ଟୋକିଓ : ଭୂକମ୍ପରେ ଥରିଲା ଜାପାନ। ଜାପାନର ହନସୁର ପୂର୍ବ ଉପକୂଳରେ 5.3 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଘଟିଛି । ଏନେଇ ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପର ଗଭୀରତା 10.0 କିଲୋମିଟର ରହିଥିଲା ।
ଏହି ଭୂକମ୍ପ କେନ୍ଦ୍ର ପ୍ରଥମେ 33.1697 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 142.6594 ଡିଗ୍ରୀ ପୂର୍ବ ଦ୍ରାଘିମାରେ ହୋଇଥିଲା। ତେବେ ଏହି ଭୂମିକମ୍ପରେ କେହି ମୃତାହତ ହୋଇ ନ ଥିବା ବେଳେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳି ନାହିଁ ।
@ ANI