ETV Bharat / international

ବାଂଲାଦେଶର 31 ଇସ୍କନ ସଦସ୍ୟ କୋରୋନା ପଜେଟିଭ - ଇସ୍କନ

ରବିବାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାଂଲାଦେଶ ରାଜଧାନୀରେ ଥିବା ଇସ୍କନ୍ ମନ୍ଦିରରେ 31ଟି କୋରୋନାଭାଇରସ ମାମଲା ରହିଛି । ଯାହା ପରେ କର୍ତ୍ତୃପକ୍ଷ ମାରାତ୍ମକ ଭାଇରସ ବିସ୍ତାରକୁ ରୋକିବା ପାଇଁ ବିଲ୍ଡିଂକୁ ଲକଡାଉନ କରାଯାଇଛି । ଅଧିକ ପଢନ୍ତୁ...

Bangladesh
Bangladesh
author img

By

Published : Apr 26, 2020, 5:31 PM IST

ଢାକା: ସାରା ବିଶ୍ବ ଏବେ କୋରୋନା ସଙ୍କଟରେ ଗତି କରୁଛି । ଏପରିସ୍ଥଳେ କୋରୋନା ସଂକ୍ରମଣ ରିପୋର୍ଟ ଦିନକୁ ଦିନ ବଢିବାରେ ଲାଗିଛି । ରବିବାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାଂଲାଦେଶ ରାଜଧାନୀରେ ଥିବା ଆଇସ୍କନ୍ ମନ୍ଦିରରେ 31ଟି କୋରୋନାଭାଇରସ ମାମଲା ରହିଛି । ଯାହା ପରେ କର୍ତ୍ତୃପକ୍ଷ ମାରାତ୍ମକ ଭାଇରସ ବିସ୍ତାରକୁ ରୋକିବା ପାଇଁ ବିଲ୍ଡିଂକୁ ଲକଡାଉନ କରାଯାଇଛି ।

ସ୍ବାମୀବାଗ ଅଞ୍ଚଳରେ ଅବସ୍ଥିତ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ ଚେତନା (ISKCON) ଆଶ୍ରମର 31 ଜଣ ସଦସ୍ୟ କୋରୋନାଭାଇରସ ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମାର୍ଚ୍ଚ 8 ରେ ବାଂଲାଦେଶରେ ପ୍ରଥମ COVID-19 ମାମଲା ରିପୋର୍ଟ ହେବା ପରଠାରୁ ଇସ୍କନ ବନ୍ଦ ହୋଇଥିଲା । ମନ୍ଦିରରେ ପୁରୋହିତ, ଅଧିକାରୀ ଏବଂ ଭକ୍ତଙ୍କ ସମେତ 100 ରୁ ଅଧିକ ଲୋକ ବାସ ରୁହନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ସଂକ୍ରମଣ କର୍ତ୍ତୃପକ୍ଷଙ୍କୁ ଅଡୁଆରେ ପକାଇଛି ଯେ ବାହାର ଲୋକଙ୍କ ପାଇଁ ବନ୍ଦ ଥିବା ମନ୍ଦିରର ସଦସ୍ୟମାନେ କିପରି ମାରାତ୍ମକ ଜୀବାଣୁ ସଂକ୍ରମିତ ହୋଇଥିଲେ।

ବାଂଲାଦେଶରେ ବର୍ତ୍ତମାନ ସୁଦ୍ଧା 5000 COVID-19 ମାମଲା ସାମ୍ନାକୁ ଆସିଛି । ଏହାସହ 140 ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.