ବେଜିଂ: ଚୀନରୁ ଥାଇଲାଣ୍ଡ ଅଣାଯାଇଥିବା ବିଶାଳକାୟ ପୁରୁଷ ପାଣ୍ଡା ଚୁଆଙ୍ଗ ଚୁଆଙ୍ଗ ଶେଷରେ ଆଖି ବୁଜିଛି। ମଙ୍ଗଳବାର ଚିୟାଙ୍ଗ ମାଇ ଚିଡିଆଖାନାରେ 19 ବର୍ଷ ବୟସରେ ତାର ମୃତ୍ୟୁ ଘଟିଛି ।
ତେବେ ଚୁଆଙ୍ଗ ଚୁଆଙ୍ଗକୁ 2003ରେ ଚୀନରୁ ଥାଇଲାଣ୍ଡ ଅଣାଯାଇଥିଲା । ସେଠାରେ ତାକୁ ଏକ ମହିଳା ପାଣ୍ଡା ଲିନ ହୁଇ ସହ ଚିଡିଆଖାନାରେ ରଖିଯାଇଥିଲା । ଏହାପରେ 2009ରେ ଲିନ ହୁଇ ଗର୍ଭଧାରଣ କରିଥିଲା । ଯାହାପରେ ଥାଇଲାଣ୍ଡରେ ପାଣ୍ଡାଙ୍କ ସଂଖ୍ୟା ବହୁମାତ୍ରାରେ ବଢିଥିଲା ।
ମାଇ ପାଣ୍ଡାଙ୍କୁ ଗର୍ଭଧାରଣା କରାଇବାରେ ଚୁଆଙ୍ଗ ଚୁଆଙ୍ଗ ସାରା ବିଶ୍ବରେ ପ୍ରସିଦ୍ଧ ଥିଲା । ଏହାସହ ତାକୁ 2023 ମସିହାରେ ପୁର୍ନବାର ଚୀନକୁ ନେବାର ଯୋଜନା ଥିଲା । ତେବେ ତା’ର ମୃ୍ତ୍ୟୁ ପରେ ଅନେକ ଟ୍ବିଟ କରି ନିଜର ଦୁଃଖ ବ୍ୟକ୍ତ କରିଛନ୍ତି।