ETV Bharat / international

ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ଋଷର କୋଭିଡ ଭ୍ୟାକ୍ସିନ - ସ୍ପୁଟନିକ-ଭି

ଋଷ ପ୍ରସ୍ତୁତ କରିଥିବା ପ୍ରତିଷେଧକ ଟୀକା ‘ସ୍ପୁଟନିକ-ଭି’ ସମସ୍ତ କ୍ଲିନିକାଲ ଟ୍ରାଏଲକୁ ସଫଳତାର ସହ ପାର କରିଥିବା ଜଣା ପଡିଛି । ଯାହା ବର୍ତ୍ତମାନ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଋଷ ସ୍ପଷ୍ଟ କରିଛି ।

corona vaccine, covid vaccine, sputnik-v, russian covid vaccine, କୋରୋନା ଭ୍ୟାକ୍ସିନ, କୋଭିଡ ଭ୍ୟାକ୍ସିନ, କୋରୋନା ପ୍ରତିଷେଧକ ଟୀକା, ସ୍ପୁଟନିକ-ଭି, ଋଷିଆ କୋଭିଡ ଭ୍ୟାକ୍ସିନ
ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ଋଷର କୋଭିଡ ଭ୍ୟାକ୍ସିନ
author img

By

Published : Sep 8, 2020, 1:10 PM IST

ମସ୍କୋ: ବିଶ୍ବରେ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାବେଳେ ଏହାର ଭ୍ୟାକ୍ସିନ ପ୍ରସ୍ତୁତି ନେଇ ବିଭିନ୍ନ ଦେଶ ଜାରି ରଖିଛନ୍ତି ଚେଷ୍ଟା । ଏମିତିରେ ଋଷ ପ୍ରସ୍ତୁତ କରିଥିବା ପ୍ରତିଷେଧକ ଟୀକା ‘ସ୍ପୁଟନିକ-ଭି’ ସମସ୍ତ କ୍ଲିନିକାଲ ଟ୍ରାଏଲକୁ ସଫଳତାର ସହ ପାର କରିଥିବା ଜଣାପଡିଛି । ଯାହା ବର୍ତ୍ତମାନ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଋଷ ସ୍ପଷ୍ଟ କରିଛି । ଏହି ଖବର ପ୍ରକାଶ ହେବା ପରେ ଅଗଣିତ ବିଶ୍ବବାସୀଙ୍କ ମନରେ ଖେଳିଛି ଖୁସିର ଲହରୀ । ପ୍ରତିଷେଧକ ଟୀକା ପ୍ରସ୍ତୁତି ରେସରେ ଏହା ବିଶ୍ବ ପାଇଁ ଏକ ବଡ ଉପଲବ୍ଧି ବୋଲି ସାଧାରଣରେ ପ୍ରକାଶ ପାଇଛି ।

ଏନେଇ ମଙ୍ଗଳବାର ଋଷର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇ କହିଛି କି ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ବର୍ତ୍ତମାନ ପ୍ରଥମ ବ୍ୟାଚ୍‌ ଟୀକା ପ୍ରସ୍ତୁତ ହୋଇ ସାରିଛି । ଯାହା ଖୁବ ଶୀଘ୍ର ଋଷିଆର ବିଭିନ୍ନ ପ୍ରାନ୍ତରେ ବଣ୍ଟାଯିବାର ବ୍ୟବସ୍ଥା କରାଯିବ । ତେବେ ଋଷିଆନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଗ୍ୟାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ଏହି ପ୍ରତିଷେଧକ ଟୀକାକୁ ଅନ୍ୟ ଶବ୍ଦରେ ଗ୍ୟାମ-କୋଭିଡ-ଭ୍ୟାକର ନାମ ଦିଆଯାଇଛି । ତେବେ ଖୁବ ଶୀଘ୍ର ଏହା ସାଧାରଣ ନାଗରିକଙ୍କ ପାଇଁ ବଣ୍ଟାଯିବା ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଋଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋଙ୍କ କହିବା ଅନୁଯାୟୀ ଏହି ଟୀକାକୁ ମୁଖ୍ୟତଃ ଆଗଧାଡିର କୋରୋନା ଯୋଦ୍ଧା ଯଥା ଶିକ୍ଷକ ଓ ଡାକ୍ତରମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଟୀକାର କୌଣସି ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ନଥିବାବେଳେ ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ପୂର୍ବରୁ ପ୍ରମାଣିତ ହୋଇ ସାରିଛି । ତେବେ ଗତ ମାସରେ ‘ସ୍ପୁଟନିକ-ଭି’କୁ ନାଗରିକଙ୍କ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇ ଋଷିଆ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୋରୋନା ଭ୍ୟାକ୍ସିନକୁ ଅନୁମୋଦନ ପ୍ରଦାନ କରିଛି ।

ଆଗାମୀ ଦିନରେ ଏହାର ବିଶ୍ବର ଅନ୍ୟ ପ୍ରାନ୍ତରେ ମଧ୍ୟ ଅନୁମୋଦନ ପ୍ରାପ୍ତ କରିବ ବୋଲି ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହିକ୍ରମରେ ଚଳିତ ମାସ ଭାରତରେ ଏହାର ଟ୍ରାଏଲ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.