ETV Bharat / international

ଜଲାଲାବାଦ ଚେକ ପଏଣ୍ଟରେ ଆକ୍ରମଣ, ୨ ତାଲିବାନୀ ଯୁଦ୍ଧ ବିମାନ ଚୁନା

author img

By

Published : Sep 22, 2021, 2:57 PM IST

ପୂର୍ବ ଆଫଗାନିସ୍ତାନର ଏକ ଚେକ ପଏଣ୍ଟରେ ଆକ୍ରମଣ । ତାଲିବାନର ଦୁଇଟି ଯୁଦ୍ଧ ବିମାନ ଉଡାଇ ଦିଆଯିବା ସହ ୩ ସାଧାରଣ ନାଗରିକଙ୍କୁ ହତ୍ୟା । ଅଧିକ ପଢନ୍ତୁ...

ଜଲାଲାବାଦ ଚେକ ପଏଣ୍ଟରେ ଆକ୍ରମଣ; ୨ ତାଲିବାନୀ ଯୁଦ୍ଧ ବିମାନ ଚୁନା ,ଜଣେ ନାଗରିକଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ଶାସନ । ପୂର୍ବ ଆଫଗାନିସ୍ତାନ ଜଲାଲାବାଦର ଏକ ଚେକପଏଣ୍ଟ ଉପରେ ଆକ୍ରମଣ ହୋଇଛି । ଏଥିରେ ତାଲିବାନର ଦୁଇଟି ଯୁଦ୍ଧ ବିମାନ ଉଡାଇବା ସହ ଜଣେ ନାଗରିକଙ୍କୁ ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀ ସୂଚନା ଅନୁସାରେ, ଜଣେ ଅଜଣା ବନ୍ଧୁକଧାରୀ ଏକ ରିକ୍ସାରେ ଆସି ଜାଲାଲାବାଦର ଘାଓ୍ବାଚକ ଜିଲ୍ଲାରେ ପ୍ରବେଶ କରିଥିଲେ । ସେଠାରେ ଥିବା ଚେକ ପଏଣ୍ଟର ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ 2 ଜଣ ତାଲିବାନ ଗାର୍ଡ ଓ ଜଣେ ନାଗରିକ ମୃତ୍ୟୁ ଘଟିଥିଲା । ସେପଟେ, ସମସ୍ତ ମୃତକ ସାଧାରଣ ନାଗରିକ ବୋଲି ସେ କହିଛନ୍ତି ତାଲିବାନର ଜଣେ ଅଧିକାରୀ ।

ସେପଟେ , ଅନ୍ୟ ଏକ ଘଟଣାରେ ଜଲାଲାବାଦରେ ଏକ ବିସ୍ଫୋରକୁ ନିସ୍କ୍ରିୟ କରୁଥିବା ବେଳେ ଦୁଇ ତାଲିବାନ ଯୁଦ୍ଧବିମାନ ନଷ୍ଟ ହୋଇଯାଇଛି । ଜିହାଦୀ ଗୋଷ୍ଠୀର ସ୍ଥାନୀୟ ଶାଖା ଇସଲାମିକ୍ ଷ୍ଟେଟ୍-ଖୋରାସାନ ସଦସ୍ୟ କହିଛନ୍ତି ଯେ, ଜାଲାଲାବାଦରେ ଗତ ସପ୍ତାହରେ ହୋଇଥିବା ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକୀୟ ସୈନ୍ୟମାନେ ଅଗଷ୍ଟ 30ରେ ଆଫଗାନିସ୍ତାନରୁ ଯିବା ପରେ ଏହା ଦେଶରେ ପ୍ରଥମ ବିସ୍ଫୋରଣ ଥିଲା । ଅଗଷ୍ଟ ଶେଷରେ କାବୁଲ ବିମାନବନ୍ଦରରେ ବିସ୍ଫୋରଣରେ 100ରୁ ଅଧିକ ଲୋକ ପ୍ରାଣ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.