ETV Bharat / international

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ 17 ଆଫଗାନ ସୈନିକ ନିହତ

author img

By

Published : Jun 17, 2020, 1:39 PM IST

ଆଫଗାନିସ୍ତାନର ଉତ୍ତର ପ୍ରାନ୍ତରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟୁନ୍ୟ 17 ଜଣ ଆଫଗାନିସ୍ତାନ ସୈନିକ ନିହତ ହୋଇଥିବା ଜଣାପଡିଛି ।

ତାଲିବାନ ଆତଙ୍କବାଦୀ
ତାଲିବାନ ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନର ଉତ୍ତର ପ୍ରାନ୍ତରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟୁନ୍ୟ 17 ଜଣ ଆଫଗାନିସ୍ତାନ ସୈନିକ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ଅନ୍ୟ 11 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ତାଲିବାନ ଆତଙ୍କବାଦୀ ବୁଧବାର ସକାଳୁ ଆଫଗାନିସ୍ତାନ ସେନାର 2ଟି ଶିବିର ଉପରକୁ ଆକ୍ରମଣ କରିଥିଲେ । ଉତ୍ତର କୁଣ୍ଡୁଜ ପ୍ରାନ୍ତରେ ଅବସ୍ଥିତ ଶିବିରରେ ହୋଇଥିବା ଆକ୍ରମଣରେ 5 ସୈନିକ ନିହତ ହୋଇଥିବା ବେଳେ 6 ଜଣ ଆହତ ହୋଇଥିଲେ । ସେନାର 217 ପାମିର କର୍ପସ ଅବ୍ଦୁଲ କାଦିର ଏନେଇ କହିଛନ୍ତି, ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନିକଙ୍କ ମଧ୍ୟରେ ପ୍ରାୟ 2 ଘଣ୍ଟା ଧରି ସଂଘର୍ଷ ହୋଇଥିଲା । ଏହି ଘଟଣାରେ 4 ଜଣ ତାଲିବାନ ଆତଙ୍କବାଦୀ ମଧ୍ୟ ନିପାତ ହୋଇଥିବା ସେ କହିଛନ୍ତି ।

ସେହିପରି ଉତ୍ତର ଜାବଜନ ପ୍ରାନ୍ତରେ ଅବସ୍ଥିତ ସେନାର ଅନ୍ୟ ଏକ ଶିବିରରେ ହୋଇଥିବା ଆକ୍ରମଣରେ 12 ଆଫଗାନ ସୈନିକ ନିପାତ ହୋଇଥିଲେ । ଅନ୍ୟପକ୍ଷରେ ସୈନିକଙ୍କ ପାଲଟା ଜବାବରେ 5 ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ଘଟଣାରେ ଅନ୍ୟ 5 ଜଣ ସୈନିକ ଏବଂ 10 ଜଣ ଆତଙ୍କବାଦୀ ଆହତ ହୋଇଥିବା ସରକାରଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ଅନେକ ଅଞ୍ଚଳରେ ସମୟ ସମୟରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି । କାରଣ ତାଲିବାନ ଆତଙ୍କବାଦୀ ଏହିସବୁ ଅଞ୍ଚଳକୁ ନିଜ ଅଧିନରେ ନେବାକୁ ଚାହୁଁଛନ୍ତି ।

ସୌଜନ୍ୟ@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.