ETV Bharat / international

ପାକିସ୍ତାନୀ ଭିସା ପାଇଁ ଆଫଗାନରେ ଦଳାଚକଟା, 15 ମୃତ - ପାକିସ୍ତାନୀ ଭିସା

ବୁଧବାର ଆଫଗାନିସ୍ତାନର ଜଲାଲବାଦ ସହରରେ ପାକିସ୍ତାନୀ ଭିସା ସଂଗ୍ରହ କରିବା ପାଇଁ ବହୁ ଜନସମାଗମ ହୋଇଥିଲା । ଏହି ଗହଳିରେ ଦଳାଚକଟା ଫଳରେ 15 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନୀ ଭିସା ପାଇଁ ଆଫଗାନରେ ଦଳାଚକଟା
ପାକିସ୍ତାନୀ ଭିସା ପାଇଁ ଆଫଗାନରେ ଦଳାଚକଟା
author img

By

Published : Oct 21, 2020, 6:28 PM IST

କାବୁଲ୍: ବୁଧବାର ଆଫଗାନିସ୍ତାନର ଜଲାଲବାଦ ସହରରେ ପାକିସ୍ତାନୀ ଭିସା ସଂଗ୍ରହ କରିବା ପାଇଁ ବହୁ ଜନସମାଗମ ହୋଇଥିଲା । ଏହି ଗହଳିରେ ଦଳାଚକଟା ଫଳରେ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପାକିସ୍ତାନ କନସୁଲେଟ୍ ନିକଟରେ ଏହି ଘଟଣା ଘଟିଛି ।

ପ୍ରତିଦିନ କନସୁଲେଟ୍ ବାହାରେ ପାକିସ୍ତାନୀ ଭିସା ପାଇଁ ଶହ ଶହ ଲୋକ ଏକତ୍ରିତ ହୁଅନ୍ତି । ଏପରିକି କେତେକ ରାତିସାରା ଅପେକ୍ଷା କରି ରହିଥାନ୍ତି । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଆଫଗାନିସ୍ତାନରେ ପାକିସ୍ତାନ ରାଷ୍ଟ୍ରଦୂତ ମନସୁର ଅହମ୍ମଦ ଖାନ ଟ୍ବିଟ କରିଛନ୍ତି ।

ସେ କହିଛନ୍ତି, ‘ଭିସା ଆବେଦନକାରୀଙ୍କ ଉନ୍ନତ ସୁବିଧା ପାଇଁ ଆମେ ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ । ନୂତନ ଭିସା ନୀତି ଅନୁଯାୟୀ ଆଫଗାନିସ୍ତାନ ନାଗରିକଙ୍କୁ ଭିସା ପ୍ରଦାନ ଜାରି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ’। କାବୁଲରେ ଥିବା ପାକିସ୍ତାନୀ ଦୂତାବାସ ଅକ୍ଟୋବର 13 ରେ ଆଫଗାନିସ୍ତାନ ନାଗରିକଙ୍କ ପାଇଁ ପାକିସ୍ତାନୀ ଭିସାକୁ ସୁଗମ କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା ଘୋଷଣା କରିବା ପରେ ଏହି ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.