ETV Bharat / international

ଚୀନର କୋଇଲା ଖଣିରେ ଅଘଟଣ, 23 ଶ୍ରମିକ ମୃତ

author img

By

Published : Dec 6, 2020, 7:59 AM IST

Updated : Dec 6, 2020, 8:46 AM IST

ଚୀନର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ କରିବାରୁ 23ଜଣଙ୍କ ପ୍ରାଣ ଯାଇଛି । ଅଧିକ ପଢନ୍ତୁ..

ଚାଇନାର କୋଇଲା ଖଣିରେ ଅଘଟଣ, 23 ଶ୍ରମିକ ମୃତ
ଚାଇନାର କୋଇଲା ଖଣିରେ ଅଘଟଣ, 23 ଶ୍ରମିକ ମୃତ

ବେଜିଂ: ଚୀନର ଏକ କୋଇଲା ଖଣିରେ ବଡ ଧରଣର ଅଘଟଣ । କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ କରିବାରୁ 23ଜଣଙ୍କ ପ୍ରାଣ ଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଘଟିଛି ଏହି ଅଘଟଣ । ଚୀନର ଚୌଗାକିଙ୍ଗ ନଗର ନିଗମର ଯୋଗଚୁଆନର ଡିଆଶୁଇଡୋଙ୍ଗ କୋଇଲା ଖଣିରେ ଘଟିଛି ଏହି ଘଟଣା । ଏନେଇ ଅଧିକାରୀ ମାନେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଶ୍ରମିକ ମାନେ ଗାତରେ ଉପକରଣ ନଷ୍ଟ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ 24 ଜଣ ଶ୍ରମିକ ଫସି ଯାଇଥିଲେ । ହଠାତ୍‌ ଗ୍ୟାସ ଲିକ୍ ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ 23 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏଭଳି ଅଘଟଣ ଘଟିଥିବାରୁ ପୂର୍ବରୁ ଏହି କୋଇଲା ଖଣିକୁ 2 ମାସ ପାଇଁ ବନ୍ଦ କରି ଦିଆଯାଇଥିଲା । ଏବେ ଘଟଣାର ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2020, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.