜନୀଶ କହିଛନ୍ତି ଯେ, ଦୈନିକ ପ୍ରାୟ 90 ପ୍ରତିଶତ ପ୍ରସ୍ତାବକୁ କ୍ଲିୟର କରାଯାଇଥାଏ । ହେଲେ ଲୋକେ ଏସବୁ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି, କିମ୍ବା ଜାଣିବାକୁ ବି ଚେଷ୍ଟା କରି ନାହିଁନ୍ତି ବୋଲି ରଜନୀଶ କହିଛନ୍ତି ।

 ତେବେ ଏହି 59ମିନିଟର ଲୋନ ସ୍କିମ ପାଇଁ କେଉଁସବୁ ଡକ୍ୟୁମେଣ୍ଟ ଦରକାର ଜାଣନ୍ତୁ

- ଜିଏସଟି ରିଟର୍ଣ୍ଣ

- 3ବର୍ଷର ଆୟକର ରିଟର୍ଣ୍ଣ

- ଗୋଟିଏ ବର୍ଷର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ (ଜମାଖାତାର ସମସ୍ତ ତଥ୍ୟ)

- ତିନି ନମ୍ବର ବିଶିଷ୍ଟ ସିବିଲ ସ୍କୋର

ଉପର ଲିଖିତ ସମସ୍ତ ଦସ୍ତାବିଜର ଯାଞ୍ଚ ପରେ ଆବେଦନକାରୀଙ୍କୁ ଲୋନ ଅନ୍ତର୍ଭୁକ୍ତ କରାଯାଇଥାଏ । ଏକ ସୁରକ୍ଷିତ ସର୍ତ୍ତାବଳୀର ସହ 5କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଇପାରିବ ।

ଏସବିଆଇ ବ୍ୟାଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ 20ବର୍ଷରୁ କମ ବୟସର 20 ଛୁଆଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ନାନିତ କରାଯାଇଛି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.