ETV Bharat / international

ମିଆଁମାର ସେନା ବିଦ୍ରୋହ, ପୁଣି ଗଲା 38 ଲୋକଙ୍କ ଜୀବନ - ମିଆଁମାର ସେନା ବିଦ୍ରୋହ

ମିଆଁମାରରେ ସେନା ବିଦ୍ରୋହ। ରବିବାର ସୁରକ୍ଷାକର୍ମୀ ଓ ନିର୍ବାଚିତ ସରକାରଙ୍କ ସପକ୍ଷରେ ଥିବା ଆନ୍ଦୋଳନକାରୀଙ୍କ ଉପରେ ସେନାର ଦମନଲୀଳା। ଘଟଣାରେ ଅତି କମରେ 38 ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ମିଆଁମାର ସେନା ବିଦ୍ରୋହ, ପୁଣି ଗଲା 38 ଲୋକଙ୍କ ଜୀବନ

author img

By

Published : Mar 15, 2021, 9:41 AM IST

ୟାଙ୍ଗୁନ୍: ଉଗ୍ରରୂପ ନେଉଛି ମିଆଁମାରରେ ସେନା ବିଦ୍ରୋହ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ୍‌ ସାନ୍‌ ସୁ କି’ଙ୍କ ସରକାର ବିରୋଧରେ ମିଆଁମାର‌ ସେନା ବିଦ୍ରୋହ କରିଛି। ଏନେଇ ରବିବାର ସୁରକ୍ଷାକର୍ମୀ ଓ ସରକାରଙ୍କ ସପକ୍ଷରେ ଥିବା ଆନ୍ଦୋଳନରେ ଅତି କମରେ 38 ଲୋକଙ୍କ ମୃତ୍ୟୁ ହୋଇଛି।

ଏକ ଆଡଭୋକେଟୀ ଗୋଷ୍ଠୀ ଅନୁଯାୟୀ ଆସିଷ୍ଟାଣ୍ଟ ଆସୋସିଏସନ୍ ଫର୍ ପଲିଟିକାଲ୍ କଏଦୀ (AAPP) ଅନୁଯାୟୀ ହିଂସା ତଥା ମନମୁଖୀ କଟକଣା ଯୋଗୁଁ ଅତି କମରେ 126 ଜଣଙ୍କର ମୃତ୍ୟୁ ଘଟିଛି। ଏବଂ ଆହତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି।

ଫେବୃଆରୀ 1ରୁ ଆରମ୍ଭ ହୋଇଥିବା ଏହି ଘଟଣାରେ ମୋଟ 2,156 ଜଣଙ୍କୁ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ ହୋଇଛି । ଏହାସହ ମୋଟ 1,837 ଜଣଙ୍କୁ ଅଟକ ରଖାଯାଇଥିବା AAPP କହିଛି। ଫେବୃଆରୀ ୨ ରେ ସାମରିକ କ୍ଷମତା ଦଖଲ କରିବା ପରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମିଆଁମାର ରାସ୍ତାକୁ ଓହ୍ଲାଇଥିଲେ।

ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ପୁନଃ ସ୍ଥାପିତ କରିବା ପାଇଁ ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବା ସତ୍ତ୍ବେ ମିଆଁମାର ଜୁଣ୍ଟା ଏହି ନିନ୍ଦାକୁ ଅଣଦେଖା କରିଛନ୍ତି। ଏବଂ ଦେଶରେ ଏହାକୁ ବିରୋଧ କରୁଥିବା ଲୋକ ପ୍ରତି ଜୋରଦାର ଦମନ ଜାରି ରଖିଛନ୍ତି। ବହିଷ୍କୃତ ଅନେକ ସାଂସଦ ଏପରିକି ସୌନ୍ୟବାହିନୀକୁ ଆତଙ୍କବାଦୀ ସଂଗଠନ ଭାବେ ଅଭିହିତ କରିଛନ୍ତି।

ତେବେ ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ସୁ କି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ସେନାର କମାଣ୍ଡର ଇନ୍‌ ଚିଫ୍‌ ମିନ୍‌ ଅଙ୍ଗ ଲାଇଙ୍ଗ କ୍ଷମତା ଦଖଲ କରିଛନ୍ତି। ସୁ କି ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।

ମିଆଁମାରରୁ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ ରହିଛି। ସମସ୍ତ ଟିଭି ଚାନେଲ, ଇଣ୍ଟରନେଟ ସେବା ଓ ଫୋନ୍‌କୁ ବନ୍ଦ କରିଦିଆଯାଇଛି। ସୁ କି ନଭେମ୍ବର ୮ରେ ଅନୁଷ୍ଠିତ ନିର୍ବାଚନରେ ଜାଲିଆତି କରି ବିଜୟୀ ହୋଇଥିବା ଅଭିଯୋଗକ୍ରମେ ସେନା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସଫେଇ ଦେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.