ETV Bharat / international

କାବୁଲରେ ଆତ୍ମଘାତୀ ଟ୍ରକ ବିସ୍ଫୋରଣ; 30 ମୃତ, 70 ଆହତ - explosion outside educational centre in kabul

ଗତ ସପ୍ତାହରେ ତାଲିବାନ ଏବଂ ଆଫଗାନିସ୍ତାନ ସରକାର ଦେଶର ଗ୍ରାଇଣ୍ଡିଂ ଯୁଦ୍ଧକୁ ବନ୍ଦ କରିବା ପାଇଁ କ୍ବାତାରରେ ଶାନ୍ତି ଆଲୋଚନା କରିବା ସତ୍ତ୍ବେ ହିଂସା ଦେଖାଦେଇଛି । ଅଧିକ ପଢନ୍ତୁ...

କାବୁଲରେ ଆତ୍ମଘାତୀ ଟ୍ରକ ବିସ୍ଫୋରଣ
କାବୁଲରେ ଆତ୍ମଘାତୀ ଟ୍ରକ ବିସ୍ଫୋରଣ
author img

By

Published : Oct 25, 2020, 6:53 AM IST

Updated : Oct 25, 2020, 8:23 AM IST

କାବୁଲ: ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ । ଆତ୍ମଘାତୀ ଟ୍ରକ ବିସ୍ଫୋରଣରେ 30ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ପାଖାପାଖି 70 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାଟି ଶନିବାର ସନ୍ଧ୍ୟା ଆଫଗାନିସ୍ତାନର ରାଜଧାନୀ ଶିକ୍ଷା କେନ୍ଦ୍ର ନିକଟରେ ଘଟିଛି |

ଗତ ସପ୍ତାହରେ ତାଲିବାନ ଏବଂ ଆଫଗାନିସ୍ତାନ ସରକାର ଦେଶର ଗ୍ରାଇଣ୍ଡିଂ ଯୁଦ୍ଧକୁ ବନ୍ଦ କରିବା ପାଇଁ କ୍ବାତାରରେ ଶାନ୍ତି ଆଲୋଚନା କରିବା ସତ୍ତ୍ବେ ହିଂସା ଦେଖାଦେଇଛି ।

ଆତ୍ମଘାତୀ ବିସ୍ଫୋରଣକାରୀ ଶିକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଚାହୁଁଥିଲେ ବୋଲି ଅନ୍ତରୀଣ ମନ୍ତ୍ରୀଙ୍କ ମୁଖପାତ୍ର ତାରକ ଆରିଆନ ଏକ ବିବୃତ୍ତିରେ କହିଛନ୍ତି । ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଶିକ୍ଷା କେନ୍ଦ୍ରର ସୁରକ୍ଷା କର୍ମୀ ଜାଣିପାରିଥିଲେ । ଫଳରେ ଟାର୍ଗେଟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିସ୍ଫୋରଣକାରୀ ବିସ୍ଫୋରଣ କରିଥିଲେ ବୋଲି ଅନ୍ତରୀଣ ମୁଖ୍ୟପାତ୍ର କହିଛନ୍ତି । ତେବେ ଏବେ ସୁଦ୍ଧା ଘଟଣା ପଛରେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ସମୟରେ ସ୍କୁଲରେ ଡଜନରୁ ଅଧିକ ଛାତ୍ରଛାତ୍ରୀ ଥିଲେ । ସୋସିଆଲ ମିଡିଆରେ ଆକ୍ରମଣର ଭିଡିଓରେ ମଧ୍ୟ ଅନେକ ନାବାଳିକ-ନାବାଳିକା ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ଜାତୀୟ ସମ୍ବନୟର ଉଚ୍ଚ ପରିଷଦର ମୁଖ୍ୟ ଅବଦୁଲ୍ଲା ଅବଦୁଲ୍ଲା, ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଅମାନବୀୟ ଘଟଣା ବୋଲି କହିଛନ୍ତି ।

Last Updated : Oct 25, 2020, 8:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.