ETV Bharat / international

କାବୁଲ ବିଶ୍ବବିଦ୍ୟାଳୟରେ ବନ୍ଧୁକଧାରୀଙ୍କ ଆକ୍ରମଣ; 20 ମୃତ, 40 ଆହତ

author img

By

Published : Nov 2, 2020, 7:49 PM IST

ଆଫଗାନିସ୍ତାନର କାବୁଲ ବିଶ୍ବବିଦ୍ୟାଳୟରେ 3 ବନ୍ଧୁକଧାରୀଙ୍କ ଆକ୍ରମଣ । ଘଟଣାରେ 19 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

କାବୁଲ ବିଶ୍ବବିଦ୍ୟାଳୟରେ ବନ୍ଧୁକଧାରୀଙ୍କ ଆକ୍ରମଣ; 20 ମୃତ, 40 ଆହତ
କାବୁଲ ବିଶ୍ବବିଦ୍ୟାଳୟରେ ବନ୍ଧୁକଧାରୀଙ୍କ ଆକ୍ରମଣ; 20 ମୃତ, 40 ଆହତ

କାବୁଲ: ଆଫଗାନିସ୍ତାନର କାବୁଲ ବିଶ୍ବବିଦ୍ୟାଳୟରେ ଆକ୍ରମଣ ନେଇ ଖବର ସାମ୍ନାକୁ ଆସିଛି । 3 ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଏଠାରେ ୟୁନିଭର୍ସିଟିରେ ଗୁଳିବର୍ଷଣ କରିଥିଲେ । ଘଟଣାରେ 19 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆକ୍ରମଣ ସମୟରେ ୟୁନିଭର୍ସିଟି ପରିସର ଭିତରେ ପୁସ୍ତକମେଳା ଚାଲିଥିବା ଜଣାପଡିଛି ।

ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ସୂଚନା ଅନୁଯାୟୀ, ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ଏଠାରେ ଜାରି ରହିଥିଲା ପାଠପଢା । ତେବେ ଗୁଳିବିନିମୟ ଆରମ୍ଭ ପରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ସୁରକ୍ଷାକର୍ମୀ ଛାତ୍ରଛାତ୍ରୀଙ୍କୁ ପରିସର ମଧ୍ୟରୁ କାଢି ବହାରକୁ ନେଇଯିବାକୁ ପ୍ରୟାସ କରିଥିଲେ ।

ଗତବର୍ଷ ଏହି ୟୁନିଭର୍ସିଟି ଗେଟ୍‌ ସାମ୍ନାରେ ବୋମା ବିସ୍ପୋରଣ ଯୋଗୁଁ 8 ଜଣଙ୍କ ଜୀବନ ଯାଇଥିଲା । ସେହିପରି 2016ରେ ମଧ୍ୟ ବନ୍ଧୁକଧାରୀ କାବୁଲ ସ୍ଥିତ ଏକ ୟୁନିଭର୍ସିଟିରେ ଆକ୍ରମଣ କରିଥିଲେ । ଏଥିରେ 13 ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.