ETV Bharat / international

ଥାଇଲାଣ୍ଡରେ ବନ୍ୟା ବିତ୍ପତ୍ତି, 29 ମୃତ - ଦୁଇ ସପ୍ତାହ ହେବ ଲାଗି ରହିଛି ବର୍ଷା

ଥାଇଲାଣ୍ଡରେ ଦୁଇ ସପ୍ତାହ ହେବ ବର୍ଷା ବନ୍ୟା ବିତ୍ପତ୍ତି ଆଣିଛି । ବନ୍ୟାରେ 29ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଥାଇଲ୍ୟାଣ୍ଡରେ ବନ୍ୟା ବିପତ୍ତି , 29 ମୃଚ
ଥାଇଲ୍ୟାଣ୍ଡରେ ବନ୍ୟା ବିପତ୍ତି , 29 ମୃଚ
author img

By

Published : Dec 8, 2020, 5:41 PM IST

ବ୍ୟାଙ୍କକ: ଗତ ଦୁଇ ସପ୍ତାହ ହେବ ଥାଇଲାଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଚି ହୋଇଛି । କେତେକ ଅଞ୍ଚଳରେ ବନ୍ୟାଜଳ ପଶି ଯିବାରୁ ଭୂସ୍ଖଳନ ହୋଇଛି । ଯେଉଁଥିରେ 29ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି ।

ନଭେମ୍ବର 25ରୁ ଡିସେମ୍ବର 8 ଯାଏଁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ 11ଟି ଦକ୍ଷିଣ ପ୍ରଦେଶର 101ଟି ଜିଲ୍ଲାର 4,130 ଗାଁରେ ସମୁଦାୟ 555,194 ପରିବାର ଗୁରୁତର ଭାବେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । ବନ୍ୟାରେ ପ୍ରଭାବିତ ହୋଇଥିବା ପ୍ରଦେଶଗୁଡିକ ହେଲା ସୁରଟ ଥାନି, ଫଥାଲୁଙ୍ଗ, ସୋଙ୍ଗଖଲା, ଛୁମ୍ଫନ, କ୍ରାବି, ଟ୍ରାଙ୍ଗ, ଶନି, ୟାଲା, ପଟ୍ଟାନି, ନାରଥୀୱାଟ ଏବଂ ନାଖୋନ୍ ସି ଥାମରାଟ ।

ବନ୍ୟା ବିପତ୍ତିରେ ପ୍ରାୟ 29ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଥିବା ଜଣାପଡିଛି । ବନ୍ୟା ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି । ସେମାନଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରି ଖାଦ୍ୟ, ପାନୀୟ ଏବଂ ଆଶ୍ରୟ ଯୋଗାଇ ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.